Odisha news

ଡିସେମ୍ବର ୨୪ ଓ ଜାନୁଆରୀ ୭ରେ ଆୟୋଜିତ ହେବଏଫ୍ଟିଆର୍ଇ

0

ଭୁବନେଶ୍ୱର : ଦେଶରେ କମ୍ପିଟିଟିଭ୍ ପରୀକ୍ଷା ପାଇଁ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ନିଜର ବିରାସତକୁ ସୁଦୃଢ କରି ଫିଟ୍ଜୀ ପକ୍ଷରୁ ବର୍ତମାନ ୫ମ, ୬ଷ୍ଠ, ୭ମ, ୮ମ,୯ମ, ୧୦ମ ଓ ଏକାଦଶ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ଜୀ ଟାଲେଂଟ୍ ରିୱାର୍ଡ ଏଗ୍ଜାମ (ଏଫ୍ଟିଆର୍ଇ) ପରୀକ୍ଷାର ଆୟୋଜନ କରାଯାଉଛି । ଏହି ପରୀକ୍ଷା ଆସନ୍ତା ଡିସେମ୍ବର ୨୪ ତାରିଖ ଓ ଜାନୁଆରୀ ୭ ତାରିଖ ୨୦୨୪ରେ ଆୟୋଜିତ ହେବ ଯାହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଏଥିରେ ଅଂଶଗ୍ରହଣ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଉଛି । ଏହି ପରୀକ୍ଷା କେବଳ ଅଫ୍ଲାଇନ୍ ମୋଡରେ ପରିଚାଳିତ ହେବ । ଏଫ୍ଟିଆର୍ଇ ପାଇଁ ପଞ୍ଜୀକରଣ କରିବା ଲାଗି ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ପଞ୍ଜୀକରଣ ପାଇଁ ଙ୍ଗଙ୍ଗଙ୍ଗ.ଲସସଗ୍ଧହରର-ଲଗ୍ଧକ୍ସର.ମକ୍ଟଜ୍ଞରେ ଭିଜିଟ୍ କରିପାରିବେ କିମ୍ବା ଅଫ୍ଲାଇନ୍ରେ ପଞ୍ଜୀକରଣ କରିବା ପାଇଁ ନିକଟସ୍ଥ ଫିଟ୍ଜୀ ସେଂଟର୍ ପରିଦର୍ଶନ କରିପାରିବେ । ଏଫ୍ଟିଆର୍ଇ ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ପରୀକ୍ଷା ତାରିଖର ଦୁଇ ଦିନ ପୂର୍ବରୁ ରହିବ ଅର୍ଥାତ୍ ୨୪ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ୨୨ ଡିସେମ୍ବର ଓ ୭ ଜାନୁଆରୀରେ ହେବାକୁ ଥିବା ପରୀକ୍ଷା ପାଇଁ ୫ ଜାନୁଆରୀ ହେଉଛି ପଞ୍ଜୀକରଣ ପାଇଁ ଶେଷ ତାରିଖ । ଏଫ୍ଟିଆର୍ଇ, ଫିଟ୍ଜୀର ନାମଲେଖା ଓ ବୃତି ପରୀକ୍ଷା ମଧ୍ୟ ଅଟେ । ଏଫ୍ଟିଆର୍ଇରେ ପ୍ରଦର୍ଶନ ଆଧାରରେ ମନୋନିତ ଛାତ୍ରଛାତ୍ରୀଙ୍କୁ ଫିଟ୍ଜୀ କ୍ଲାସ୍ରୁମ୍ ପ୍ରୋଗ୍ରାମ / ଇଂଟିଗ୍ରେଟେଡ୍ ସ୍କୁଲ ପ୍ରୋଗ୍ରାମ / ଲାଇଭ୍ ଅନ୍ଲାଇନ୍ କ୍ଲାସ୍ରୁମ୍ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଅଫର୍ ଦିଆଯିବ । ଏହାଛଡା ଏଫ୍ଟିଆର୍ଇ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନଗତ ବୃତି ସହ ଫିଟ୍ଜୀ ପ୍ରୋଗ୍ରାମ ଓ ହଷ୍ଟେଲ୍ ଖର୍ଚ୍ଚ ଉପରେ ଫି’ ଛାଡ ସୁବିଧା ସମେତ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ବୃତି ପ୍ରଦାନ କରାଯାଉଛି ।

