Odisha news

ଗବେଷଣା କହୁଛି ଉପବାସ ଓ ବ୍ରତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଠାରୁ ଦୁରେଇ ରଖିଥାଏ

0

ବର୍ତମାନ ମଣିଷ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ସଚେତନ ରହିବା ନିହାତି ଜରୁରୀ l ପୂର୍ବକାଳରେ ମୁନୀ ରୁଷି ମାନେ ନିଜ ଶରୀରର ବିଭିନ୍ନ ସମସ୍ୟା ପାଇଁ ଉପବାସ ରହିବା ମାଧ୍ୟମ କୁ ଆପଣାଉ ଥିଲେ l ବୈଜ୍ଞାନିକ ମାନଙ୍କ ଗବେଷଣା ମଧ୍ୟ କହୁଛି ଯେ ଉପବାସ ରହିବା ଦ୍ୱାରା ଇମ୍ୟୁନିଟି ମଜବୁତ ହୋଇଥାଏ l ଉପବାସ ଓ ବ୍ରତ କରିବା ସମୟରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ l  ଏହା ଅନ୍ତ କୋଷ କୁ ସୁସ୍ଥ ରଖିଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

ଆସନ୍ତୁ ଆଜି ଜାଣିବା ବ୍ରତ ଉପବାସ ଦ୍ୱାରା ଶରୀରର କେଉଁସବୁ ଲାଭ ହୋଇଥାଏ -:

୧ – ବ୍ରତର ସବୁଠୁ ବଡ ଲାଭ ହେଲା ସମ୍ପୂର୍ଣ ଦିନ ଆପଣ ଉପବାସ ରହିବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ l ଉପବାସ ରେ ପାଣି ଓ ଫଳ ସେବନ କରିବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ l

୨ – ବ୍ରତ ସମୟରେ ଯଦି ଆପଣ ତେଲ ଓ ମିଠା ଜିନିଷ କମ ସେବନ କରିବେ ଓ ଫଳ ପନିପରିବା ଅଧିକ ଖାଇବେ ଏହାଦ୍ୱାରା ଓଜନ ଦ୍ରୁତ ଗତିରେ ହ୍ରାସ ହୋଇଥାଏ l ଉପବାସ ସମୟରେ ଫ୍ୟାଟ ବର୍ଣ୍ଣିଙ୍ଗ ପ୍ରୋସେସ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ l ଏହାଦ୍ୱାରା ଜମା ହୋଇଥିବା ଚର୍ବି ହ୍ରାସ ହୋଇଥାଏ l

୩ – ବ୍ରତ କରିବା ଦ୍ୱାରା ଶରୀରରେ ନୂଆ ପ୍ରତିରୋଧକ କୋଶିକା ତିଆରି ହୋଇଥାଏ l  ଋତୁ ପରିବର୍ତନ ଓ ଦୁର୍ବଳ ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ କରିଥାଏ ଉପବାସ l

୪ – ବ୍ରତ ସମୟରେ ଅଧିକ ପାଣି ପିଇବା ଓ ଫାଇବର ଯୁକ୍ତ ଖାଦ୍ୟ ଖାଇବା ହିତକର ଅଟେ l  ଏହାଦ୍ୱାରା ପେଟ ସହିତ ଜଡିତ ସମସ୍ୟା ଠିକ ହୋଇଥାଏ l

୫ – ଗବେଷଣା କହୁଛି ଯେ ବ୍ରତ ଉପବାସ ଦ୍ୱାରା ମେଣ୍ଟାଲ ହେଲ୍ଥ ରେ ସୁଧାର ଆସିଥାଏ l ଉପବାସ ଦ୍ୱାରା ଡିପ୍ରେସନ ଦୂର ହୋଇଥାଏ l

୬ – ବ୍ରତ ସମୟରେ କ୍ରୋଧ ନିୟନ୍ତ୍ରଣ ହୋଇଥାଏ ଓ ମାନସିକ ଉତେଜନା ହ୍ରାସ ହୋଇଥାଏ l

୭ – ଯେଉଁ ଲୋକମାନେ ଉପବାସ କରି ଥାଆନ୍ତି ସେମାନଙ୍କ ମସ୍ତିସ୍କ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଶାନ୍ତ ରହିଥାଏ l

୮ – ବ୍ରତ ଉପବାସ ଦ୍ୱାରା ଶରୀର ଅଧିକ ଆକ୍ଟିଭ ରହିଥାଏ ଓ କାର୍ଯ୍ୟ କରିବାରେ ଇଛା ବୃଦ୍ଧି ହୋଇଥାଏ l ବ୍ରତ ସମୟରେ ଅନ୍ନ ଓ ଭାରି ଖାଦ୍ୟ ନଖାଇବା ଦ୍ୱାରା ଫୁର୍ତି ଲାଗିଥାଏ l

୯ – ଉପବାସ ମେଟାବୋଲିକ ସ୍ତର କୁ ବୃଦ୍ଧି କରିଥାଏ ଓ ଅଧିକ କ୍ୟାଲୋରୀ ବର୍ଣ କରିଥାଏ l

୧୦ – ଗବେଷଣା କହୁଛି ଯେ ଉପବାସ ମନର ଚଞ୍ଚଳତା ରେ ବାଧା ସୃଷ୍ଟି କରିଥାଏ ଓ କୌଣସି ପ୍ରକାରର ଅପକର୍ମ କରିବାରେ ରୋକ ଲଗାଇ ଥାଏ l

Leave A Reply