Odisha news

ପିଆରଏମ ମେଡିକାଲ କଲେଜରେ ଆଇସିୟୁ, ଅକ୍ସିଜେନ୍ ପ୍ଲାଣ୍ଟ ଲାବରେଟୋରି ଶୁଭାରମ୍ଭ

0

ବାରିପଦା  : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲରେ ରେ ନୂତନ କାଜୁଆଲଟି ୱାର୍ଡ ସାଙ୍ଗକୁ ଅତ୍ୟାଧୁନିକ ଆଇସିୟୁ, ଲିକୁଇଡ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ଥାଇରଏଡ ପରୀକ୍ଷଣ ନିମନ୍ତେ କେନ୍ଦ୍ରୀୟ ଲାବରେଟୋରିର ଶୁଭାରମ୍ଭ ହୋଇଯାଇଛି । ରୋଗୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏହି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାକୁ ଆନୁଷ୍ଠାନିକ ଭାବେ ମୟୂରଭଞ୍ଚ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଶୁଭାରମ୍ଭ କରି ପ୍ରତ୍ୟେକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଆଗାମୀ ଦିନରେ ଏହି ସେବା ରୋଗୀମାନଙ୍କ ପାଇଁ ବେଶ ଉଦ୍ୟୋଗୀ ହେବା ସହିତ ରୋଗୀମାନେ ପ୍ରତ୍ୟେକଟି ସ୍ୱାସ୍ଥ୍ୟ ପରୀକ୍ଷା ନିଶୁଳ୍କ ଭାବେ କରାଇପାରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ହସ୍ପିଟାଲ ପରିସର ଭିତରେ ବିଭିନ୍ନ ପରୀକ୍ଷଣ ନିମନ୍ତେ ଶୀଘ୍ର ରୋଗୀମାନଙ୍କୁ ସେବା ଯୋଗାଇଦେବା ଉଦେ୍ଦଶ୍ୟରେ ଦୁଇଟି ବ୍ୟାଟେରି ଚାଳିତ ନିଶୁଳ୍କ ଆମ୍ବୁଲାନ୍ସ ସେବା ମଧ୍ୟ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପିଆରଏମ୍ ମେଡିକାଲ କଲେଜର ସୁପରିଟେଣ୍ଡେଟ୍ ଡାଃ ପ୍ରତିଭା ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ରୂପଭାନୁ ମିଶ୍ର, ଏଡିଏମଓ ଡାଃ ନିହାର ରଂଜନ ଦାସ, ପିଏ,ଆଇଟିଡିଏ ବସନ୍ତ କୁମାର ସେଠୀ, ରେଡିଓଲୋଜିଷ୍ଟ ଡାଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ବନମାଳୀ ପ୍ରଧାନ, ହସ୍ପିଟାଲ ମ୍ୟାନେଜର ସମୀର ରଂଜନ ମହାପାତ୍ର ଓ ବିନୋଦିନୀ ଦାସ ପ୍ରମୁଖ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply