Odisha news

ପାକିସ୍ତାନରେ ଥିବା ୧୨୦୦ ବର୍ଷ ତଳର ବାଲ୍ମିକୀ ମନ୍ଦିରରେ ହେବ ପୂଜା

0

ଭାରତ ପାକିସ୍ତାନ ଅଲଗା ଅଲଗା ହୋଇଯାଇ ଥିଲେ ସୁଧା,  ବର୍ତମାନ ମଧ୍ୟ ପାକିସ୍ତାନ ରେ ଅନେକ ପ୍ରାଚୀନ ମନ୍ଦିର ରହିଛି l ଯାହାକି ଅବ୍ୟବସ୍ଥା କାରଣରୁ କିଛି ମାତ୍ରା ରେ ନଷ୍ଟ ହୋଇଯାଇଛି l ତଥାପି ଏହି ମନ୍ଦିରଟି ହିନ୍ଦୁ ମାନଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି l ସେହି ମନ୍ଦିର ମାନଙ୍କ ମଧ୍ୟରୁ ୧୨୦୦ ବର୍ଷ ତଳର ବାଲ୍ମୀକି ମନ୍ଦିର ଅନ୍ୟତମ l ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ମନ୍ଦିର ଟିକୁ ପୁନରୁଦ୍ଧାର କରାଯିବାର ଘୋଷଣା କରାଯାଇଛି l ଏହି ମନ୍ଦିର ଟି ଲାହୋର ରେ ଅବସ୍ଥିତ l ସୂଚନା ଯୋଗ୍ୟ ଯେ ଏହି ମନ୍ଦିରଟି କୁ କିଛିଲୋକ ଅବୈଧ କବ୍ଜା କରିଥିଲେ l

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ –
ଏହି ବାଲ୍ମୀକି ମନ୍ଦିରର ନବନୀକରଣ ନିକଟରେ ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଇଛି l ଦୀର୍ଘ ଦିନରୁ କିଛି ଲୋକ ଏହି ମନ୍ଦିର ଉପରେ ଅବୈଧ କବ୍ଜା କରିଥିଲେ , ଦୀର୍ଘଦିନର ଚେଷ୍ଟାପର ଏହି ମନ୍ଦିରର ଦେଖାଶୁଣା କରିବାର ଦାୟିତ୍ୱ ଗୋଟିଏ ସଂଗଠନ କୁ ଦିଆଯାଇଛି l ଏହା ପୂର୍ବରୁ ବାଲ୍ମୀକି ସମାଜର ଲୋକେ ଏହି ମନ୍ଦିରର ଦେଖାଶୁଣା କରୁଥିଲେ ଓ ପୂଜା କରୁଥିଲେ l

ପୌରାଣିକ ମାନ୍ୟତା ଅନୁସାରେ ପାକିସ୍ତାନ ସ୍ଥିତ ଲାହୋର ନଗରର ସ୍ଥାପନ ପ୍ରଭୁ ଶ୍ରୀରାମ ଙ୍କ ପୁତ୍ର ଲବ ଙ୍କ ଦ୍ୱାରା କରାଯାଇ ଥିଲା l ଏହାକୁ ପୁରୁଣା ପଞ୍ଜାବ ର ରାଜଧାନୀ କୁହାଯାଉ ଥିଲା l ଏହାଛଡା ସେତେବେଳ ସମୟରେ ଏହି ସ୍ଥାନକୁ ଲବପୁର ବୋଲି କୁହାଯାଉ ଥିଲା l ଦେଶ ବିଭାଜନ ପୂର୍ବରୁ ଅନେକ ମାତ୍ରା ରେ ହିନ୍ଦୁ ଓ ଶିଖ ସମ୍ପ୍ରଦାୟ ର ଲୋକେ ଏହି ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ ଓ ସେତେବେଳେ ଏହି ସ୍ଥାନ ଆସ୍ଥାର କେନ୍ଦ୍ର ଥିଲା l

Nalco
Leave A Reply