ଆଜି ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର, ଯାହାକି ବନ୍ଧୁତା ଦିବସ ଭାବରେ ପରିଚିତ l ଏହି ଦିନଟି ପ୍ରତ୍ୟେକ ଲୋକଙ୍କ ମନରେ ଗୋଟିଏ ସ୍ୱତନ୍ତ୍ର ଭାବନା ସୃଷ୍ଟି କରିଥାଏ l
ଦୁନିଆରେ ପ୍ରତ୍ୟେକ ଯୁଗରେ ବୁନ୍ଧୁତା କୁ ନେଇ ରହିଛି ଅନେକ ପ୍ରମାଣ l ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଙ୍କ ସହିତ ହନୁମାନ ଓ ସୁଗ୍ରୀବ ଙ୍କ ବନ୍ଧୁତା, ଏବଂ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଙ୍କ ସହିତ ସୁଦାମା ଙ୍କର ବନ୍ଧୁତା ସୃଷ୍ଟି କରିଛି ଜ୍ୱଳନ୍ତ ଉଦାହରଣ l ଯାହା ଆଜି ମଧ୍ୟ ଜୀବିତ ହୋଇ ରହିଛି ସମସ୍ତଙ୍କ ମନରେ l
ଆଜିର ଦିନଟି ବନ୍ଧୁତା ପାଇଁ ସମର୍ପିତ l ଏହି ଦିନଟି ପଛରେ ଗୋଟିଏ ବିଶେଷ କାହାଣୀ ରହିଛି l ଏକଦା ଆମେରିକା ସରକାର ଗୋଟିଏ ବ୍ୟକ୍ତିଙ୍କୁ ମାରି ଦେଇଥିଲେ l ଉକ୍ତ ବ୍ୟକ୍ତିଙ୍କର ଜଣେ ବନ୍ଧୁ ଥିଲେ l ଯିଏ କି ନିଜ ବନ୍ଧୁଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କରିଥିଲେ l ତାଙ୍କର ବନ୍ଧୁତ୍ୱ କୁ ଗଭୀର ଭାବରେ ସମ୍ମାନ ଦେଇ ୧୯୩୫ ରୁ ବୁଂଧୁତା ଦିବସ ପାଳନ ହୋଇ ଆସୁଛି ଓ ଏହି ଦିନଟି ଫ୍ରେଣ୍ଡସିପ ଡେ ଭାବରେ ସଭିଙ୍କ ନିକଟରେ ପରିଚିତ l
ବନ୍ଧୁତା ଗୋଟିଏ ଏଭଳି ସମ୍ପର୍କ ଯାହାକୁ ଜଣେ ବ୍ୟକ୍ତି ନିଜ ଇଛାରେ ବାଛିଥାଏ l ପିଲାଟି ବେଳରୁ ଏଭଳି ଅନେକ ସାଙ୍ଗସାଥି ଆମେ କରିଥାଉ l କିନ୍ତୁ କିଛି ଏଭଳି ବନ୍ଧୁ ରହି ଥାଆନ୍ତି ଯିଏକି ଦୁଃଖ ସୁଖ ସମୟରେ ଆମ ସହିତ ରହି ଥାଆନ୍ତି l ଗାଟିଏ ଭଲ ବନ୍ଧୁତା ଆମ ଜୀବନ ବଦଳାଇ ଦେଇଥାଏ ଓ ଭବିଷ୍ୟତ କୁ ସୁଧାରି ଦେଇଥାଏ l ଆଉକିଛି ବନ୍ଧୁତା ମଧ୍ୟ ଅବଟାକୁ ନେଇ ଭବିଷ୍ୟତ ନଷ୍ଟ କରିଦେଇ ଥାଏ l
