Odisha news

ଫୁଲନଖରା ରେଞ୍ଜ ବନ ବିଭାଗ ଆଜି ଆହତ ହରିଣ ଉଦ୍ଧାର

0

ଫୁଲନଖରା : ଫୁଲନଖରା ରେଞ୍ଜ ବନ ବିଭାଗ ଆଜି ଏକ ଆହତ ହରିଣକୁ ସଦର ଥାନା ଅନ୍ତର୍ଗତ ବାଲିକୁଦା ଅଞ୍ଚଳରୁ ଉଦ୍ଧାର କରିଛି । ହରିଣଟି ପେଟ୍ରୋଲ ପମ୍ପ ନିକଟ ଏକ ଖାଲୁଆ ଅଞ୍ଚଳରେ ଥିଲାବେଳେ ଏହାକୁ ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ । ପିସିଆର ଗାଡ଼ି ଘଟଣାସ୍ଥଳରେ ପହଞ୍ଚô ହରିଣଟିକୁ ଉଦ୍ଧାର କରି ପରେ ବନ ବିଭାଗ କର୍ମଚାରୀ ଗୀତାଞ୍ଜଳି ବେହେରା ଓ ପ୍ରମୋଦକୁମାର ସ୍ୱାଇଁଙ୍କୁ ହସ୍ତାନନ୍ତର କରିଥିଲା । ଉକ୍ତ ହରିଣଟି ଚନ୍ଦକା ଅଞ୍ଚଳରୁ ପଳାଇ ଆସିଥିବା ଅନୁମାନ କରାଯାଉଥିଲାବେଳେ ତା’ର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି ।

ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଚିକିତ୍ସା ପରେ ହରିଣଟିକୁ ଜଙ୍ଗଲରେ ଛାଡ଼ିଦିଆଯିବବୋଲି ରେଞ୍ଜ ଅଧିକାରୀ ଭରତଚନ୍ଦ୍ର ଘଡ଼ାଇ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବେ ବାରଙ୍ଗ ବ୍ଲକ ଅଧିନ ଗଙ୍ଗେଶ୍ୱର ଜଙ୍ଗଲରେ ଏକ ବହିରାଗତ ଅଣ୍ଡିରା ହରିଣକୁ ଠାବ କରାଯାଇଥିଲା । ସେଠାରେ ଜଳ କୁଣ୍ଡର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Leave A Reply