Odisha news

ଗୁଜରାଟ କୋଭିଡ୍ ହସ୍ପିଟାଲ୍ଘ ଅଗ୍ନିକାଣ୍ଡ ଘଟଣା ଘଟିବା ପରେ ରାଜ୍ୟ ସରକାର ଙ୍କୁ ମନେ ପଡିଛି ସୁରକ୍ଷା ବ୍ୟବସ୍ଥା : ତତ୍ପରତା ପ୍ରକାଶ କରିଛି ଅଗ୍ନିଶମ ବିଭାଗ

0
ପାରଳଖେମୁଣ୍ଡି ୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗୁଜରାଟର ଏକ  କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ପରେ ରାଜ୍ୟରେ ତତ୍ପର ହୋଇଛି ଅଗ୍ନିଶମ ବିଭାଗ। ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ଏହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ବିଭାଗର ରାଜ୍ୟ  ମହାନିର୍ଦ୍ଦେଶକ।
ଗଜପତି ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଜିଲ୍ଲାର ୪ଟି କୋଭିଡ୍ କେୟର ସେଣ୍ଟର ସ‌ହ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ। ବେତାଗୁଡା ଏବଂ ମୋହନା କାଳିଆଭଟାସ୍ଥିତ  କେୟର ସେଣ୍ଟର, ଓ ଆର ସିତାପୁର ଭାରତମାତା ପରିସରରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପରେ କିଛି କିଛି ପଦକ୍ଷେପ ନିଆଯାଇଛି, ଏବଂ ଆହୁରି କିଛି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସହକାରୀ ଅଗ୍ନିଶମ ଅଧିକାରୀ।
Nalco
Leave A Reply