ମୋଟାପଣ ଗୋଟିଏ ଏଭଳି ରୋଗ ଅଟେ, ଯାହାକି ଜୀବନ ସାରା ଆପଣଙ୍କୁ ଅସୁବିଧାରେ ପକାଇଥାଏ, କିନ୍ତୁ ବର୍ତମାନ ଗୋଟିଏ ଏଭଳି ମାମଲା ସାମ୍ନାକୁ ଆସିଛି , ଯେଉଁଠି ମୃତ୍ୟୁ ପରେ ମଧ୍ୟ ମୋଟାପା ଅଭିଶାପ ପିଛା ଛାଡି ନଥାଏ, ଦୁନିଆରେ ଗୋଟିଏ ଏଭଳି ଦେଶ ଅଛି ଯେଉଁଠି ମୋଟା ଲୋକ ମାରିବା ପରେ ତାଙ୍କ କବର ଯଦି ଚଉଡା ଅଧିକ ହୋଇ ତିଆରି ହେଲା ତେବେ ସେମାନଙ୍କୁ ଅଧିକ ପଇସା ଦେବାକୁ ପଡିଥାଏ l ଏଠାରେ ଆମେ ବ୍ରିଟେନ ର ଗୋଟିଏ ସହର ବଳବର ହେମ୍ପଟନ କଥା କହୁଚୁ, ଏଠାରେ ଗୋଟିଏ କବରସ୍ଥାନ ରେ ଅଧିକ ଚଉଡା କବର ପାଇଁ ଏକ୍ସଟ୍ରା ପାଉଣ୍ଡସ ଦେବାକୁ ପଡିଥାଏ l
ସିଟି କାଉନସିଲ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତି ତୁରନ୍ତ ବିବାଦ ରେ ଆସିଛି l ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ଏହା ମୋଟା ଲୋକଙ୍କ ପାଇଁ ଗୋଟିଏ ଜୁଲମ ଅଟେ, ଯେଉଁ ଲୋକ ମୋଟାପଣ ର ସମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ଏହା ଗୋଟିଏ ଭେଦଭାବ ଭଳି, ଏହାକୁ ଫ୍ୟାଟ ଟ୍ୟାକ୍ସ କୁହାଯାଉଛି l ଏବଂ ଏହି ନିଷ୍ପତିର ଆଲୋଚନା କରୁଛନ୍ତି l କିନ୍ତୁ ସ୍ଥାନୀୟ କାଉନସିଲ ଙ୍କ ମତରେ ମୋଟା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି l
ଦୁନିଆର ଅନେକ ଜାଗାରେ ଲଗାଯାଇଛି ଫ୍ୟାଟ ଟ୍ୟାକ୍ସ –
ଏହା [ପୂର୍ବରୁ ଦୁନିଆର ଏଭଳି ଅନେକ ଦେଶ ରେ ବିଭିନ୍ନ ପ୍ରକାରର ଫ୍ୟାଟ ଟ୍ୟାକ୍ସ ଲଗାଯାଇଛି, ଚୀନ ରେ ମୋଟା ଲୋକେ ମିଠା ଜିନିଷ କିଣିଲେ ଅଧିକ ଟ୍ୟାକ୍ସ ଲଗାଯାଇଥାଏ, ଫ୍ରାନ୍ସ ରେ ମୋଟା ଲୋକେ ସୋଡ଼ା କିଣିଲେ ଅଧିକ ଟ୍ୟାକ୍ସ ଦେବାକୁ ପଡିଥାଏ l ଅର୍ଥାତ ଏଠାରେ ମୋଟା ଲୋକଙ୍କ ପାଇଁ କୋଲଡ୍ ଡ୍ରିଂକ୍ସ କିଣିଲେ ଅଧିକ ଟ୍ୟାକ୍ସ ଦେବାକୁ ପଡିଥାଏ l