ବିଶୋଇ, ୦୨ା୦୪ : ରୌଦ୍ରତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକେ ଚୂଆପାଣିକୁ ଭରଷା କରି ଜିଇଛନ୍ତି । ସରକାର ଗ୍ରାମାଞ୍ଚଳକୁ ଶୁଦ୍ଧ ପାନିୟ ଜଳ ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା କରୁଥିବା ବେଳେ ଏବେବି ଗ୍ରାମାଞ୍ଚଳ ଲୋକେ ଚୂପାଣିକୁ ଭରଷା କରୁଥିବା ନଗ୍ନ ନମୁନା ଦେଖିବାକୁ ମିଳିଛି ବିଶୋଇ ବ୍ଲକ ଅଞ୍ଚଳରେ ।
ପ୍ରକାଶ ଥାଉକି ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନାରେ ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିôବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିମିଳିପାଳ ପାଦଦେଶ ତଥା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ ଉକ୍ରଟ ପାନୀୟ ଜଳ ସମସ୍ୟା ଓ ଦୂଷିତ ପାନୀୟ ଜଳ ବ୍ୟବହାର କରୁଥିôବା ଦେଖିବାକୁ ମିଳିଛି ।
ଲୁହାକାନୀ ଗ୍ରା.ପ ଡୁଙ୍ଗୁରୀ ସାହିରେ ୩୦ରୁ ଉଦ୍ଧ ପରିବାର ବାସ କରୁଥିବା ବେଳେ ୩ଟି ନଳକୂପ ଥିଲେ ମଧ୍ୟ ନଥିଲା ଭଳି । ବର୍ଷା ଦିନରେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ ଗ୍ରୀଷ୍ମ ଋତୁରେ ଦୀର୍ଘ ୧ କିଲୋମିଟର ଦୂର ବିଲରେ ଥିବା ପରିତ୍ୟକ୍ତ ଚୂଆର ଜଳକୁ ପାନୀୟ ଜଳ ନିମନ୍ତେ ଭରଷା କରିଥାନ୍ତି । ସେହିପରି ଅସନା ଗ୍ରା.ପର କାଶିପାଣି ଗ୍ରାମର ୩୭ଟି ପରିବାର ନିମନ୍ତେ ସୋଲାର ଓଭରହେଡ୍ ଟ୍ୟାଙ୍କ ଥିଲେ ହେଁ ତାହା ଅଚଳ ଏବଂ ନାଳ ପାଣିକୁ ଭରଷା କରୁଥିବା ଦେଖିବାକୁ ମିଳିଛି ।
ଖଡମବେଡା ଗ୍ରା.ପ. ପୁଣ୍ଡିଦା ହେଁସାବେଡାର ୨୦ରୁ ଉଦ୍ଧ୍ୱର୍ ପରିବାରଙ୍କୁ ୨ଟି ନଳକୂପ ଥିଲେ ହେଁ ଲୌହଯୁକ୍ତ ପାଣି ବାହାରୁଥିôବାରୁ ଦୀର୍ଘ ୨କିଲୋମିଟର ଦୂରରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି ଓ ସେହି ଗ୍ରାମର କଚା ପାହାଡସାହିର ୪ରୁ ଉଦ୍ଧ୍ୱର୍ ପରିବାର ବର୍ଷତମାମ ଅସ୍ଥାୟୀ ଚୂଆପାଣିକୁ ନିର୍ଭର କରୁଛନ୍ତି ଏବଂ ସେହି ପଞ୍ଚାୟତ ଅନ୍ତର୍ଗତ ତାରଣା ଗ୍ରାମର ୩୦ ପରିବାର ପାଇଁ ସୋଲାର ଓଭରହେଟ ଟ୍ୟାଙ୍କ ଥିବା ବେଳେ ଦୀର୍ଘ ଦିନରୁ ତାହା ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି । ସେହି ପଞ୍ଚାୟତର ଅର୍ଗଳବିନ୍ଧା ଗ୍ରାମରେ ୨୦ରୁ ଉଦ୍ଧ୍ୱର୍ ପରିବାର ଭଗ୍ନ ଓ ପରିତ୍ୟକ୍ତ କୂଅରୁ ପାନୀୟ ଜଳ ସଂଗ୍ରହ ନିମନ୍ତେ ବର୍ଷସାର ବ୍ୟବହାର କରିଆସୁଛନ୍ତି ।
ଅନ୍ୟପକ୍ଷରେ ନ.ବେ. ପୋଖରିଆ ଗ୍ରା.ପ. ଅସନଶିକଡ ଖଡିଆସାହିର ୨୦ରୁ ଉଦ୍ଧ୍ୱର୍ ପରିବାରଙ୍କୁ ଗୋଟିଏ ନଳକୂପ ଥିଲେ ହେଁ ଲୌହପାଣି ଏବଂ ସ୍ୱଳ୍ପ ପାଣି ବାହାରୁଥିବାରୁ ନିକଟସ୍ଥ କୂଅକୁ ଭରଷା କରିଥାନ୍ତି । ବିଗତବର୍ଷଗୁଡିକରେ ଅଭିଯୋଗ କ୍ରମେ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଚଳିତ ବର୍ଷ ଏନେଇ କୌଣସି ବ୍ୟବସ୍ଥା କରାଯାଇନଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ । ଅନେକସ୍ଥାନରେ ସୋଲାର ସଂଯୋଗ ଓଭରହେଡ ଟାଙ୍କି ଓ ପାଇପ୍ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଗ୍ରାମବାସୀଙ୍କ କୌଣସି କାମରେ ଆସୁନାହିଁ ।
କେଉଁଠି ନଳକୂପରୁ ପାଣି ବାହାରୁନାହିିଁ ତ କେଉଁ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି ଓ ଅନେକ ଅଚଳ ପ୍ରାୟ । ପ୍ରଶାସନିକ ଅଧିକାରୀଙ୍କ ଖାମଖିଆ ମନୋଭାବ ନେଇ ସମସ୍ତ ପଞ୍ଚାୟତରେ ଏହିପରି ପାଣିସମସ୍ୟା ରହିଥିôବା ବେଳେ ଆଗକୁ ଉକ୍ରଟ ସମସ୍ୟାର ସମାଧାନ କରାନଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ଲକ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି ।


Comments are closed.