କଣିହାଁ : କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମରେ ଚୋରିକରିବା ଉଦେ୍ଦଶ୍ୟରେ ଘରେ ପଶି ଗାଳିଗୁଲଜ କରିବା ସହ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗରେ ପୋଲିସ ସେହି ଗ୍ରାମର ରାଜୁ ସାହୁ(୨୫) ନାମକ ଜଣେ ଯୁବକକୁ ମଙ୍ଗଳବାର କୋର୍ଟଚାଲାଣ କରିଛି । ଏଥିନେଇ ଥାନାରେ ଏକ ମୋକଦମା ରୁଜୁ ହୋଇ ତଦନ୍ତ ଚାଲିଛି ।
ଖବର ନେବାରେ ଜଣାଯାଏ ଯେ,ସୋମବାର ମଧ୍ୟରାତ୍ରରେ ଚୋରି କରିବା ଉଦେ୍ଦଶ୍ୟରେ ରାଜୁ ଡେରଙ୍ଗ ଗ୍ରାମର ଧୋବଣି ବେହେରାଙ୍କ ଘରେ ପଶିଥିଲା । ରାଜୁ ଘରେ ପଶିବାବେଳେ ଧୋବଣି ଦେଖିବାସହ ଘରର ବାହାର କବାଟ ବନ୍ଦ କରି ସାନ ପୁଅକୁ ଡାକିଥିଲା । ସାନପୁଅକୁ ଦେଖି ରାହୁ ଧକ୍କା ମାରିବାସହ ଜାତି ନାମ ଧରି ଅଭଦ୍ର ଭାଷାରେ ଗାଳିଗୁଲଜ କରି ଜିବନରେ ମାରିଦେବାକୁ ଧମକ ଦେଲା । ଫଳରେ ପରିବାର ଲୋକେ ରାଜୁକୁ ଘରେ ପୁରାଇ କବାଟ ବନ୍ଦ କରିଦେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।
ଏନଟିପିସି ବଜାରରେ ପାଉଁଶ ଟ୍ରକ ଚଳାଚଳ ଓ ପାର୍କିଂ ବନ୍ଦ କରିବା ଦାବୀ, ବନ୍ଦ ନହେଲେ ଆନେ୍ଦାଳନ ହେବ
କଣିହାଁ,୧୯/୫(ସବ୍ୟୁ) କଣିହାଁସ୍ଥ ଏନଟିପିସି ଲକ୍ଷ୍ମୀବଜାରରେ ସକାଳ ୭ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଏନଟିପିସି ଓ ଜେଆଇଟିପିଏଲର ପାଉଁଶ ବୋଝେଇ ଟ୍ରକ ଚଳାଚଳ ଓ ପାର୍କିଂ ନକରିବା ପାଇଁ ଏନଟିପିସି ବଣିକ ସଂଘ ପକ୍ଷରୁ ଦାବୀ ହୋଇଛି । ବନ୍ଦ ନହେଲେ ଏନଟିପିସି ମେନଗେଟ ସମ୍ମୁଖରେ ଧର୍ମଘଟ କରାଯିବ ବୋଲି ବଣିକସଂଘ ଚେତାବନୀ ଦେଇଛି । ପାଉଁଶ ଟ୍ରକ ଗୁଡିକ ଏନଟିପିସି ଏମଜିଆର ଠାରୁ ମେନଗେଟ ଛକ, ଓଭରବ୍ରିଜ ଛକ ଓ ଚନ୍ଦନବଜାର ଅଂଚଳରେ ଧାଡି ହୋଇ ଠିଆ ହୋଇ ରହୁଛନ୍ତି । ଫଳରେ ବଜାର ୨ଶହ ଦୋକାନୀକୁ ଯିବାପାଇଁ ରାସ୍ତା ନଥିବାରୁ ଦୋକାନୀମାନେ ସଂପୁର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ।
ବଜାର ରାସ୍ତା ଅଣଓସାରିଆ ଥିବାରୁ ପାଉଁଶ ଟ୍ରକ ଗୁଡିକ ପାର୍କିଂ ଜନସାଧାରଣଙ୍କର ଯାତାୟତରେ ବହୁ ଅସୁବିଧା ସୃଷ୍ଟି କରୁଛି । କୋରୋନା ଜନିତ ଲକଡାଉନ ଯୋଗୁଁ ବ୍ୟବସାୟୀମାନେ ବହୁ କ୍ଷତି ସହୁଥିବାବେଳେ ଉକ୍ତ ବେଆନ ପାର୍କିଂ ସେମାନଙ୍କୁ ଆହୁରି କ୍ଷତି ଆଡକୁ ଟାଣି ନେଉଛି । ତେଣୁ ସକାଳ ୭ଘଟିକାରି ରାତ୍ର ୯ଘଟିକା ମଧ୍ୟରେ ଗାଡିଗୁଡିକ ଚଳାଚଳ ବନ୍ଦ କରିବାସହ ପାର୍କିଂ ନକରିବା ପାଇଁ ବଣିକସଂଘର ସଭାପତି ଶଶାଙ୍କ ଶେଖର ପାଣ, ଉପସଭାପତି ସୁନିଲ କୁମାର ଅଗ୍ରୱାଲ ଓ ସଂପାଦକ ଲଳିତ ମୋହନ ପ୍ରଧାନ ପ୍ରମୁଖ ତହସିଲଦାର , ବିଡିଓ ଓ ଏନଟିପିସି ଥାନା ଆଇଆଇସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଗାଡି ଗୁଡିକ ବନ୍ଦ କରାନଗଲେ ଆସନ୍ତା ୨୫ ତାରିଖରୁ ଏନଟିପିସି ମେନଗେଟ ସମ୍ମୁଖରେ ଧର୍ମଘଟ କରିବେ ବୋଲି ବଣିକସଂଘ ଲିଖିତ ଚେତାବନୀ ମଧ୍ୟ ଦେଇଛି ।