Odisha news

ଗ୍ରୀଷ୍ମ ଋତୁର ପାଚିଲା ଫଳ ଶରୀର ପାଇଁ ସୁପର ପାୱାର

0

ଗ୍ରୀଷ୍ମଋତୁ ଆସିବା ମାତ୍ରକେ ବଜାରରେ ଫଳର ସମ୍ଭାର ଦେଖିବାକୁ ମିଳିଥାଏ l ବିଶେଷ ଭାବରେ ଖରାଦିନ ଫଳ ଅଙ୍ଗୁର, କମଳା, ଜାମୁକୋଳି ଏଭଳି ଅନେକ ସୁସ୍ୱାଦୁ ଫଳ ଖାଇବା ସମୟରେ ମନର ତୃଷା ମେଣ୍ଟି ଯାଇଥାଏ l ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗ୍ରୀଷ୍ମ ଋତୁରେ ଏଭଳି କିଛି ଫଳ ଅଛି ଯାହାକୁ ଖାଇବା ଦ୍ୱାରା ଅନେକ ଗୁଡିଏ ରୋଗରୁ ଆରାମ ମିଳିଥାଏ l ଆସନ୍ତୁ ଜାଣିବା କେଉଁ ଫଳରେ ରହିଛି କେଉଁ ଉପାଦାନ ଓ ତାହା ଶରୀର ପକ୍ଷରେ କେତେ ହିତକାରୀ l

* ପୋଷାକ ତତ୍ତ୍ୱରେ ଭରପୁର ଅଙ୍ଗୁର ଗ୍ରୀଷ୍ମଋତୁ ରେ ନିଜ ଡାଏଟ ରେ ନିହାତି ସାମିଲ କରନ୍ତୁ l ଏହା ଗରମ ଦିନରେ ଶରୀର କୁ ଏନର୍ଜି ଦେଇଥାଏ , ଏବଂ ଇମ୍ୟୁନିଟି ବୁଷ୍ଟ ମଧ୍ୟ କରିଥାଏ l

* ଆଡୁ ଗୋଟିଏ ଏଭଳି ସମର ଫ୍ରୁଟ ଯାହାକୁ ଆପଣ ନିଜ ଡାଏଟ ରେ ସାମିଲ କରନ୍ତୁ ଯାହା ଆପଣଙ୍କୁ ଅନେକ ଗୁଡିଏ ଲାଭ ଦେବ l ଏଥିରେ ଭିଟାମିନ ସି, ଭିଟାମିନ ଇ, ସେଲେ ନିୟମ ଭଳି ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ l ଏହା ଗୋଟିଏ ଫାଇବର ରିଚ ଫୁଡ ତେଣୁ ନିହାତି ଖାଇବା ଜରୁରୀ l ଓଜନ ମଧ୍ୟ ହ୍ରାସ ହୋଇଥାଏ l

* ଗରମ ଦିନରେ ବିଶେଷ ଭାବରେ ଲୁ ଖୁବ ଶୀଘ୍ର ଲାଗିଥାଏ, ଏପରି ସ୍ଥିତିରେ କମଳା ଖାଇବା ଖୁବ ଜରୁରୀ l କମଳା ଶରୀରକୁ ହାଇଡ୍ରେଟ ରଖିଥାଏ ଏବଂ ସେଲସ ଡ୍ୟାମେଜ ହୋଇନଥାଏ l

* ଗରମ ଦିନରେ ଜାମୁକୋଳି ଖାଇବା ଦ୍ୱାରା ଶରୀରକୁ ଅଦ୍ଭୁତ ଲାଭ ମିଳିଥାଏ l ଏହା ଶରୀରରେ ହେମୋଗ୍ଲୋବିନ ସ୍ତର କୁ ମେଣ୍ଟେନ କରିଥାଏ l

* ଖରଭୁଜ ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ l ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l

* ତରଭୁଜ ଗ୍ରୀଷ୍ମ ଋତୁରେ ଗୋଟିଏ ଉତମ ଫଳ ଅଟେ l ଏଥିରେ ୯୦ ପ୍ରତିଶତ ପାଣି ଥାଏ l ଯାହା ଆପଣଙ୍କୁ ଗରମ ଦିନରେ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ l ତରଭୁଜ ରେ ଭିଟାମିନ ସି, ଭିଟାମିନ କେ, ଆଇରନ, ମଗ୍ନେଶୀୟମ, ଫସଫରସ ଭଳି ମିନେରାଲସ ରହିଥାଏ l ଯାହା ଆପଣଙ୍କୁ ସୁସ୍ଥ ରଖିଥାଏ l

* ଗ୍ରୀଷ୍ମ ଋତୁରେ ସପୁରୀ ଗୋଟିଏ ସ୍ୱାସ୍ଥ୍ୟକର ଫଳ ଅଟେ, ଏଥିରେ ଜିଙ୍କ, ମଗ୍ନେଶୀୟମ, ଫସଫରସ, କ୍ୟାଲସିୟମ ଭଳି ଗୁଣ ରହିଥାଏ ଯାହାକି ହିଟ ୱେଭ ରୁ ରକ୍ଷା କରିଥାଏ l

* ଗରମ ଦିନରେ ଆମ୍ବ ଗୋଟିଏ ଖୁବ ପ୍ରିୟ ଫଳ ଅଟେ, ଏହା ଶରୀରରୁ ରକ୍ତସ୍ରାବ ଅଟକାଇବାରେ ସାହାଯ୍ୟ କରିଥାଏ l ଆମ୍ବ ରେ ବିଟା କେରେଟିନ ଭରପୁର ମାତ୍ରାରେ ରହିଥାଏ , ଆମ୍ବ ରେ ଭିଟାମିନ କେ, ଏବଂ ଆଣ୍ଟି ଆକ୍ସିଡେଣ୍ଟ ରହିଥିବା କାରଣରୁ ଶରୀର କୁ ଫ୍ରି ରେଡ଼ିକୁଲସ ରୁ ରକ୍ଷା କରିଥାଏ l

Leave A Reply