Odisha news

ଏହି ସ୍ଥାନରେ ପ୍ରତ୍ୟେକ ପୁରୁଷ କରି ଥାଆନ୍ତି ୨ଟି ବିବାହ, ମନକଲେ ମିଳିଥାଏ ଆଜୀବନ କାରାଦଣ୍ଡ

0

ନୂଆଦିଲ୍ଲୀ : ବିବାହ ଗୋଟିଏ ପବିତ୍ର ବନ୍ଧନ ବୋଲି କୁହାଯାଇ ଥାଏ l ସାରା ବିଶ୍ୱରେ ବିବାହକୁ ନେଇ ଅଲଗା ଅଲଗା ପ୍ରଥା ରହିଛି l କିନ୍ତୁ ବିବାହକୁ ନେଇ ଅନେକ ଗୁଡିଏ ସ୍ଥାନରେ କିଛିଟା ସ୍ଥାନରେ ଏଭଳି କିଛି ଅଦ୍ଭୁତ କାରଣ ରହିଥାଏ ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ l ସେହିବଳି ଗୋଟିଏ ନିୟମ ଆଫ୍ରିକୀୟ ଇରିଟ୍ରିଆ ରେ ରହିଛି l ଏଠାକାର ପୁରୁଷ ମାନଙ୍କୁ ୨ଟି ବିବାହ କରିବାକୁ ପଡିଥାଏ, ଯଦି କେହି ବ୍ୟକ୍ତି ଏହା ବିରୁଦ୍ଧରେ ଯାଇ ଥାଆନ୍ତି ତେବେ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ l

ସୂଚନା ଯୋଗ୍ୟ ଯେ ଆଫ୍ରିକା ମହାଦୀପ ର ଗୋଟିଏ ଦେଶ ଇରିଟ୍ରିଆ l ଯେଉଁଠାରେ ପ୍ରତି ପୁରୁଷଙ୍କୁ ୨ଟି ଲେଖାଏଁ ବିବାହ କରିବାକୁ ପଡିଥାଏ l କାରଣ ଯାହାବି ହୋଇଥାଉ ଉକ୍ତ ବ୍ୟକ୍ତି ଖୁସି ରେ ହେଉ କିମ୍ବା ଦୁଃଖରେ ହେଉ ୨ଟି ବିବାହ କରିବାକୁ ବାଧ୍ୟ l ଇରିଟ୍ରିଆ ରେ ଏହି ନିୟମକୁ ପ୍ରସ୍ତୁତ କରିବା ପଛର କାରଣ ହେଉଛି ମହିଳାଙ୍କ ସଂଖ୍ୟା ଅଧିକ l ଏହି ଦେଶରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଖୁବ କମ l

ଏହାର ମୁଖ୍ୟ କାରଣ ହେଉଛି ଇଥପିଆ ସହିତ ଗୃହଯୁଦ୍ଧ l ଏହାଛଡା ମଧ୍ୟ ଏଠାରେ ନିୟମ କରାଯାଇଛି ଯେ ଏଠାକାର ପୁରୁଷ ମାନେ ନିଜ ପତିଙ୍କୁ ୨ଟି ବିବାହ କରିବାରେ ଅଟକାଇ ପାରିବେ ନାହିଁ l ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଦ୍ଵିତୀୟ ବିବାହ କରିବା ପାଇଁ ରୋକ ଲଗାଇବ ତେବେ ଉକ୍ତ ମହିଳାକୁ ମଧ୍ୟ ଜେଲ ଯିବାକୁ ପଡିବ l

Leave A Reply