Odisha news

ଗଞ୍ଜାମ ବ୍ଲକ ଶିକ୍ଷକ ସଂଘର ଗଣଧାରଣା ପଞ୍ଚମ ଦିନରେ

0
ଗଞ୍ଜାମ/ ତା:୧୮-୦୯-୨୦୨୩।ରାଜ୍ୟ ଏବଂ ଜିଲ୍ଲା ଏୟୁପିଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁପିଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ପିଷ୍ଟା,କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସମୂହ ଛୁଟି ମାସ ଲିଭ୍ ତିନି ଦଫା ନେଇ ଗଞ୍ଜାମ ବ୍ଲକ୍ ଗୋଷ୍ଠୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚମ ଦିନରେ ମଧ୍ୟ ଗଣଧାରଣା ଦିଆଯାଇଛି। ଦାବି ପୂରଣ ହେବ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ। ଏଥିରେ ତିନି ଦଫା ଦାବି ଯଥା ଠିକା ନିଯୁକ୍ତି ବାତିଲ, ସହ ଛଅ ବର୍ଷ କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରି ନୋସଲାନ ଇଂକ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳି ନିର୍ଦ୍ଧାରଣ କରିବା, କେନ୍ଦୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବି ଉପସ୍ଥାପନ କରାଯାଇଥିଲା । ଏହି ଗଣ ଧାରଣାର ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବାନାମ୍ବର ପଲାଇ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏୟୁପିଟିଏଫ୍ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ପିଷ୍ଟା ଗଞ୍ଜାମ ଜିଲ୍ଲା ସଭାପତି ହେମନ୍ତ କୁମାର ସେଠୀ, ଓପିଟିଏ ଗଞ୍ଜାମ ଜିଲ୍ଲା ଉପ ସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ବ୍ଲକ୍ ଓଷ୍ଟାର ରାମଚନ୍ଦ୍ର ପଲାଇ, ସମ୍ପାଦକ ଶ୍ରୀହର୍ଷ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷା ଅନୁପରିଦର୍ଶକ କୃଷ୍ଣ ମୂର୍ତ୍ତୀ ଏବଂ ରାଜ୍ୟ ଶିକ୍ଷକ ସଂଘର ପୂର୍ବତନ ବରିଷ୍ଠ ଶିକ୍ଷକ ନେତା ଦେବେନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା ଉପରେ ଆଲୋକପାତ କରିଥିଲେ।  ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ତଥା ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ସୁରଥ ପାହାନ ଏବଂ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ଧାରଣା ସ୍ଥଳରେ ପହଞ୍ଚି ନୈତକ ସମର୍ଥନ ଜଣାଇଥିଲେ।ଏୟୁପିଟିଏଫ୍ ଗଞ୍ଜାମ ବ୍ଲକ୍ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକଙ୍କ ଗଣ ଧାରଣା ଚାଲୁ ରହିଛି। ଏହି ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଶିକ୍ଷକ ନିରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ।
Leave A Reply