କେରଳ : କେରଳରେ ହାତୀ ଅତ୍ୟାଚାରର ଅନେକ ମାମଲା ସାମ୍ନାକୁ ଆସିଛି । ଏହା କମ୍ କରିବା ପାଇଁ ଏକ ପରିଯୋଜନା ଲକ୍ଷ୍ୟରେ ୨୭୦୦ ପୋଷା ହାତୀଙ୍କ ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ପ୍ରୋଜେକଫ ଏଲିଫାଣ୍ଟ୍ ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରୋଜେକଫ ଏଲିଫାଣ୍ଟ୍ ନିର୍ଦ୍ଦେଶକ କହିଛନ୍ତି, ହାତୀମାନଙ୍କୁ ଆଧାର କାର୍ଡ ଭଳି ଏକ ବିଶିଷ୍ଟ ପରିଚୟ ସଂଖ୍ୟା ଦିଆଯିବ ଯାହା ସେମାନଙ୍କ ଡିଏନ୍ଏ ଆଧାରରେ ଉକ୍ସଊନ୍ନ କରାଯିବ । ଏଥିସହ ସମସ୍ତ ପୋଷା ହାତୀ ବନ ବିଭାଗ ଯାଞ୍ଚ ଅଧୀନରେ ରହିବେ ।