ବାରିପଦା : ଆରଡିଏସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା ସମୟରେ ଦୁର୍ବିଶ ସହ ଜୀବନ ବିତାଉଥିବା ତୃତୀୟଲିଙ୍ଗ ସମୁଦାୟ ରିଲିଫ ବଣ୍ଟନ ଅନୁଷ୍ଠାନର ଉପସଭାପତି ପ୍ରଫେସର ଜୋତିଷ କୁମାର କରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଅଛି । ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ୍-୧୯ ମହାମାରୀ ସମୟରେ ଲକ୍ଡାଉନ୍ କାରଣରୁ ଭୋବ ଉପାସରେ ଜୀବନ ବିତାଉଥିବାର ଜାଣିବା ପରେ ଆଇଡିଏସି ସଂସ୍ଥା ପକ୍ଷରୁ ୧୫ଦିନରେ ଶୁଖିଲାଖାଦ୍ୟ, ସାବୁନ, ସାନିଟାଇଜର, ମାସ୍କ ଓ ଗୁଲକୋଜ ବଣ୍ଟନ କରାଯାଇଅଛି । ତୃତୀୟଲିଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆରଡିଏସିର ପ୍ରୟାସ ରାଜ୍ୟର ପ୍ରଥମ ଅଟେ । ଏହି ରିଲିଫ ବଣ୍ଟଣ କାର୍ଯ୍ୟକ୍ରମ ଆରମ୍ଭ କରି ଓଡିଶା ସରକାରଙ୍କର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦୃଷ୍ଟି ଆକର୍ଷଣ ହୋଇଯାଇଛି । ଯାହାଫଳରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କର ମଧ୍ୟ ତୃତୀୟଲିଙ୍ଗ ସଂପ୍ରଦାୟଙ୍କର ସୁରକ୍ଷା, ଥଇଥାନ କରୋନା ଲକ୍ଡାଉନ୍ ସମୟରେ ନିଶ୍ଚିତ କରାଇବା ପାଇଁ ଲକ୍ଷ୍ୟ ରଖିଥିବାର ପ୍ରୟାସ କରାଯାଇଅଛି । ଆଗାମୀ ଏକ ସପ୍ତାହ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଆଦାର ପଞ୍ଜିକୃତ ସମସ୍ତ ତୃତୀୟଲିଙ୍ଗଙ୍କ ଅନ୍ତର୍ଭୁକ୍ତ କରିବା ପାଇଁ ଆରଡିଏସି ସମ୍ପାଦକ ବିଜୟ କୁମାର ବେହେରା ପ୍ରକାଶ କରିଛନ୍ତି ।