Odisha news

ଅବକାରୀ ଚଢ଼ାଉ ,୪ ଗିରଫ, ୧୨୦ଲିଟର ଦେଶୀ ମଦ ସହ ୩ ମୋଟରସାଇକେଲ ଜବତ

0

ଅନୁଗୁଳ: ରବିବାର ଦିନ ଅନୁଗୁଳ ଅବକାରୀ ବିଭାଗର ଅଧିକାରୀ ମାନେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜାଗାରେ ଚଢ଼ାଉ କରି ବେଆଇନ ଭାବେ ଚୋରାରେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨୦ ଲିଟର ଦେଶୀ ମଦ ସହ ୩ଟି ବାଇକ ଜବତ କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ ଯେ, ରବିବାର ପୂର୍ବାହ୍ନରେ ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ କୁଇଓ ଗ୍ରାମରେ ଚଢ଼ାଉ କରି ସେଠାରୁ ମିଥୁନ ଗୋଚ୍ଛାୟତ ଏବଂ ବନ୍ଧୁ ଗୋଚ୍ଛାୟତ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ କରିଥିଲେ ।

ସେହିପରି ରନ୍ତଲେଇ ଗ୍ରାମରେ ଚଢ଼ାଉ କରି ସେଠାରୁ ଜରାସିହାଂର ନିହାର ରଜଂନ ସାହୁ କୁ ଗିରଫ କରିବା ସହ ତାଙ୍କ ଠାରୁ ୫୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ କରିଥିଲେ । ସେହିପରି ଶରଧାପୁର ଗ୍ରାମରେ ଚଢ଼ାଉ କରି ବାସୁ ପରିଡାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩୦ ଲିଟର ଦେଶୀ ମଦ ସହ ଗୋଟିଏ ବାଜାଜ ସ୍କୁଟର ଜବତ କରିଥିବା ଅବକାରୀ ଇନିସପେକ୍ଟର କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି ।

Nalco
Leave A Reply