ଆନନ୍ଦପୁର, ସ-ବ୍ୟୁ: ଘଷିପୁରା ଥାନା ସମ୍ମୁଖରେ ଘଷିପୁରା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ଉନ୍ମତ୍ତ କାଣ୍ଡ କରି ପୋଲିସ ଦ୍ଵାରା ଗିରଫ ହୋଇଛନ୍ତି । ଆଜି ସକାଳ ସାଢେ ୯ଟା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନସ ସିଂହ ମାତାଲ ଅବସ୍ଥାରେ ଘଷିପୁରା ଥାନା ସମ୍ମୁଖରେ ପହଞ୍ଚି ଲୋକଙ୍କୁ ଗାଳିଗୁଲଜ କରିଥିଲେ ।
ପରିବା କିଣୁଥିବା ଲୋକ ଏହାର ପ୍ରତିବାଦ କରିବାରୁ ମାନସ ସେମାନଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଷିପୁରା ପୁଲିସ ସେଠାରେ ପହଞ୍ଚି ମାନସକୁ କାବୁ କରି ଥାନାକୁ ନେଇଥିଲା । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି