Odisha news

କରୋନା ପାଇଁ ଫିକା ପଡ଼ିଲା ଗଣେଶ ପୂଜା

0
କୋଦଳା : କରୋନା ମହାମାରୀ ଯୋଗୁଁ ଗଂଜାମ ଜିଲ୍ଲାରେ ସାର୍ବଜନୀନ ଗଣେଷ ପୂଜା ଉପରେ ରୋକ୍ ଲଗାଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମଧ୍ଯ ରହିଥିଲା। ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଦ୍ୟାଦାତା ଅଗ୍ରପୂଜ୍ୟ ଗଜାନନକଂ ପୂଜା ପାଳନ କରାଯାଇଥାଏ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଗଣେଶ ମେଢ଼ କରାଯାଇ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।
ବିଦ୍ୟାର୍ଥୀମାନେ ନୂଆ ପୋଷାକ ପରିଧାନ କରି ଉପବାସ ରହିବା ସହ ପୂଜା ସ୍ଥାନରେ ଯାଇ ନଡ଼ିଆ ଭାଙ୍ଗନ୍ତି, ପୁଷ୍ପାଞ୍ଜଳି ଦିଅନ୍ତି। ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀ କରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି। କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଏହି ପୂଜାକୁ ନେଇ ପୂର୍ବରୁ ସରଗରମ୍ ରହୁଥିବା ବେଳେ ଚଳିତ ବର୍ଷ ଯୁଆଡ଼େ ଦେଖିବା ଖାଲି ଖାଁ ଖାଁ ।
ସାର୍ବଜନୀନ ପୂଜା ଉପରେ ରୋକ ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ । ଏଥିପାଇଁ ଆଗରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ମଧ୍ୟ କରାଯାଇଥିଲା। ବେଗୁନିଆପଡ଼ା ଜନତା ନୋଡ଼ାଲ ମାଧ୍ୟମିକ ବିଦ୍ୟାଳୟ ସମେତ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କୋଦଳା ଏନଏସି ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନରେ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ନହେବା ପାଇଁ କୁହାଯାଇଥିଲା। ଫଳରେ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜାର ମାହୋଲ୍ ଫିକା ପଡିଥିଲା।ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ପୂଜାରୀ ଓ ନିର୍ଦ୍ଧିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ କେବଳ ରୀତିନୀତି ଅନୁସାରେ ପୂଜା ସମାପନ କରାଯାଇଛି।
IEC 2 years
Leave A Reply