Odisha news

ନରଣଗଡ ଫୁଟବଲ : ଠଣାପଲୀ ଫାଇନାଲରେ

0
ନିରାକାରପୁର,୩/୧୧: ଖୋର୍ଦ୍ଧା ଜିଲ୍ଲା ନରଣଗଡ ବିନ୍ଦୁ ବଳୟ ଯୁବ ନିକେତନ ଦ୍ଵାରା ଚାଲିଥିବା ନରଣଗଡ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଦ୍ୱିତୀୟ ସେମିଫାଇନାଲରେ ବାଲିଗଡିଆ ଫୁଟବଲ ଦଳକୁ ଠଣାପଲୀ ଦଳ ଭେଟିଥିଲେ। ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ୭-୬ ଗୋଲ କରି ଠଣାପଲୀ ଫାଇନାଲକୁ ପ୍ରବେଶ କରିଛି। ଆଜିର ଖେଳକୁ ଫକୀର ଚରଣ ନିଶଙ୍କ, ଶରତ ଛୋଟରାୟ, ଅଭିନଶ ପଟ୍ଟନାୟକ ଓ ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ଠଣାପଲୀ ଓ ପାଇକ ତିଗିରିଆ ମଧ୍ୟରେ ଅନୁଷ୍ଠିତ ହେବ।
Leave A Reply