ସେହିପରି ସମସ୍ତ ଛାତ୍ରୀମାନେ ପୁତ୍ରୀ ଏମ୍ପାୱାରମେଂଟ୍ କାର୍ଯ୍ୟକ୍ରମ ଅଧିନରେ ଟୁ୍ୟସନ ଫି’ ଉପରେ ୨୫% ରିହାତି ପାଇବେ । ଫିଟ୍ଜୀର ଏଫ୍ଟିଆର୍ଇ ଛାତ୍ରଛାତ୍ରୀଙ୍କୁ କମ୍ପିଟିଟିଭ୍ ପରୀକ୍ଷା ପାଇଁ ସେମାନଙ୍କର ପ୍ରସ୍ତୁତିକୁ ମୂଲ୍ୟାୟନ ଓ ଉନ୍ନତ କରିବା ପାଇଁ ଏକ ଚମକ୍ରାର ଲାଭ ଓ ବିସ୍ତୃତ ପ୍ଲାଟ୍ଫର୍ମ ପ୍ରଦାନ କରୁଛି । ଏହା ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍, ଜେଇଇ ଆଡ୍ଭାନ୍ସଡ୍, ନିଟ୍, ବିଭିନ୍ନ ଅଲିମ୍ପିଆଡ୍ ଏବଂ ର୍ୟାଙ୍କ ପୋଟେନ୍ସିଆଲ ଇଣ୍ଡେକ୍ସ (ଆର୍ପିଆଇ) ମାଧ୍ୟମରେ ଏନ୍ଟିଏସ୍ଇ ଭଳି ପ୍ରମୁଖ ପରୀକ୍ଷାଗୁଡିକ ପାଇଁ ସେମାନଙ୍କର ସମ୍ଭାବ୍ୟ ଅଲ୍ ଇଣ୍ଡିଆ ର୍ୟାଙ୍କର ଏକ ବାସ୍ତବ ଆକଳନ ପ୍ରଦାନ କରୁଛି । ଏସମ୍ପର୍କରେ ଫିଟ୍ଜୀ, ଭୁବନେଶ୍ୱର ସେଂଟର୍ର ମ୍ୟାନେଜିଂ ପାର୍ଟନର୍ ଓ ସେଂଟର୍ ହେଡ୍ ରଣଜୟ ବର୍ଦ୍ଧନ କହିଛନ୍ତି, ‘ଏଫ୍ଟିଆର୍ଇ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅନୁଭୂତିକୁ ରୂପାନ୍ତର କରିବା ପାଇଁ ଏକ ଟୁଲ୍ ଅଟେ ଏବଂ ଏହା ସେମାନଙ୍କୁ ଅସାଧାରଣ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ କରିବ । ଫିଟ୍ଜୀରେ ଯୋଗ ଦେବାକୁ ଚାହୁଁଇôବା ପ୍ରତ୍ୟେକ ଛାତ୍ରଛାତ୍ରୀ ଫିଟ୍ଜୀ ଟାଲେଂଟ୍ ରିୱାର୍ଡ ପରୀକ୍ଷାରେ ଯୋଗ ଦେବା ଉଚିତ ବୋଲି ମୁଁ ପରାମର୍ଶ ଦେବି ।’ ଫିଟ୍ଜୀ ଓଡିଶା ଅପରେଶନ୍ସର ମେଂଟର ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି, ‘ଏଫ୍ଟିଆର୍ଇରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନେ ନିଜର ବିଦ୍ୟମାନ କ୍ଷମତାଗୁଡିକୁ ଭଲ ଭାବରେ ବୁଝିପାରିବା ସହିତ ନିଜର ଶିକ୍ଷାଗତ ଆକାଂକ୍ଷା ଓ ଭବିଷ୍ୟତର ସଫଳତା ଦିଗରେ ଆବଶ୍ୟକୀୟ ସହଯୋଗ ପାଇପାରିବେ । ଏଫ୍ଟିଆର୍ଇ ଆଇଆଇଟି, ଜେଇଇ ବାହାରେ ଆର୍ଟସ୍, କମର୍ସ ଓ ମେଡିକାଲ ଫିଲ୍ଡରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି ।

Leave A Reply