ରାଜ୍ୟ ସ୍ତରୀୟ କୁଶରଞ୍ଜନ ପଟ୍ଟନାୟକସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟରେ ଦ୍ୱିତୀୟ ସେମିଫାଇନାଲ ଖେଳରେ ମିଶନ ଟାଇଗର ବାଲେଶ୍ୱର ବିଜୟୀ
ଆନନ୍ଦପୁର : ଆନନ୍ଦପୁର ଷ୍ଟାଡିଅମ ପଡିଆ ଠାରେ କୁଶ ରଞ୍ଜନ ସ୍ମାରକି ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳ ପରସ୍ପର ମଧ୍ୟ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲାବେଳେ ଖେଳ ଶେଷ ପଯ୍ୟନ୍ତ ପରସ୍ପରକୁ 1-1ଗୋଲରେ ଶେଷ ହୋଇ ପେନାଲଟି ମାଧ୍ୟ୍ୟମରେ ମିଶନ ଟାଇଗର ବାଲେଶ୍ୱର 5-4ଗୋଲରେ ଆକ୍କା କ୍ଲବ କଟକ କୁ ପରାସ୍ତ କରି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି l ଆସନ୍ତା 1ତାରିଖ ଦିନ ଜଗାୟୌନା ଟ୍ରେଡ଼ ଭୁବନେଶ୍ୱର ଓ ମିଶନ ଟାଇଗର ବାଲେଶ୍ୱର ମଧରେ ଖେଳ ହେବ l ଆଜିର ଖେଳରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବି. ଡି. ଓ ପଞ୍ଚାନନ ମଲିକ ଯୋଗ ଦେଇଥିବା ବେଳେ ପୂର୍ବତନ କ୍ରୀଡା ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ll ମୁଖ୍ୟ ରେଫରୀ ଭାବେ ସନ୍ତୋଷ ରାଉତ ଖେଳ ପରିଚାଳନା କରିଥିଲାବେଳେ ଲାଇନ୍ସ ମ୍ୟାନ ଭାବେ ଅଭିନାଶ ପଟନାୟକ ମନୋରଞ୍ଜନ ବାରିକ, ସହଯୋଗ କରିଥିଲେ ll ସଂସଦର ପୂର୍ବତନ ଖେଳାଳି ନିରାକାର ଦଳେଇ, ଗଗନ ସିଂ, ଅଶୋକ କୁମାର ରାଉଳ, ବିନୋଦ ମିଶ୍ର, ଅକ୍ଷୟ ମହାନ୍ତି, ରମେଶ ସିଂ, ମୁରଲୀଧର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ll