Odisha news

କୋଟିପତି ଗଞ୍ଜେଇ ମାଫିଆ ଗିରଫ : ୪୦ଲକ୍ଷ ଟଙ୍କାର ଗଞ୍ଜେଇ, ନଗଦ ୫ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ସହ ବହୁ ମୂଲ୍ୟବାନ୍ ସାମଗ୍ରୀ ଜବତ

ବାରିପଦା : ମୟୂରଭଞ୍ଜ ପୋଲିସକୁ ମିଳିଛି ବଡସଫଳତା । ପୋଲିସ ପଞ୍ଝାରେ ଧରାପଡିଛି କୋଟିପତି ଗଞ୍ଜେଇ ମାଫିଆ । ଦୀର୍ଘଦିନ ଧରି କପ୍ତିପଦା ଥାନା ଅନ୍ତର୍ଗତ କୟାଁଖୁଣ୍ଟା ଗ୍ରାମର ଶରତ ନାଏକ(୪୫) ଉଦଳା ଓ କପ୍ତିପଦା ଅଞ୍ଚଳରେ ଆଡା ଜମାଇ କୋଟିକୋଟି ଟଙ୍କାର ଗଞ୍ଜେଇ ବେପାର କରୁଥିଲା । ଏକ ବିଶେଷ ସୁତ୍ରରୁ ଖବର ପାଇ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ଏହି ଗଞ୍ଜେଇ ମାଫିଆକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଶୁକ୍ରୁବାର ସ୍ପେସାଲ ସ୍କ୍ୱାର୍ଡ ସହ ଉଦଳା ଓ କପ୍ତିପଦା ପୋଲିସ ଦୁଇଟି ସ୍ଥାନରେ ଚଢଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ । କପ୍ତିପଦା ଥାନା ଅଞ୍ଚଳର କୟାଁଖୁଣ୍ଟା ଗ୍ରାମ ଓ ଉଦଳା ଅଞ୍ଚଳରେ ଥିବା ଘରରେ ଗଞ୍ଜେଇ ରଖି ଗଞ୍ଜେଇ କରାବାର କରିି ଆସୁଥିଲା । ଏହି ଦୁଇଟି ସ୍ଥାନରେ ପୋଲିସ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ୪୦ଲକ୍ଷ ଟଙ୍କା ମୂଲ୍ୟର ସାଢେ ୪ କ୍ୱଇଣ୍ଟାଲ୍ ଗଞ୍ଜେଇ ଜବତ କରାଯିବା ସହ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ନଗଦ ୫ଲକ୍ଷ୯୧ହଜାରଟଙ୍କା ଓ ଦୁଇଟି ଦାମୀକାର ଜବତ କରାଯାଇଥିଲା । ଏନେଇ କପ୍ତିପଦା ଥାନାରେ ୯୫/୨୧ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ଚଢଉ କପ୍ତିପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଓ ଉଦଳା ଥାନା ଅଧିକାରୀ ମୁକ୍ତିକାନ୍ତ କୁଲୁଙ୍କ ନେତୃତ୍ୱରେ ସ୍ପେସାଲ ସ୍କ୍ୱାର୍ଡ ସାମିଲ ହୋଇଥିଲେ । ଅପରପକ୍ଷରେ ଦୀର୍ଘଦିନ ଧରି ଏଠାରେ ଗଞ୍ଜେଇ କାରବାର ହେଉଥିବାବେଳେ ଅବକାରୀ ବିଭାଗ ଏହାର ଟେର ନ ପାଇବା ଅବକାରୀ ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

Ad2

Comments are closed.