Odisha news

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ

0

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛନ୍ତି। ଟ୍ୱିଟରରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କରୋନାର କିଛି ଲକ୍ଷଣ ଦେଖି ମୁଁ କରୋନା ପରୀକ୍ଷା କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସଂସ୍ପର୍ଷରେ ଆସିଥିଲେ, ନିଜକୁ ସଂଗରୋଧରେ ରଖନ୍ତୁ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ। ‘

Aug 20, 2020

Leave A Reply