Odisha news

ସୁଦାମାଙ୍କ ଦରିଦ୍ରତା ଗଣେଶ ପୂଜନରୁ ହୋଇଥିଲା ଦୂର , ଏଭଳି ଦେଇଥିଲେ ଆଶୀର୍ବାଦ

0

ପାଖେଇ ଆସିଲା ଗଣେଶ ପୂଜା, ବର୍ତମାନ ସହର ଠାରୁ ନେଇ ପୁରପଲ୍ଲୀ ସିଦ୍ଧି ବିନାୟକଙ୍କ ପୂଜା ପାଇଁ ଚଳଚଂଚଳ l ସମସ୍ତେ ପ୍ରାୟ ବିଘ୍ନ ହର୍ତା ଙ୍କୁ ପୂଜାକରି ନିଜର ସମସ୍ତ ମନୋସ୍କାମନା ଜଣାଇ ଥାଆନ୍ତି l ସେହିଭଳି ଦ୍ୱାପର ଯୁଗରେ ମଧ୍ୟ ଗଣେଶଙ୍କୁ ସୁଦାମା ପୂଜା କରି ନିଜର ଦରିଦ୍ରତା ଦୂର କରିଥିଲେ l

ଆମେ ସମସ୍ତେ ଶ୍ରୀକୃଷ୍ଣ ଓ ସୁଦାମା ଙ୍କର ବନ୍ଧୁତା କୁ ନେଇ ବିଭିନ୍ନ କାହାଣୀ ଶୁଣିଛୁ , ସୁଦାମା ନିଜ ବନ୍ଧୁ ଶ୍ରୀକୃଷ୍ଣ ଙ୍କ ନିକଟକୁ ଯିବା ପରେ ସୁଖ ଓ ବୈଭବ ସମ୍ପନ୍ନ ହୋଇଥିଲେ l ଆପଣ ହୁଏତ ଜାଣି ନଥିବେ ସୁଦାମା ଙ୍କ ବୈଭବ ପ୍ରାପ୍ତିରେ ଗଣେଶ ପୂଜନ ର ଖୁବ ମହତ୍ୱ ରହିଛି l

ଗଣେଶ ପୁରାଣ ଅନୁସାରେ ଦରିଦ୍ର ଓ ଦୁଖୀ ସୁଦାମା ଧର୍ମ ପତ୍ନୀ ଯେତେବେଳେ ତାଙ୍କୁ ଶ୍ରୀକୃଷ୍ଣ ଙ୍କଦ୍ଵାରିକା ନଗରୀ ପଠାଇ ଥିଲେ ସେତେବେଳେ ସେ ଖୁବ ଦୁଃଖୀ ହୋଇ ସେଠାରେ ପହଞ୍ଚି ଥିଲେ l ସେଠାରେ ଶ୍ରୀକୃଷ୍ଣ ତାଙ୍କର ଖୁବ ଶ୍ରଦ୍ଧାରେ ତାଙ୍କୁ ସ୍ୱାଗତ କରି ତାଙ୍କର ଭଲମନ୍ଦ ପଚାରିଥିଲେ l ଯେତେବେଳେ ସୁଦାମା ନିଜର ଦରିଦ୍ରତା ଓ ଦୁଃଖ କଥାକୁ କହିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଗଣେଶଙ୍କ ପୂଜନ କରିବା ପାଇଁ କହିଥିଲେ l

ଏହାପରେ ସୁଦାମା ଗଣେଶଙ୍କ ପୂଜା କରିବାର ସଂକଳ୍ପ କରିଥିଲେ l ଯେତେବେଳେ ସୁଦାମ ଶ୍ରୀକୃଷ୍ଣ ଙ୍କ ନିକଟରୁ ବିଦାୟ ନେଇ ନିଜ ଘରକୁ ଚାଲିଲେ ସେହି ସମୟରେ ତାଙ୍କର ଭେଟ ଜଣେ ବ୍ୟବସାୟୀ ଙ୍କ ସହିତ ହୋଇଥିଲା l ଯାହାର ରତ୍ନ ଆଭୂଷଣ ରେ ଭରା ସିନ୍ଦୁକ ଚୋରି ହୋଇଗଲା l ଏହାକୁ ନେଇ ସେ ବ୍ୟବସାୟୀ କହିଲେ ଯେ ଯଦି ମୋର ସିନ୍ଦୁକ ଫେରି ପାଇବି ତେବେ ଏହାର ଅଧା ରତ୍ନ ତମ ଭଳି ଜଣେ ବ୍ରାହ୍ମଣ କୁ ଦାନ କରିବି l ଏହାର କିଛି ସମୟ ପରେ ସିନ୍ଦୁକ ଟି ବ୍ୟବସାୟୀ ପାଇଥିଲା l

ଏହାପରେ ନିଜର ସଂକଳ୍ପ ଅନୁସାରେ ଅଧା ରତ୍ନ ସୁଦାମା ଙ୍କୁ ଦେଇଥିଲା l ଏହାପରେ ସୁଦାମ ଖୁସିରେ ସେହି ସ୍ଥାନରେ ଗଣେଶଙ୍କ ଆରାଧନା କରିଥିଲେ , ଏହାପରେ ଶ୍ରୀଗଣେଶ ଆବିର୍ଭାବ ହୋଇ ସୁଦାମା ଙ୍କୁ ଦର୍ଶନ ଦେଇଥିଲେ  ଓ ଧନ ବୈଭବର ଆଶୀର୍ବାଦ ଦେଇଥିଲେ l ଏଭଳି ଭାବରେ ଶ୍ରୀଗଣେଶ ସୁଦାମା ଙ୍କ ଦରିଦ୍ରତା ଦୂର କରିଥିଲେ l

Govt
Leave A Reply