Odisha news

ମଦ ଭାଟି ଏବଂ ମଦ ବିକ୍ରି ବନ୍ଦ କରିବାକୁ ସାନ ଓ ବଡ ନୋଳିଆନୂଆଗାଁରେ ଗ୍ରାମବାସୀଙ୍କ ଦାବି

0

ଛତ୍ରପୁର,୨୬/୫ : ଲକ୍‌ଡାଉନ୍ ସମୟରେ ସରକାର ମଦଭାଟି ଓ ମଦ ବିକ୍ରି ବନ୍ଦ କରିଥିବା ବେଳେ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସାନ ନୋଲିଆନୂଆଗାଁ ଓ ବଡ ନୋଳିଆନୂଆଗାଁରେ ବେଧଡକ ଭାବେ ମଦଭାଟି ଏବଂ ମଦବିକ୍ରି ଚାଲିଛି । ଏହାକୁ ନେଇ ପଞ୍ଚାୟତ ସରପଞ୍ଚ ପି.ସିମାଦ୍ରୀ ଏବଂ ଗ୍ରାମବାସୀ ସଂପୂର୍ଣ୍ଣ ବିରୋଧ କରିବା ସହ ତୁରନ୍ତ ଗ୍ରାମ ଗୁଡିକରେ ମଦଭାଟି ଓ ମଦବିକ୍ରି ବନ୍ଦ କରିବା ପାଇଁ ମଙ୍ଗଳବାର ତହିସଲାଦର, ଅବକାରୀ ଅଧୀକ୍ଷକ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ ଜିଲ୍ଲା ପ୍ରଶାସନ କିମ୍ବା ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସଂପୂର୍ଣ୍ଣ ଦୁଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ସରପଞ୍ଚଙ୍କ ନେତୃତ୍ୱରେ ଏ.ସିମାଲୀ, କୁନା ସାହୁ, ଡବ୍ଲୁ.କେତାରୀ, ଏ.କାମେସୁ, ପି,ଗୁରେୟା, ଏ.ବାଲରାଜୁ, ଏ.ଗୁରେୟା, ଏ.ସନ୍ୟାସୀ ପ୍ରମୁଖ ଆଜି ମଦଭାଟି ଓ ବିକ୍ରି ବନ୍ଦ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିବା ସହିତ ଆମ୍ଭ ଦୁଇଗ୍ରାମର ଗ୍ରାମବାସୀ ଅତ୍ୟନ୍ତ ଗରୀବ । ମାଛମାରି ଜୀବିକା ନିର୍ବାହ କରନ୍ତି ।

ଝିଅ ଓ ମାଆ ମହିଳାମାନେ ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ମଦ ବିକ୍ରି ହେବା ଦ୍ୱାରା ଗ୍ରାମରେ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ସ୍ୱଳ୍ପ ଟଙ୍କାରେ ପରିବାର ପୋଷଣ ନ କରି ମଦ ପିଇ ପରିବାର ସର୍ବସ୍ୱାନ୍ତ ହେବାରେ ଲାଗିଛି । ମା’ ଝିଅମାନେ ମଜୁରୀ ପାଇଁ ବାହାରକୁ ଯାଉଛନ୍ତି । ମଦ ଭେଣ୍ଡରର ଭାଇମାନେ ବାହାରୁ ମଦ ଆଣୁଛନ୍ତି ଭାବି ଯିବା ଆସିବା ରାସ୍ତାରେ ଝିଅ ଓ ମା’ମାନଙ୍କୁ ଅଟକାଇ ତାଙ୍କରି ଟିଫିନ୍ ତଦାରଖ କରୁଛନ୍ତି । ଏଥିସହ ରାସ୍ତାରେ ଯାତାୟତ ବାଇକ୍ ଚାରିଚକିଆ ଗାଡି ଗୁଡିକୁ ମଧ୍ୟ ସେମାନେ ଯାଞ୍ଚ କରୁଛନ୍ତି । ଏଣୁ ଏଭଳି ପରିସ୍ଥିତିକୁ ବିଚାର କରି ଦୁଇଗ୍ରାମରେ ସଂପୂର୍ଣ୍ଣ ମଦଭାଟି ଓ ମଦବିକ୍ରିକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply