ନୂଆପଡ଼ା,୫ା୫: ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆସିଥିଲେ । ସଦର ବ୍ଲକ ସିଲଦା ସ୍ଥିତ ଅନ୍ୱେଷ ହଷ୍ଟେଲରେ ନିର୍ମିତ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଜିଲ୍ଲାରେ କୋଭିଡ଼ ମୁକାବିଲାକୁ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମଧ୍ୟାହ୍ନରେ ଖଡ଼ିଆଳ ସ୍ଥିତ ମା ଓ ଶିଶୁ ବିଭାଗର ନବ ନିର୍ମିତ କୋଠାଗୃହ ଉଦ୍ଘାଟନ କରି ଫେରି ଯାଇଥିଲେ ।
ଆଜି ପୂର୍ବାହ୍ନ ୧୧ଟାରେ ଝାରସୁଗୁଡାରୁ ସଡ଼କ ପଥ ଯୋଗେ ନୂଆପଡ଼ାରେ ପହଞ୍ଚô ଥିଲେ । ସଦର ବ୍ଲକ ସିଲଦା ସ୍ଥିତ ଅନ୍ୱେଷା ହ ଷ୍ଟେଲରେ ନିର୍ମିତ କୋଭିଡ଼ ହସ୍ପିଟାଲକୁ ଯାଇଥିଲେ । ସେଠାରେ ହସ୍ପିଟାଲ ପରିଦର୍ଶନ କରି ସମସ୍ତ ୱାଡ ବୁଳି ଆନୁସାଙ୍ଗିକ ବ୍ୟବସ୍ଥା ଦେଖିଥିଲେ । ପରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାରେ କୋଭିଡ଼ ମୁକାବିଲାକୁ ନେଇ ଆଲୋଚନା କରିଥିଲେ । ନୂଆପଡ଼ା ଏକ ସୀମାନ୍ତ ଓ ଦାଦନ ପ୍ରବଣ ଜିଲ୍ଲା । ପ୍ରତିବର୍ଷ ବହୁ ସଂଖ୍ୟାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି ।
ଏବେ ଶ୍ରମିକ ମାନେ ଫେରି ଆସିବାର ସମୟ । ବାହାର ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କ ରାଜ୍ୟ ସରକାରଙ୍କ ନିଦେ୍ର୍ଦଷ ଅନୁସାରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ଜରୁରୀ । ସମସ୍ତେ ସେବ ମନୋଭବକୁ ନେଇ କାମ କରିବା ଆବଶ୍ୟକତା ରହିଛି । ଏହା ଆମ ପାଇଁ ପରୀକ୍ଷାର ସମୟ । ସମସ୍ତେ ନିଷ୍ଠାପର ଓ ସେବା ମନୋଭାବ ନେଇ ଲୋକଙ୍କ ସେବା କଲେ, କରୋନା ଭଳି ମହାମାରୀକୁ ସହଜରେ ମୁକାବିଲା କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।
ଏହି ଅବସରରେ କଲାହାଣ୍ଡି ଲୋକସଭା ସଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସ୍ମିତା ସାହୁ, ଏସପି ବିନିତ ଅଗ୍ରୱାଲ, ସିଡିଏମଓ ଡା.କାଲୀପ୍ରସାଦ ବେହେରା, ଏଡିଏମ ସୂର୍ଯ୍ୟମାଧବ ପାଣିଗ୍ରାହୀ, ଦୁର୍ଗାମାଧବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
ସେଠାରେ ଲୋକ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ କୋଭିଡ଼ ହସ୍ପିଟାଲ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ଦାସ ଖଡ଼ିଆଳ ଗସ୍ତ କରିଥିଲେ । ସେଠାରେ ମା ଓ ଶିଶୁ ବିଭାଗର ନବ ନିର୍ମିତ କୋଠାଗୃହକୁ ଉଦ୍ଘାଟନ କରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଭିମୁଖେ ଯାତ୍ରା କରିଥିଲେ ।
ସରକାର ସାମଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଯଦିଓ ସମସ୍ତେ ମାସ୍କ ପରିଧାନ କରିଥିଲେ, ହେଲେ ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏଠି ସମସ୍ତ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନେ ସାମଜିକ ଦୂରତା ଅବଲମ୍ବନ କରିବା ଭଳି ସରକାରୀ ନିୟମ କାନୁନକୁ ଫୁ କରି ମନ୍ତ୍ରୀଙ୍କୁ ଅନୁସରଣ କରୁଥିଲେ । ଅନ୍ୟପକ୍ଷେ କୋଭିଡ଼ ହସ୍ପିଟାଲ ଉଦ୍ଘାଟନ ହୋଇ ସାରିଥିଲେ ବି ଅନେକ ଅବବ୍ୟସ୍ଥା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସିଧାସଳଖ ବାରଣା କରା ଯାଇଥିଲା । ଆଗାମୀ ଦିନରେ ଜିଲ୍ଲାକୁ ହଜାର ହଜାର ସଂଖ୍ୟାରେ ରାଜ୍ୟ ବାହାରୁ ଶ୍ରମିକ ମାନେ ଫେରିବାକୁ ରହିଛି । ଏହାକୁ କିଭଳି ଭାବେ ଜିଲ୍ଲା ପ୍ରଶାସନ ମୁକାବିଲା କରୁଛି, ତାହା ଦେଖିବାକୁ ବାକି ରହିଲା ।