ସେପ୍ଟେମ୍ବର ୧୯ ତାରିଖ ଦିନ ଗଣେଶ ଉତ୍ସବ ସାରା ଭାରତେ ପାଳିତ ହେବାକୁ ଯାଉଛି l ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ପାଳିତ ହୋଇଥାଏ l ମାନ୍ୟତା ରହିଛି ଯେ ଗଣେଶ ଚତୁର୍ଥୀ ଠାରୁ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ଶ୍ରୀଗଜାନନ ପୃଥିବୀ ପୃଷ୍ଠରେ ରହି ନିଜ ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରି ଥାଆନ୍ତି l ଏହି ସମୟରେ ଗଣପତି ଙ୍କୁ କରାଯାଇଥିବା ପୂଜାର୍ଚନା ସିଧ ହୋଇଥାଏ l
ଗଣେଶ ଚତୁର୍ଥୀରେ ଶୁଭ ଯୋଗ –
ଗଣେଶ ଚତୁର୍ଥୀରେ ଶୁଭ ବସ୍ତୁ ଯେପରିକି ସୁନା, ଚାନ୍ଦି , ଗାଡି, ଭୂମି କିଣିବା ଲାଭଦାୟକ ଅଟେ l ଚଳିତ ଥର ଗଣେଶ ଚତୁର୍ଥୀ ରେ ଉତ୍ତାନ ବସ୍ତୁ କ୍ରୟ କରିବାର ଖୁବ ଶୁଭ ସମୟ ରହିଛି l ଯାହାଦ୍ୱାରା ମଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l ଯେଉଁ ବସ୍ତୁ ଆପଣ କିଣିବେ ତାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭ ଦେବ l ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ସ୍ଵାତି ଓ ବିଶାଖା ନକ୍ଷତ୍ର, ରବି ଯୋଗର ସଂଯୋଗ ଘଟୁଛି l ଶାସ୍ତ୍ର ଅନୁସାରେ ସ୍ଵାତି ନକ୍ଷତ୍ର ଓ ସିଂହ ଲଗ୍ନ ରେ ଗଣପତି ଙ୍କ ଜନ୍ମ ହୋଇଥିଲା l
ଚଳିତ ବର୍ଷ ୧୯ ସେପ୍ଟେମ୍ବର ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଶୁଭ ଯୋଗ ରହିଛି l ତେଣୁ ଏହି ସମୟରେ ନୂତନ ବ୍ୟବସାୟ, ନୂତନ ଗୃହ ନିର୍ମାଣ, ଘର, ଜମି ଜାଗା କିଣିବା ଖୁବ ଶୁଭ ଅଟେ l ହିନ୍ଦୁ ଧର୍ମରେ ଶ୍ରୀଗଣେଶ ଙ୍କୁ ଅଗ୍ର ପୂଜ୍ୟ କରାଯାଇ ଥାଏ l ଯେ କୌଣସି ଦେବତାଙ୍କୁ ପୂଜା କରିବା ପୂର୍ବରୁ ଗଣପତି ଙ୍କୁ ପୂଜା କରାଯାଇ ଥାଏ l ଯାହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l ଶ୍ରୀଗଣେଶ ଶୁଭ-ଲାଭ, ରିଦ୍ଧି -ସିଦ୍ଧି ର ପ୍ରତୀକ ଅଟନ୍ତି l ଚଳିତ ଥର ନୂତନ ବସ୍ତୁ କ୍ରୟ ପାଇଁ ଶୁଭ ସମୟ ୧୮ ସେପ୍ଟେମ୍ବର ଦିନ ୧୨ଟା ୩୯ ମିନିଟ ରୁ ଆରମ୍ଭ ହେବାକୁ ଯାଉଛି ଓ ୧୯ ସେପ୍ଟେମ୍ବର ରାତି ୮ଟା ୪୩ ମିନିଟରେ ସମାପ୍ତ ହେବ l