ମାନବ ଶରୀର ବିଭିନ୍ନ କାରଣରୁ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା ହୁଏତ ସ୍ୱାସ୍ଥ୍ୟ ଭଲ ହୋଇଥାଏ ଅଥବା ସ୍ୱାସ୍ଥ୍ୟ ହାନି ହୋଇଥାଏ l ଆହାର ଶରୀର ପାଇଁ ନିହାତି ଆବଶ୍ୟକ ,କିନ୍ତୁ ଏହାକୁ ଖାଇବାର ଶୈଳୀରେ କିଛିଟା ସୁଧାର ଆଣିବା ଆବଶ୍ୟକ l ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଖାଦ୍ୟକୁ ଖାଇବାର ଶୈଳୀ କଣ ?ହଁ ଆଜ୍ଞା ,ଖାଦ୍ୟକୁ ଆମେ କିପରି ଚୋବାଇ ଖାଇବା ଦ୍ୱାରା ଆମ ଶରୀର ଉପରେ କି ପ୍ରଭାବ ପଡିବ ଆସନ୍ତୁ ସେ ବିଷୟରେ ଜାଣିବା l
* ଧୀରେ ଧୀରେ ଭୋଜନକୁ ଚୋବାଇବା ଦ୍ୱାରା କି ପ୍ରଭାବ ପଡିଥାଏ – ପ୍ରତେକ ବ୍ୟକ୍ତିଙ୍କର ଖାଇବାର ବେଗ ଅଲଗା ଅଲଗା ପ୍ରକାରର ରହିଥାଏ l କିଛି ଲୋକଙ୍କର ଧାରଣା ରହିଛି ଧୀରେ ଧୀର ଖାଉଥିବା ବ୍ୟକ୍ତି ସ୍ୱଭାବରେ ଅଳସୁଆ ହୋଇଥାନ୍ତି l କିନ୍ତୁ ଧୀରେ ଧୀରେ ଖାଦ୍ୟ ଖାଇବା ଦ୍ୱାରା ଓଜନ କମିବାର ସାହାଯ୍ୟ ମିଳିଥାଏ l ଧୀରେ ଧୀରେ ଖାଦ୍ୟ ଖାଇବା ଦ୍ୱାରା ପେଟ ଭରିଯିବା ସହିତ ଶୀଘ୍ର ଭୋକ ମଧ୍ୟ ଲାଗି ନଥାଏ l ଏହାଦ୍ୱାରା ବ୍ୟକ୍ତି ଅଧିକ କ୍ୟାଲୋରୀ ଗ୍ରହଣ କରିବାରୁ ରକ୍ଷା ପାଏ ଓ ଓଜନ ମଧ୍ୟ କମିଯାଏ l
* ପୋଷାକ ତତ୍ୱର ଗୋଟିଏ ଉନ୍ନତ ଅବସୋସ – ଅଧିକାଂଶ ଲୋକ ଦ୍ରୁତ ଗତିରେ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଓ ବଦହଜମୀ ର ଶିକାର ହୋଇଥାନ୍ତି l ଧୀରେ ଧୀରେ ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହିତ ପାଚନ ପକ୍ରିୟା ଠିକ ହୋଇଥାଏ ଓ ଭୋଜନ ସହଜରେ ହଜମ ହୋଇଯାଏ l ଏହା ସହିତ ପୋଷାକ ତତ୍ୱ ଶରୀରର ସମସ୍ତ ଅଙ୍ଗକୁ ଠିକରେ ପହଂଚି ପରେ l
* ଚିନ୍ତା ଦୂରକରେ -ଖାଦ୍ୟକୁ ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ମସ୍ତିସ୍କ ସୁସ୍ଥ ରହିବ ସହିତ ଶାନ୍ତ ରହିଥାଏ l ଏହାଦ୍ୱାରା ମନରେ ଉତେଜନାରେ ସ୍ତର ମଧ୍ୟ କମ ହୋଇଥାଏ l
* ସନ୍ତୁଷ୍ଟି ପ୍ରଦାନ କରେ -ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ଆମେମାନେ ଖାଦ୍ୟର ସ୍ବାଦକୁ ଠିକରେ ଅନୁଭବ କରି ପାରୁ l ଏହା ସହିତ ଭୋଜନର ସୁଗନ୍ଧ ଆପଣଙ୍କୁ ସନ୍ତୁଷ୍ଟ ପ୍ରଦାନ କରିଥାଏ l