Odisha news

ଭୋଜନ କରିବା ସମୟରେ ଧ୍ୟାନ ଦିଅନ୍ତୁ ଏହିସବୁ କଥାକୁ, ନଚେତ ଜୀବନ ରେ ଆସିପାରେ ଦରିଦ୍ରତା

0

ଭାରତୀୟ ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଦିଗର ଅଲଗା ଅଲଗା ମହତ୍ୱ ରହିଛି l ଏହାଛଡା ପ୍ରତ୍ୟେକ ଦିଗକୁ ନେଇ ଅଲଗା ଅଲଗା ନିୟମ ମଧ୍ୟ ରହିଛି l ଯେପରି ଉତ୍ତର ଦିଗରେ ଧନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରାଯାଇ ଥାଏ l ସେହିଭଳି ଖାଦ୍ୟ ଗ୍ରହଣ କରିବାକୁ ନେଇ ମଧ୍ୟ ବିଶେଷ ନିୟମ ରହିଛି l  କିନ୍ତୁ ସାଧାରଣ ଭାବରେ ଆମେ ଏହିସବୁ ନିୟମକୁ ଜାଣିଶୁଣି ଅଣଦେଖା କରି ଦେଇଥାଉ ଯାହାକି ଆମର ଜୀବନ କୁ କିଛି ମାତ୍ରାରେ ପ୍ରଭାବିତ କରିଥିଲେ ମଧ୍ୟ ଆମେ ଧ୍ୟାନ ଦେଇ ନଥାଉ l ଏହାର ପରିଣତି ପରେ ଆମକୁ ଭୋଗିବାକୁ ପଡିଥାଏ l ଶାସ୍ତ୍ର ରେ ଖାଇବା ଗ୍ରହଣ କରିବା ସମୟରେ ବିଶେଷ ନିୟମ ପାଳନ କରିବା ପାଇଁ କୁହାଯାଇଛି l

ଭୋଜନ କରିବା ସମୟରେ ଏହିସବୁ କଥାକୁ ବିଶେଷ ଧ୍ୟାନ ରଖନ୍ତୁ -:
– ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ କଦାପି ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ l  ଦକ୍ଷିଣ ଦିନ ଯମ ବା ମୃତକ ଙ୍କ ଦିଗ ଅଟେ l  ଏହି ଦିଗକୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା ଜୀବନ ରେ ନକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ସବୁଠୁ ଉତ୍ତମ ହେଲା ପୂର୍ବ ଦିଗକୁ ମୁଖ କରି ଭୋଜନ ଗ୍ରହଣ କରିବା l

– ଯେତେବେଳେ ମଧ୍ୟ ଭୋଜନ କରୁଛନ୍ତି ପ୍ରଥମ ଗୁଣ୍ଡା ଟି ଅଲଗା ରଖି ଦିଅନ୍ତୁ l  ଖାଦ୍ୟ ଖାଇ ସାରିବା ପରେ ଏହି ଗୁଣ୍ଡା ଟି ଘର ବାହାରେ ପଶୁ ପକ୍ଷୀଙ୍କୁ କିମ୍ବା ଜୀବଜନ୍ତୁଙ୍କୁ ଦେଇ ଦିଅନ୍ତୁ l  ଏହାଦ୍ୱାରା ଆପଣଙ୍କ ଜାତକ ରେ ରିଷ୍ଟ ଖଣ୍ଡନ ହେବ l

– ଭୋଜନ କରିବା ସମୟରେ ପାଣି ଗ୍ଲାସ କୁ ସର୍ବଦା ଆପଣଙ୍କ ଥାଳିର ଡାହାଣ ପାଖରେ ରଖିବା ଜରୁରୀ l  ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ଓ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l  ଜୀବନ ରେ ସୁଖସମୃଦ୍ଧି ର ଆଗମନ ହୋଇଥାଏ l

– ଭୋଜନ ପରେ କଦାପି ଥାଳିରେ ହାତ ଧୋଇବା ଉଚିତ ନୁହେଁ l  କାହିଁକି ନା ଏପରି କରିବା ଦ୍ୱାରା ଘରକୁ ଦରିଦ୍ରତା ର ଆଗମନ ହୋଇଥାଏ l  ଏହାଛଡା କଦାପି କାହାରି ଅଇଁଠା ଥାଳି ରେ ଭୋଜନ ଗ୍ରହଣ କରନ୍ତୁ ନାହିଁ l  ଏପରି କରିବା ଦ୍ୱାରା ମା ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୋଇ ଥାନ୍ତି l

– ଭୋଜନ ଗ୍ରହଣ କରିବା ସମୟରେ କ୍ରୋଧ କରିବା ଠିକ ନୁହେଁ l  ଏହାଦ୍ୱାରା ଲକ୍ଷ୍ମୀଙ୍କ ଅନାଦର ହୋଇଥାଏ l ଭୋଜନ ସମୟରେ ଭୋଜନ କୁ ଫିଙ୍ଗିବା ମଧ୍ୟ ଠିକ ନୁହେଁ l  ଯେତିକି ଆପଣ ଖାଇବେ ସେତିକି ଭୋଜନ ନିଜ ଥାଳିରେ ନିଅନ୍ତୁ l  ନଚେତ ଜୀବନ ରେ ବିଭିନ୍ନ ସମସ୍ୟା ଦେଖାଯାଇ ଥାଏ l

Govt
Leave A Reply