Odisha news

ସ୍କାଇପ୍‍ ମାଧ୍ୟମରେ ୧୬ଟି ଜିଲ୍ଲାର ଲୋକଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ : ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

ଭୁବନେଶ୍ୱର : ଆଜି ସ୍କାଇପ୍‍ ମାଧ୍ୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୬ଟି ଜିଲ୍ଲାର ସାମାଜିକ ସଂଗଠନର କର୍ମକର୍ତ୍ତା, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ସରପଞ୍ଚ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲୋ ସେହି ସବୁ ଜିଲ୍ଲାରେ ଲୋକମାନଙ୍କର ଖାଦ୍ୟ ନିରାପତ୍ତା, ପି.ଡ଼ି.ଏସ୍‍ ରାସନ୍‍ ସାମଗ୍ରୀ ଯୋଗାଣ, ରବିଧାନ ସଂଗ୍ରହ, ୧୦୦୦ ଟଙ୍କା ନଗଦ ରିଲିଫ୍‍ ବଣ୍ଟନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବିନାମୂଲ୍ୟରେ ଚାଉଳ ଓ ଡାଲି ବଣ୍ଟନ, ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ନାମ ପଞ୍ଜୀକରଣ, ପ୍ୟାକ୍ସରେ ସାର ଓ ବିହନ ଯୋଗାଣ ଆଦି ବିଷୟରେ ପଚାରି ବୁଝିଥିଲୋ ଏଥି ସହିତ କୋଭିଡ୍‍-୧୯ ସଂକ୍ରମଣର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଜାରି କରାଯାଇଥିବା ମାର୍ଗଦର୍ଶିକା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସଂପର୍କରେ ପରାମର୍ଶ ଦେଇଥିଲୋ ଆଲୋଚନା ସମୟରେ ପ୍ରତିନିଧିମାନେ ଦେଇଥିବା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ

ସାରା ରାଜ୍ୟରେ ଲକଡାଉନ ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତା ରାଜ୍ୟ ସରକାରଙ୍କ ପ୍ରାଥମିକତା ହୋଇଥିବା ବେଳେ କେହି ଯେମିତି ଜଣେ ଗରିବ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଲକଡାଉନ ସମୟରେ ସିଧାସଳଖ ଲୋକମାନଙ୍କ ନିକଟରେ ପହଞ୍ଚିବା ସମ୍ଭବପର ହେଉନଥିବା ପରିପ୍ରେକ୍ଷୀରେ ଟୁଇଟର, ଫେସବୁକ୍‍, ଟେଲିଗ୍ରାମ, ହ୍ୱାଟସ୍‍ଆପ୍‍ ଆଦି ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କର ଅଭିଯୋଗ ଗ୍ରହଣ କରାଯିବା ସହିତ ସମ୍ବାଦପତ୍ରରେ ପ୍ରକାଶିତ ଖବରଗୁଡ଼ିକ ଉପରେ ତୁରନ୍ତ ତଦନ୍ତ କରାଯାଇ ଲୋକମାନଙ୍କର ସମସ୍ୟାର ସମାଧାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସଂପ୍ରତି ଗଣମାଧ୍ୟମରେ ପୁଇଁତଳା ବ୍ଲକ୍‍ର ମହିମୁଣ୍ଡା ଗ୍ରାମପଞ୍ଚାୟତର କ୍ଷୀରା ଅମାତଙ୍କୁ ପିଡ଼ିଏସ୍‍ରେ କମ ପରିମାଣର ଚାଉଳ ଯୋଗାଣର ଅଭିଯୋଗ ବିଷୟରେ ଅବଗତ ହେବା ପରେ ଏ ଦିଗରେ ତୁରନ୍ତ ତଦନ୍ତ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲୋ ଅଭିଯୋଗର ତଦନ୍ତ କରାଯାଇ ଯୋଗାଣ ସହାୟକ ଓ ସଂପୃକ୍ତ ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାରଣଦର୍ଶାଅ ନୋଟିସ୍‍ ଦିଆଯିବା ସହିତ ଦରମା ବନ୍ଦ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଇଛିା ଏଥି ସହିତ ହିତାଧିକାରୀ ମହିଳାଙ୍କୁ ବକେୟା ଚାଉଳ ତୁରନ୍ତ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଇଛିା

ସେହିପରି କିରୋସିନି ଯୋଗାଣରେ ଅନିୟମିତତା ଅଭିଯୋଗରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍‍ର ତାଳଦା ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛିା ରାଜ୍ୟର ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏ ଦିଗରେ ସତର୍କ ଦୃଷ୍ଟି ରଖିବା ସହିତ କୌଣସି ପ୍ରକାର ଅନିୟମିତତା ଦୃଷ୍ଟିକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ଟୁଇଟର ମାଧ୍ୟମରେ ଡଙ୍ଗରିଆ କନ୍ଧମାନେ ପିଡିଏସ୍‍ ସାମଗ୍ରୀ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣି ସେମାନଙ୍କ ଘରପାଖରେ ରାସନ୍‍ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛିା

ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍କାଇପ୍‍ ମାଧ୍ୟମରେ କନ୍ଧମାଳ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲା ଏବଂ ଭୁବନେଶ୍ୱରର ପ୍ରାୟ ୭୦ ଜଣଙ୍କ ସହିତ ଆଲୋଚନା କରିଥିଲୋ

Leave A Reply