ହିନ୍ଦୁ ଧର୍ମ ରେ ଭାଦ୍ରବ ମାସକୁ ବିଶେଷ ମହତ୍ୱ ଦିଆଯାଇ ଥାଏ l ଯାହାକି ବିଶେଷ ଭାବରେ ଅଗଷ୍ଟ – ସେପ୍ଟେମ୍ବର ମାସରେ ପଡିଥାଏ l ଏମିତିରେ ଦେଖିବାକୁ ଗଲେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଭାଦ୍ରବ ବର୍ଷର ଷଷ୍ଠ ମାସ l ଚଳିତ ବର୍ଷ ଭାଦ୍ରବ ମାସ ସେପ୍ଟେମ୍ବର ୨ତାରିଖ ରେ ଆରମ୍ଭ ହୋଇଛି ଯାହାକି ସେପ୍ଟେମ୍ବର ୨୯ ତାରିଖ ରେ ସମାପ୍ତି ହେବ l ଏହି ଶୁଭ ମାସରେ ଭଗବାନ ଶ୍ରୀକୃଷ୍ନ ଙ୍କ ଜନ୍ମ ହୋଇଥିଲା l ଏହାଛଡା ଗଜାନନ ଙ୍କର ଜନ୍ମ ଉତ୍ସବ ମଧ୍ୟ ଗଣେଶ ଚତୁର୍ଥୀ ପାଳନ କରାଯାଇ ଥାଏ l
ଭାଦ୍ରବ ମାସରେ କେଉଁ କାର୍ଯ୍ୟ କରିବା ଜରୁରୀ ଓ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା …..
* ଏହି ମାସରେ ଆପଣଙ୍କୁ ଦାନ ପୁଣ୍ୟ ନିହାତି କରିବା ଆବଶ୍ୟକ l ଏହି ମାସରେ କରାଯାଇ ଥିବା ଦାନ ଖୁବ ପୁଣ୍ୟ ଦାୟୀ ଅଟେ l ଏବଂ ଏହାଦ୍ୱାରା ସୁଖ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
* ଭାଦ୍ରବ ମାସ ସାରା ଗଣପତି ଙ୍କୁ ନାଲି ରଙ୍ଗର ଫୁଲ ଓ ମୋଦକ ଭୋଗ ଲଗାନ୍ତୁ l ଏହାଦ୍ୱାରା ଭଗବାନ ଗଣେଶ ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ଓ ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ l
* ଭାଗ୍ୟଦୋୟ ପାଇଁ ଭାଦ୍ରବ ମାସରେ ଗାଈକୁ ସବୁଜ ଡାଳପତ୍ର ଖାଇବାକୁ ଦିଅନ୍ତୁ ଯାହାଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବ l ଏବଂ ନିୟମିତ ଗୋମାତା ଙ୍କ ସେବା କରନ୍ତୁ ଯାହାଦ୍ୱାରା ପୁଣ୍ୟ ଲାଭ ହୋଇଥାଏ l
* ଭାଦ୍ରବ ମାସରେ ଗୃହ ପ୍ରବେଶ, ନୂତନ ବ୍ୟବସାୟ ବିବାହ କାର୍ଯ୍ୟ ଆଦି ଶୁଭ କାର୍ଯ୍ୟ ଆଦୌ କରିବା ଉଚିତ ନୁହେଁ l
* ଶାସ୍ତ୍ର ଅନୁସାରେ ଭାଦ୍ରବ ମାସରେ ରାଶି, ରାଶି ତେଲ ସେବନ କରିବା ଦ୍ୱାରା ଆୟୁ ହ୍ରାସ ହୋଇଥାଏ ଓ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ l
* ଭାଦ୍ରବ ମାସରେ ଦାନ କରାଯାଇଥିବା ଅନ୍ନ ର ଭୋଜନ କରିବା ଉଚିତ ନୁହେଁ ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇଥାଏ l