Odisha news

ଗଂଜାମ ଜିଲ୍ଲାର ବଳକା ଚାଷୀଙ୍କ ଧାନ କିଣିବା ଦାବୀ ନେଇ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

0
ଛତ୍ରପୁର  ୨୬/୫: ଗଂଜାମ ଜିଲ୍ଲା ଚାଷୀଙ୍କ ବଳକା ଧାନ କିଣିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଭିନ୍ନ ଢଙ୍ଗରେ ଆନ୍ଦୋଳନ କରିବାର ମଙ୍ଗବାର ଦେଖିବାକୁ ମିଳିଥିଲା । ଚାଷୀ ମାନେ ନିଜ ଆଦାୟ ଧାନ ବସ୍ତା ଗୁଡିକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ରଖି ହାତରେ ବିଭିନ୍ନ ଦାବୀ ର ଫ୍ଲା କାର୍ଡ ଧରି ରୁଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ଉପଦେଷ୍ଟା ପ୍ରଫୁଲ ସାମନ୍ତରା, ନୀଳକଣ୍ଠ ଦାଶ, ପ୍ରଭାତ ପାଣିଗ୍ରାହୀ,କାଳିଆ ନାହାକ, ଅଇଠା ସାହୁ, ନିରଂଜନ ସ୍ୱାଇଁ, ମଧୁ ସୁଦନ ସେଠି, ହୀନ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କରୋନାରୁ ସୁରକ୍ଷା ପାଇଁ ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ଭଲ କାମ କରୁଥିବାରୁ ଧନ୍ୟବାଦ ମାତ୍ର ଚାଷୀଙ୍କ କଥା କିଏ ବୁଝିବାକୁ ମଙ୍ଗୁନାହାନ୍ତି । ଚାଷୀ ମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷଯାକ ର ଆଦାୟ ଧାନ ବିକ୍ରି କରିବାକୁ ଅନେଇ ବସିଥାନ୍ତି । ମାତ୍ର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟସରକାର ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି । ଏହା ଫଳରେ ଚାଷୀ ବହୁ ହଇରାଣ ହରକତ ର ସମ୍ମୁଖୀନ ହେଉଛନ୍ତି । ସେମାନେ ଧାନ ବିକିଲେ ଋଣ ଶୁଝିବେ , ପୁଣି କୃଷି ଋଣ ଆଣିଲେ ଏ ବର୍ଷ ଚାଷ କାମ କରିବେ ଏବଂ ପରିବାର ଚଳାଇବେ ।

ଗଞ୍ଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଏହି ଜିଲ୍ଲା ରେ ବାଚସ୍ପତି ଓ ମନ୍ତ୍ରୀ ଙ୍କ ଆରମ୍ଭ କରି ବହୁ ଅଭିଜ୍ଞ ବିଧାୟକ /ବିଧାୟିକା ମାନେ ପ୍ରତିନିଧି ତ୍ୱ କରିଥିଲେ ସୁଦ୍ଧା ଜିଲ୍ଲାର ଚାଷୀଙ୍କ କଥା କିଏ ବୁଝୁ ନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ଚାଷୀ ମାନେ । କରୋନା ଯୋଗୁ ଲକ୍ ଡାଉନ୍ ହେବା ଫଳରେ ପନିପରିବା ଓ ଲଙ୍କା ଚାଷୀମାନେ ଅତି କମ୍ ଦରରେ ବିକି କ୍ଷତି ସହିଲେଣି ତ ଆଉ କେତକ ଚାଷୀ ଆଦାୟ ପନିପରିବା ଚାଷ ଜମିରେ ହିଁ ପଚି ନଷ୍ଟ ହୋଇଛି ।

ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ୪୦୦ ଜଣ ଚାଷୀ ଧାନ କିଣିବା ପାଇଁ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦,୧୭୭ ଜଣ ଚାଷୀଙ୍କର ଧାନ କିଣାଗଲା । ପ୍ରାୟ ୪୪ ହଜାର ଚାଷୀ ୪ ମାସ ସମୟ ମଣ୍ଡିରେ ଧାନ ବିକିବେ ବୋଲି ଅପେକ୍ଷା କରି ହତାଶ ହୋଇ ଆନ୍ଧ୍ରର ବେପାରୀ ମାନଙ୍କୁ ୭୭ କେ.ଜି. ଧାନକୁ ୧୦୫୦ ଟଙ୍କା ଦରରେ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ ।
ସମବାୟ , ଯୋଗାଣ ଓ ରାଜସ୍ୱ କର୍ମଚାରୀ ମାନଙ୍କ ମିଳିତ ସର୍ଭେ କରାଯାଇ ମାର୍ଚ୍ଚ ୨୧ ତାରିଖରେ ୧୩ହଜାର ଅଧିକ ଚାଷୀଙ୍କ ଧାନ ବିକିବାକୁ ରହିଛନ୍ତି ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ମାର୍ଚ୍ଚ ୨୨ତାରିଖରେ ଟୋକେନ୍ ଆସିଲା ପରେ କରୋନା ଯୋଗୁଁ ଜନତା କରଫୁ ଓ ଲକ ଡ଼ାଉନ୍ ହେବା ଯୋଗୁଁ ହଠାତ୍ ୨୭.୩.୨୦ ପରେ ଧନ କିଣା ବନ୍ଦ କରିଦେଲେ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସରକାର ଘୋଷଣା କରିଥିଲେ ।
ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ଟୋକେନ ଧରି ମଣ୍ଡିରେ ଧାନ ବିକିବା ପାଇଁ ଅନେଇ ବସିଛନ୍ତି । ସେମାନେ ଧାନ ବିକିଲେ ଋଣ ଶୁଝିବେ , ପୁଣି କୃଷି ଋଣ ଆଣିଲେ ଏ ବର୍ଷ ଚାଷ କାମ କରିବେ ଏବଂ ପରିବାର ଚଳାଇବେ । ଏ ସଂପର୍କରେ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯୋଗାଣ କମିଶନର ଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ପ୍ରତିକାର ନ କରି ଜିଲ୍ଲାପାଳ ଦିନ ଗଡ଼େଇ ଗଡ଼େଇ ଚାଲିଛନ୍ତି ଫଳରେ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି । କରୋନାଯୋଗୁଁ ଚାଷୀଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
ରବି ଫସଲ ବିକ୍ରି ପାଇଁ ମଣ୍ଡି ଖୋଲା ଯାଇନାହିଁ । କରୋନା ପ୍ରଭାବ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ରୁଣ ଆଦାୟ ନ କରି ଚଳିତ ବର୍ଷର ଧାନ ଚାଷ ପାଇଁ କୃଷି ଋଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ଚାଷୀଙ୍କ ବଳକା ଧାନ କିଣିବା ପାଇଁ ନିର୍ଦ୍ଦେଶଦିଆଯିବା ସଂଗେ ସଂଗେ ରବି ଫସଲ ମୁଗ, ବିରି,ଚିନାବାଦାମ, ଲଙ୍କା ମରିଚି କିଣିବା ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଚାଷୀ ମାନେ ଉପକୃତ ହେବେ ବୋଲି ମହାସଭା ଦାବୀ କରିଛି । ଏନେଇ ଏକ ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଗଞ୍ଜାମ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି ବିକ୍ଷୋଭରେ ଛତ୍ରପୁର ବ୍ଲକର ବିପୁଳିଙ୍ଗି ଗ୍ରାମର ପ୍ରଭାତ କୁମାର ପାଣିଗ୍ରାହୀ ନାମକ ଏକ ଚାଷୀଙ୍କ ୨୦୦ ବସ୍ତା ଧାନ ରହିଥିବା ଯୋଗୁଁ ତାଙ୍କ ଧାନ ଜାଣିଶୁଣି ସୋସାଇଟି ସେକ୍ରେଟାରୀ କିଣିନଥିଲା । ଏଣୁ ସେ ସରକାରଙ୍କୁ ଧାନ ବିକିବାରେ ବଂଚିତ ଥିବା ଯୋଗୁଁ ଆଜି ତାଙ୍କ ଧାନ ତୁରନ୍ତ ଜିଲ୍ଲା ପ୍ରଶାସନ କିଣିବା ଦାବି ନେଇ ହାତରେ ବିଭିନ୍ନ ପ୍ଲା କାର୍ଡ଼ ଓ ଫିନାଇଲ ଧରି ବିକ୍ଷୋଭ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନଚେତ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ସେ ପ୍ଲା କାର୍ଡ଼ରେ ଲେଖିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.