Odisha news

ସାନ୍ଧ୍ୟ ଭ୍ରମଣ ଓ ଯୋଗାସନ ଦ୍ୱାରା ମିଳିଥାଏ ଶରୀରକୁ ଅଦ୍ଭୁତ ଲାଭ, ଆସନ୍ତୁ ଜାଣିବା

0
ସାଧାରଣତଃ ଆମେ ମାନେ ଦେଖିଥାଉ ଯେ ସକାଳ ସମୟରେ ସମସ୍ତେ ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଓ ଯୋଗାସନ କରି ଥାଆନ୍ତି l ଏମିତିରେ ନୁହେଁ ଯେ ସକାଳ ସମୟରେ ବ୍ୟାୟାମ ଯୋଗାସନ କରିବା କ୍ଷତିକାରକ ନୁହେଁ, କିନ୍ତୁ ସନ୍ଧ୍ୟା ସମୟ ମଧ୍ୟ ଖୁବ ହିତକର l ସକାଳର ବ୍ୟାୟାମ ଓ ଯୋଗାସନ ଶରୀର ଓ ମସ୍ତିସ୍କ କୁ ମ୍ୟାନେଜ କରିଥାଏ l ସକାଳ ସମୟରେ କରାଯାଉଥିବା ବ୍ୟାୟାମ ଦ୍ୱାରା ଭୋକ ଓ ନିଦ୍ରା ଖୁବ ଭଲ ଭାବରେ ରେଗୁଲେଟ ହୋଇଥାଏ l

– ସନ୍ଧ୍ୟା ସମୟରେ ବ୍ୟାୟାମ ଓ ଯୋଗାସନ କରିବା ଦ୍ୱାରା ଆଳସ୍ୟ ଭାବି ଆସି ନଥାଏ l ସକାଳେ ନିଦରୁ ଉଠି ଆମେ ବ୍ୟାୟାମ କରିବା ପାଇଁ ସାମାନ୍ୟ ଆଲସ୍ୟଭାବ ଦେଖାଇଥାଉ l

– ଯେଉଁମାନେ ସନ୍ଧ୍ୟା ସମୟରେ ବ୍ୟାୟାମ କରି ଥାଆନ୍ତି ସେମାନେ ନିଜର ଦିନସାରା ର ଚିନ୍ତା ଓ ଅବସାଦ କୁ ମ୍ୟାନେଜ କରିବାର ସାହାଯ୍ୟ ପାଇ ଥାଆନ୍ତି l କାରଣ ଯୋଗାସନ ଓ ବ୍ୟାୟାମ ଦ୍ୱାରା ମନ ଶାନ୍ତ ହୋଇଥାଏ ଓ ଭଲ ନିଦ ଆସିଥାଏ l

– ଦିନରେ ଘଟିଥିବା ବିଭିନ୍ନ ଘଟଣା ଦ୍ୱାରା ଯଦି ମନ ବେସ୍ତ ଲାଗୁଥାଏ ତେବେ ସନ୍ଧ୍ୟା ସମୟରେ ବ୍ୟାୟାମ ଓ ଯୋଗ ଦ୍ୱାରା ସକାରାତ୍ମକ ଉର୍ଜା ପାଇ ପାରିବେ l ମନକୁ ସ୍ଥିର ରଖି କାର୍ଯ୍ୟରେ ବିନିଯୋଗ କରିବେ l

– ସନ୍ଧ୍ୟା ସମୟରେ ଯୋଗ କରିବା ଦ୍ୱାରା ଶରୀରର ହର୍ମୋନାଲ ଇମ୍ବାଲାନ୍ସ କୁ ନିୟନ୍ତ୍ରିତ କରି ପାରିବେ l କାରଣ ଦିନସାରା ର ନକାରାତ୍ମକ ଶକ୍ତି ଆମ ଶରୀରକୁ ବିଭିନ୍ନ କ୍ଷତି ଘଟାଇ ଥାଏ l

– ଆମେ ସକାଳ ସମୟରେ ନିଜର ଦୈନନ୍ଦିନ ରୁଟିନ ଅନୁସାରେ କାର୍ଯ୍ୟ କରିବା ପାଇଁ ସ୍ଥିର ମସ୍ତିଷ୍କରେ ବ୍ୟାୟାମ ଓ ଯୋଗାସନ କରି ପାରି ନଥାଉ l ତେଣୁ ସଂଧ୍ୟାର ବ୍ୟାୟାମ ଆମକୁ ସାହାଯ୍ୟ କରିଥାଏ l

Leave A Reply