ସେପ୍ଟେମ୍ବର ୧୯ ତାରିଖ ଦିନ ଶ୍ରୀଗଜାନନ ଙ୍କ ର ଗଣେଶ ଉତ୍ସବ ଅନୁଷ୍ଠିତ ହେବ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରେ ଶ୍ରୀଗଣେଶ ଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେବ l କିନ୍ତୁ ପୁରାଣ ଅନୁସାରେ ଶ୍ରୀଗଣେଶ ଅନେକ ଜନ୍ମ ନେଇଥିଲେ l ଆସନ୍ତୁ ଜାଣିବା ଶ୍ରୀଗଣେଶ ଙ୍କ ଅବତାର ବିଷୟରେ l
* ମାନ୍ୟତା ଅନୁସାରେ ଅଷ୍ଟ ବିନାୟକ ଙ୍କ ର ମଧ୍ୟ ପ୍ରସିଦ୍ଧି ରହିଛି l ଶ୍ରୀଗଣେଶ ଙ୍କ ପ୍ରଥମ ନାମ ବିନାୟକ ଅଟେ l
* ଗଣପତି ଆଦିତ୍ୟ ଦେବ ଅଟନ୍ତି , ସେ ପ୍ରତ୍ୟେକ ଯୁଗ ରେ ଅଲଗା ଅଲଗା ରୂପ ନେଇଥିଲେ l
* ପୁରାଣ ଅନୁଯାୟୀ ଗଣପତି ୬୪ ଟି ଅବତାର ନେଇଥିଲେ , କିନ୍ତୁ ସେଥି ମଧ୍ୟରୁ ୧୨ ଟି ଅବତାର ପ୍ରଖ୍ୟାତ ଅଟେ l
* ଗଣେଶ ଙ୍କ ପ୍ରତ୍ୟେକ ଅବତାର ର ରଙ୍ଗ ମଧ୍ୟ ଅଲଗା l
* ଶିବ ପୁରାଣ ଅନୁଯାୟୀ ଗଣେଶ ଙ୍କ ରଙ୍ଗ ନାଲି ଅଟେ l
* ନାଲି ରଙ୍ଗ ସମୃଦ୍ଧି ର ପ୍ରତିକ ଅଟେ l
* ଯାହା ଶକ୍ତି ଓ ସମୃଦ୍ଧି ର ପ୍ରତୀକ ଅଟେ l
* ସତ୍ୟଯୁଗ ରେ ଶ୍ରୀଗଣେଶ ଅଦିତି ଙ୍କ ନିକଟରେ ମହୋତ୍କଟ ବିନାୟକ ନାମରେ ଜନ୍ମ ନେଇ ଦେବା ନ୍ତକ ଓ ନରାନ୍ତକ ନାମକ ରାକ୍ଷସ କୁ ବଧ କରିଥିଲେ l
* ଦ୍ୱାପର ଯୁଗରେ ମାତା ପାର୍ବତୀ ଙ୍କ ନିକଟରେ ପୁନର୍ବାର ଜନ୍ମ ହୋଇଥିଲେ ଓ ଗଣେଶ ନାମରେ ପ୍ରସିଦ୍ଧ ହୋଇଥିଲେ l ଋଷି ପରାଶର ତାଙ୍କର ଲାଳନ ପାଳନ କରିଥିଲେ ଓ ବେଦବ୍ୟାସ ଙ୍କ ଅନୁଗ୍ରହ କ୍ରମେ ମହାଭାରତ ରଚନା କରିଥିଲେ l
* କୁହାଯାଏ ଯେ ଦ୍ୱାପର ଯୁଗରେ ଋଷି ପରାଶର ଙ୍କ ନିକଟ ରେ ଗଜମୁଖ ନାମରେ ଜନ୍ମ ନେଇଥିଲେ l ତାଙ୍କର ବାହନ ମୂଷିକ ଥିଲେ l
* ମାନ୍ୟତା ରହିଛି ଯେ ଶ୍ରୀଗଣେଶ କଳିଯୁଗ ର ଶେଷ ସମୟ ରେ ଆଉ ଗୋଟିଏ ଅବତାର ନେବେ l ସେ ଦେବଦତ୍ତ ନାମରେ ନୀଳ ରଙ୍ଗର ଘୋଡା ଉପରେ ୪ ଭୁଜା ରେ ସବାର ହେବେ l ତାଙ୍କ ହାତରେ ଖଡଗ ରହିବ ଓ ପାପୀ ମାନଙ୍କ ର ବିନାଶ କରିବେ l