Odisha news

ବାସ୍ତୁ ଶାସ୍ତ୍ର ଅନୁସାରେ ନଡ଼ିଆର ପ୍ରୟୋଗ ଏଭଳି କଲେ ମିଳିଥାଏ ଜୀବନ ରେ ସଫଳତା

0
ହିନ୍ଦୁ ଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ ଓ ପ୍ରାୟତଃ ସମସ୍ତ ପୂଜାପାଠ ଓ ଅନୁଷ୍ଠାନ ରେ ନଡ଼ିଆର ପ୍ରୟୋଗ କରାଯାଏ l ନଡ଼ିଆ ବ୍ୟତୀତ ନଡ଼ିଆ ଗଛର ମଧ୍ୟ ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି l କୁହାଯାଏ ଯେ ନଡ଼ିଆ ଗଛରେ ସ୍ୱୟଂ ମା ଲକ୍ଷ୍ମୀ ବାସ କରନ୍ତି l ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ନଡିଆଗଛ ଥାଏ ସେହି ଘରେ ସର୍ବଦା ସୁଖଶାନ୍ତି ବାସ କରିଥାଏ l
– ବାସ୍ତୁଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳୁ ନାହିଁ, ଏହାଛଡା ଅସୁବିଧାର ସମୁଖୀନ ହେବାକୁ ପଡୁଛି, ତେବେ ଏଭଳି ବ୍ୟକ୍ତିଙ୍କୁ ନିଜ ଅଗଣାରେ ନଡ଼ିଆ ଗଛ ଲଗାଇବା ଆବଶ୍ୟକ l ବାସ୍ତୁଶାସ୍ତ୍ର ଅନୁସାରେ ନଡ଼ିଆ ଗଛ ଆର୍ଥିକ ଅସୁବିଧା ରୁ ଦୂରେଇ ରଖିଥାଏ l ଗୃହ କଳହ ରୁ ମଧ୍ୟ ମୁକ୍ତି ଦେଇଥାଏ l

– ନଡ଼ିଆ ଗଛ ସର୍ବଦା ଘରର ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଜରୁରୀ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l

– ଧାର୍ମିକ ମାନ୍ୟତା ଅନୁସାରେ ନଡ଼ିଆକୁ ଶୁଭ ଅଶୁଭ ସମସ୍ତ କାର୍ଯ୍ୟରେ ବ୍ୟବହାର କରାଯାଇ ଥାଏ l ଏହା ପଛର ବିଶେଷ କାରଣ ହେଉଛି ନଡ଼ିଆ ଖୁବ ଶୁଭ ହୋଇଥିବାରୁ ଘରର ବାତାବରଣ କୁ ସକାରାତ୍ମକ ଉର୍ଜା ଯୋଗାଇ ଥାଏ l

– ନଡ଼ିଆ ଗଣେଶଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ଅଟେ ଯେଉଁ କାରଣରୁ ସମସ୍ତ ପୂଜାରେ କଳସ ନିକଟରେ ନଡ଼ିଆ ବାଡ଼ା ହୋଇଥାଏ l ନଡ଼ିଆ ବାଡେଇବା ସମୟରେ ନଡ଼ିଆ ପାଣିକୁ ଛିଞ୍ଚିବା ଦ୍ୱାରା ଘରର ବାତାବରଣ ଲକ୍ଷ୍ମୀଙ୍କ ଆଶୀର୍ବାଦ ରେ ପରିପୂର୍ଣ ହୋଇଥାଏ l

– ସମସ୍ତ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନଡ଼ିଆର ପ୍ରୟୋଗ କରାଯାଏ l ଏହାର ଜଳ ଆକାଶ ଗଙ୍ଗାର ଜଳ ଭଳି ପବିତ୍ର ଅଟେ l

– ନଡ଼ିଆ ଠାକୁରଙ୍କ ନିକଟରେ ଅର୍ପଣ ହେବା ଦ୍ୱାରା ବିଘ୍ନ ଦୂର ହୋଇଥାଏ ଓ ସୁଖସମୃଦ୍ଧି ବାସ କରିଥାଏ l

– ଯେବେବି ହୋମ କରାଯାଏ ସେତେବେଳେ ଅଗ୍ନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ନଡ଼ିଆ ଅର୍ପଣ କରାଯାଇ ଥାଏ l

– ସନ୍ଧ୍ୟା ସମୟରେ ନଡ଼ିଆ କତା ରେ ଝୁଣା ଦେଲେ ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l

Nalco
Leave A Reply