Odisha news

ବିନା ଔଷଧରେ ମଧ୍ୟ ଠିକ ହୋଇପାରିବ ଫ୍ୟାଟି ଲିଭର ସମସ୍ୟା, ବାସ ଏହିସବୁ ଛୋଟ ଛୋଟ କଥାକୁ ଧ୍ୟାନ ଦିଅନ୍ତୁ

0

ଆଜିର ଆଧୁନିକ ଜୀବନ ଶୈଳୀ ରେ ନିଜକୁ ଫିଟ ରଖିବା ନିଜ ମଧ୍ୟରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ଅଟେ l ଆଜିକାଲି ମୋଟାପା ଗୋଟିଏ ଗମ୍ଭୀର ସମସ୍ୟା ଭାବରେ ଦେଖା ଦେଇଛି l ମୋଟାପା କାରଣରୁ ଫ୍ୟାଟି ଲିଭର ସମସ୍ୟାର ମଧ୍ୟ ଆଣେ ଶିକାର ହେଉଚୁ l ମୋଟାପା କାରଣରୁ ଫ୍ୟାଟି ଲିଭର ସମସ୍ୟା ଦେଖାଯିବା ଗୋଟିଏ ଗମ୍ଭୀର ସମସ୍ୟା l ଆଜି ଏଠାରେ ଆମେ ଜାଣିବା ଫ୍ୟାଟି ଲିଭର କୁ ନେଇ ବିଶେଷଜ୍ଞ ଙ୍କ ମତ କଣ ରହୁଛି l କିପରି ପ୍ରାକୃତିକ ଉପାୟ ରେ ଫ୍ୟାଟି ଲିଭର ସମସ୍ୟାକୁ ଠିକ କରାଯାଇ ପାରିବ l

* ଫ୍ୟାଟି ଲିଭର କଣ –
ଯେଭଳି ମୋଟାପା ସେତେବେଳେ ହୋଇଥାଏ ଯେତେବେଳେ ଶରୀରରେ ଚର୍ବି ଜମି ଯାଇଥାଏ, ସେହିଭଳି ଫାୟତୀ ଲିଭର ସମସ୍ୟା ସେତେବେଳେ ଦେଖାଦିଏ ଯେତେବେଳେ ଲିଭର ରେ ଫ୍ୟାଟ ଜମି ଯାଇଥାଏ l ଯେତେବେଳେ ଲିଭର ରେ ଫ୍ୟାଟ ଜମି ଯାଇଥାଏ ସେତେବେଳେ ନର୍ମାଲ ସେଲସ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ l ଯାହାକି ଆଗକୁ ଯାଇ ହେପାଟାଇଟିସ, ଷୋରିଆସିସ, ଫାଇବ୍ରୋସୀସ ଓ କ୍ୟାନ୍ସର ଭଳି ରୋଗର ସମସ୍ୟା ହୋଇଥାଏ l

* ପ୍ରାକୃତିକ ଉପାୟ ରେ ଠିକ କରନ୍ତୁ ଫ୍ୟାଟି ଲିଭର –
ନିଜ ଖାଦ୍ୟ ରେ ଅଧିକ ରୁ ଅଧିକ ଫାଇବର, ନଟସ୍ , ବିଭିନ୍ନ ଶସ୍ୟ ଶାମିଲ କରିବା ଜରୁରୀ l ଏହା ବ୍ୟତୀତ ମାଣ୍ଡିଆ, ଡାଲି ଜାତୀୟ ଖାଦ୍ୟ, ମଟର ଓ ସୋୟାବିନ ସାମିଲ କରିବା ଜରୁରୀ l ଯଦି ବିନା ଔଷଧ ରେ ଫ୍ୟାଟି ଲିଭର ସମସ୍ୟା କୁ ଠିକ କରିବାକୁ ଚାହୁଁଛନ୍ତି ତେବେ ଏହିସବୁ ଖାଦ୍ୟ କୁ ନିହାତି ଶାମିଲ କରନ୍ତୁ l

* ଯଦି ଆପଣ ମଦ୍ୟପାନ ନିୟମିତ କରୁଛନ୍ତି ତେବେ ସେଥିପ୍ରତି ସତର୍କ ରୁହନ୍ତୁ l ମଦ୍ୟପାନ ଲିଭର କୁ ନଷ୍ଟ କରିଦେଇ ଥାଏ l ତେଣୁ ଲିଭର କୁ ସୁସ୍ଥ ରଖିବା ପାଇଁ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ l

* ଓଜନ ନିୟନ୍ତ୍ରଣ ନିହାତି କରନ୍ତୁ, ନଚେତ ଫ୍ୟାଟି ଲିଭର ସମସ୍ୟା ଠାରୁ ଦୁରେଇ ହୋଇ ରହି ପାରିବେ ନାହିଁ, ସେଥିପାଇଁ ତୈଳଯୁକ୍ତ ଭୋଜନ ଠାରୁ ଦୁରେଇ ରହିବା ମଧ୍ୟ ଜରୁରୀ ଅଟେ l ସେଥିପାଇଁ ନିୟମିତ ବ୍ୟାୟାମ କରନ୍ତୁ l  ଏହାଛଡା ଅଧିକ ମାତ୍ରାରେ ପଇଡ଼ ପାଣି ସେବନ କରନ୍ତୁ, ଏବଂ ସାଦା ପାଣି ମଧ୍ୟ ପିଅନ୍ତୁ l

Leave A Reply