ଧନିଆଗୁଣ୍ଡ ଔଷଧୀୟ ଗୁଣରେ ଭରପୁର ଅଟେ , ପାଚନ ସମସ୍ୟା ଠାରୁ ଆରମ୍ଭ କରି ସମସ୍ତ ସମସ୍ୟା ଦୂର ହୋଇଥାଏ
ଭାରତୀୟ ରୋଷେଇ ଘରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ମସଲା ମାନଙ୍କ ମଧ୍ୟରେ ଧନିଆ ହେଉଛି ଗୋଟିଏ l ପେଟର ସମସ୍ୟା ଠାରୁ ନେଇ ତ୍ୱଚାର ସମସ୍ୟା ପାଇଁ ସବୁଥିରେ ଧନିଆ ର ବ୍ୟବହାର ହୋଇଥାଏ l ଉଚ୍ଚ ମଧୁମେହ ସମସ୍ୟାକୁ ମଧ୍ୟ ଧନିଆ ନିୟନ୍ତ୍ରିତ କରିଥାଏ l
– ଧନିଆଗୁଣ୍ଡ ଫାଇବର, କ୍ୟାଲସିୟମ, ଆଣ୍ଟି ଆକ୍ସିଡେଣ୍ଟ ଗୁଣରେ ଭରପୁର ଅଟେ l ଧନିଆ ପେଟ ପାଇଁ ଖୁବ ଥଣ୍ଡା ଅଟେ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ l
– ଧନିଆ ଗୁଣ୍ଡ ସେବନ କରିବା ଦ୍ୱାରା ଝାଡ଼ାବାନ୍ତି, ଗ୍ୟାସ, ଅପଚ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l ଧନିଆଗୁଣ୍ଡ ରେ ସାମାନ୍ୟ ହେଙ୍ଗୁ ଓ କଳାଲୁଣ ମିଶାଇ ପାଣିରେ ମିଶାଇ ପିଇବା ଦ୍ୱାରା ପାଚନ ସମସ୍ୟା ଦୂର ହୋଇଥାଏ l
– ଯଦି ଦୁର୍ବଳ ଲାଗୁଛି କିମ୍ବା ମୁଣ୍ଡ ବୁଲାଉଛି ତେବେ ୫ ଗ୍ରାମ ଧନିଆ ଗୁଣ୍ଡକୁ ପାଣିରେ ମିଶାଇ ରାତିରେ ରଖି ଦିଅନ୍ତୁ, ସକାଳୁ ଏହି ପାଣିକୁ ସେବନ କରନ୍ତୁ l ଏହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l
– ପରିସ୍ରା ନ ଆସିବା ସମସ୍ୟା ରହୁଥିଲେ ଧନିଆ ଗୁଣ୍ଡ, ମିଶ୍ରି , ଅଁଳା କୁ ମିଶାଇ ଚୁର୍ଣ ପ୍ରସ୍ତୁତ କରନ୍ତୁ l ନିୟମିତ ସେବନ କରନ୍ତୁ , ତେବେ ପରିସ୍ରା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ l
– ଯଦି ଆପଣଙ୍କର ଉଚ୍ଚ ସ୍ତରର ରକ୍ତ ଶର୍କରା ରହିଛି, ତେବେ ଧନିଆ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ନିୟମିତ ସେବନ କରନ୍ତୁ l ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ କରିବା ପାଇଁ ଲାଭ ଦାୟକ l
– କୋଲେଷ୍ଟ୍ରଲ ସମ୍ବନ୍ଧୀୟ ସମସ୍ୟା ପାଇଁ ଧନିଆ ପାଣି ଖୁବ ହିତକର ଅଟେ l ତେଣୁ ଆପଣ ନିୟମିତ ଧନିଆ ପାଣିକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ l
– ଶରୀରର ବ୍ୟାକ୍ଟେରିଆ ଓ ଭୁତାଣୁ ଜୀବାଣୁ କୁ ନଷ୍ଟ କରିବା ପାଇଁ ଧନିଆ ଖୁବ ଉପଯୋଗୀ l କାରଣ ବ୍ୟାକ୍ଟେରିଆ କାରଣରୁ ଆମ ଶରୀର ବିଭିନ୍ନ ପ୍ରକାର ରୋଗ ଦ୍ୱାରା ସଂକ୍ରମିତ ହୋଇଥାଏ l ତେଣୁ ନିୟମିତ ଧନିଆ ପାଣି ସେବନ କରିବା ହିତକର l
– ଆପଣ ନିୟମିତ ମାତ୍ର ୫ଗ୍ରାମ ଧନିଆ ଗୁଣ୍ଡ ସେବନ କରିପାରିବେ l ତେଣୁ ସେଥିପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ l
