ଗଞ୍ଜାମ : 30.10 : ସିଦ୍ଧାର୍ଥ ଟିଭି ରେ ଚାଲିଥିବା ନାଚ ଓଡ଼ିଶା ଜୁନିୟର ସିଜନ୍ ୨ ରେ ବିଜୟୀ ହୋଇଛନ୍ତି ଆଦ୍ୟାସା ପ୍ରିୟଦର୍ଶୀନୀ । ସିଦ୍ଧାର୍ଥ ଟିଭି ଦ୍ଵାରା ଆୟୋଜିତ ନାଚ୍ ଓଡ଼ିଶା ଜୁନିୟର ସିଜନ୍ ୨ ରେ ନୃତ୍ୟ ପ୍ରତିଯୋଗିତାରେ ଗଞ୍ଜାମ ବ୍ଲକ୍ ସୁବଳୟା ଗ୍ରାମ ର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବିଭୁ ପ୍ରସାଦ ବେହେରା ଏବଂ ପ୍ରଜ୍ଞା ପଲେଇ ଙ୍କ କନିଷ୍ଠ କନ୍ୟା ଆଦ୍ୟାଶା ପ୍ରିୟଦର୍ଶୀନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ପୂର୍ବରୁ ସେ ଟିକେ ଡାନ୍ସ ଓ ଟିକେ ଆକ୍ଟିଂ ରେ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ମଞ୍ଚରେ ବିଚାରକ ଭାବେ ଯୋଗ ଦେଇ ଦାୟିତ୍ଵ ତୁଲାଇଥିଲେ ମାଷ୍ଟର ହରିହର ଦାସ୍,ଜୟା ବିଶ୍ୱାସ ଓ ଓଡ଼ିଆ ଅଭିନେତ୍ରୀ ପୁନମ୍ ମିଶ୍ର ।ଆଦ୍ୟାଶା ପ୍ରିୟଦର୍ଶୀନୀ ଙ୍କ ନୃତ୍ୟ କଳା ରେ ମୁଗ୍ଧ ହୋଇ ମାଷ୍ଟର ଜୟା ବିଶ୍ୱାସ ତାଙ୍କୁ ସୁନାର ମୁଦି ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହା ପରେ ସିଦ୍ଧାର୍ଥ ଟିଭି ତରଫରୁ ନଗଦ ୫୦.୦୦୦ ଟଙ୍କା ଅର୍ଥରାଶୀ ମିଳିବା ସହ ଟ୍ରଫି ଓ ମାନ ପତ୍ର ପ୍ରଦାନ କରାଯାଇଥିଲା ।ଏହା ସମଗ୍ର ଓଡ଼ିଶା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଆଦ୍ୟାଷା ପ୍ରିୟଦର୍ଶୀନୀ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଟିଭି ର ପ୍ରତିଷ୍ଠାତା ନମିତା ଅଗ୍ରୱାଲ ଏବଂ ଓଡ଼ିଆ ବର୍ଷୀୟାନ ଅଭିନେତ୍ରୀ ଅନୁ ଚୌଧୁରୀ ଉପସ୍ଥିତ ଉପସ୍ଥିତ ରହିଥିଲେ । ଆଧୁନିକ ନୃତ୍ୟ ଗଣେଶ ମିସ୍ତ୍ରୀ ଏବଂ ଓଡ଼ିଶୀ ନୃତ୍ୟ ଶିବରାମ ବାରିକ୍ ଙ୍କ ଠାରୁ ଶିକ୍ଷାଲାଭ କରିଥିଲେ ଆଦ୍ୟାଶା । ବିଭିନ୍ନ ହିଟ ସଂଗୀତର ତାଳେ ତାଳେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦ୍ୟାଶା ପ୍ରିୟଦର୍ଶୀନୀ ଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।