Odisha news

ପର୍ଯ୍ୟଟନର ବିକାଶ ପାଇଁ ସିଟି ଟ୍ରେଲ୍‌ର ଶୁଭାରମ୍ଭ କରିଛି ଡଟ୍ ଫେଷ୍ଟ୍‌

0

ଭୁବନେଶ୍ୱର, ୧୪ ଜାନୁଆରୀ ୨୦୨୩ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ଡଟ୍ ଫେଷ୍ଟ୍ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଖୋଲିଛି । ଭୁବନେଶ୍ୱରର ସିଟି ଟ୍ରେଲ୍‌ଗୁଡିକୁ (ସହରୀ ଚଲାପଥ) ଆଜିଠାରୁ ଆରମ୍ଭ କରାଯାଇଛି ଏବଂ ଏହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ଏହି ସିଟି ଟ୍ରେଲ୍‌କୁ ମୁଖ୍ୟତଃ ୩ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି, ସେଗୁଡିକ ହେଉଛି ଫୁଡ୍ ଟ୍ରେଲ୍‌, ନେଚର୍ ଟ୍ରେଲ୍ ଓ ମ୍ୟୁଜିୟମ ଟ୍ରେଲ୍ । ଏହି ପକ୍ଷେପ ମାଧ୍ୟମରେ ଲୋକମାନଙ୍କୁ ଭୁବନେଶ୍ୱର ସହରର ସଂସ୍କୃତି ଓ ଐତିହ୍ୟର ସାମଗ୍ରିକ ଅନୁଭୂତି ପାଇବା ପାଇଁ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ସହର ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବ ।

ଫୁଡ୍ ଟ୍ରେଲ୍ ଲୋକମାନଙ୍କୁ ଓଡିଆ ଖ୍ୟାର ଏକ ସୁସ୍ୱାୁ ଅନୁଭୂତି େଉଛି ଯେଉଁଠାରେ ଲୋକମାନେ ହିବରା, ଓଡିଆ ଥାଳି, ବିଭିନ୍ନ ମନ୍ଦିରର ପ୍ରସା, ପିଠା, ଛେନା ଝିଲ୍ଲୀ ଓ ଓଡିଶାର ଟିଫିନ୍ ସହିତ ଅନ୍ୟାନ୍ୟ ଲୋକପ୍ରିୟ ତଥା ପାରମ୍ପରିକ ଓଡିଆ ଖ୍ୟାର ସ୍ୱା ପାଇପାରିବେ । ସେହିପରି ମ୍ୟୁଜିୟମ ଟ୍ରେଲ୍ ର୍ଶକମାନଙ୍କୁ ଏକ ସାଂସ୍କୃତିକ ରୋଲର୍‌କୋଷ୍ଟର୍‌ରେ  ନେଉଛି, କାରଣ ଲୋକମାନେ ଏଠାରେ ଟ୍ରାଇବାଲ ମ୍ୟୁଜିୟମ ଓ ଷ୍ଟେଟ୍ ମ୍ୟୁଜିୟମ ଅଫ୍ ଭୁବନେଶ୍ୱରକୁ ପରିର୍ଶନ କରିପାରିବେ । ନେଚର୍ ଟ୍ରେଲ୍ ଲୋକମାନଙ୍କୁ ସହରର ଆଖପାଖ ଅଂଚଳରେ ଥିବା ପ୍ରକୃତିର ଶାନ୍ତ, ମନୋରମ ୃଶ୍ୟକୁ ଉପଭୋଗ କରିବାକୁ ସକ୍ଷମ କରୁଛି । ଲୋକମାନେ ଏକ୍ରାମଭବନ, ଭରତପୁରର ଜଙ୍ଗଲ୍ ସଫାରୀ, ଡେରାସ ଓ ଔଷଧୀୟ ପାର୍କ ଆିରେ ଭ୍ରମଣ କରିପାରିବେ ।

ସମସ୍ତ ୩ଟି ବର୍ଗରେ ମୋଟ ୧୦୬ଟି ଏଭଳି ଟ୍ରେଲ୍ ରହିଛି  ଯାହା ଆସନ୍ତା ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଖୋଲା ରହିବ ।  ଏହି ଫୁଡ୍‌, ନେଚର୍ ଓ ମ୍ୟୁଜିୟମ ଟ୍ରେଲ୍ ପାଇଁ ଟିକେଟ୍ ମୂଲ୍ୟ ଖୁବ୍ କମ୍ ରହିଛି । ଆଗ୍ରହୀ ଲୋକମାନେ  ଏକାମ୍ର ବକ୍ସ ୱେବ୍‌ସାଇଟ୍‌ରୁ ବିଭିନ୍ନ ଟ୍ରେଲ୍ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିପାରିବେ ଏବଂ  ନିଜ ପସନ୍ଦର ଟ୍ରେଲ୍ ପାଇଁ ନିଜକୁ ପଞ୍ଜୀକୃତ କରାଇପାରିବେ ।

Nalco
Leave A Reply