ଢ଼େଙ୍କିକୋଟ ତା ୨୧.୩ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ମନୋହରପୁର ଗ୍ରାମପଞ୍ଚାୟତ ସୀତାବିଞ୍ଜ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ଦନ୍ତାହାତୀ ଉତ୍ପାତ କରି ଅନେକ କ୍ଷୟକ୍ଷତି କରିଦେଇଛି l ଗ୍ରାମର ରମେଶ ମହାନ୍ତ କଂ ଘର କାନ୍ଥ ଭାଙ୍ଗିଦେଇ ଚାଉଳ ଖାଇଦେବା ସହିତ ଟି,ଭି, ଆସବାପତ୍ର, ସବୁ ଭାଙ୍ଗି ଦେଇଛି l ଅନ୍ୟ ଏକ କୋଠରୀ ରାମେଶ କଂ ପୁଅ କ୍ଷିରୋଦ ଥିବାବେଳେ ସେ ଅଳ୍ପକେ ବିପଦରୁ ବର୍ତୀ ଯାଇଛନ୍ତି l ଖବରପାଇ ଢ଼େଙ୍କିକୋଟ ବନବିଭାଗ ତରଫରୁ ତାଂକ ଘରେ ପହଂଚିଛନ୍ତି l ତେବେ ରମେଶ କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ହାତୀ ଟି ନିକଟସ୍ଥ ଜଂଗଲରେ ଛପିରହିଛି l
