ଭଞ୍ଜନଗର,୧୫/୦୩ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ମୁଜାଗଡ଼ ନିକଟରୁ ୫କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଭଞ୍ଜନଗର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାଧିକାରୀ କୁମର ମୁଦୁଲିଙ୍କ ସୂଚନା ପ୍ରକାରେ,ଗୁରୁବାର ଥାନାର ସବଇନ୍ସପେକ୍ଟର ଜ୍ୟୋସ୍ନା ସାହୁ ସଦଳବଳେ ଉକ୍ତ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳ ଫୁଲବାଣୀ ଆଡୁ ଗଞ୍ଜେଇ ନେଇ ଆସୁଥିବା ଦୁଇଜଣ ବ୍ୟକ୍ତି ଗଙ୍ଗାଧର ସାହୁ ଏବଂ ଦିଲ୍ଲୀପ କୁମାର ନାୟକ ଙ୍କ ଠାରୁ ତଲାସୀ ନେଇଥିଲେ। ଏହା ପରେ ସେମାନେ ଙ୍କ ଠାରୁ ୫ କେଜି ୫୪୦ ଗ୍ରାମ ଗଞ୍ଜେଇ ସହ ବାଇକ ଜବତ ହୋଇଥିଲା। ଏ ନେଇ ସହ କେସ ନଂ ୨୪୮/୨୪ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ଘର ଫୁଲବାଣୀ ବୋଲି ଜଣାପଡିଛି।