ବାଲିପାଟଣା ୧୯/୦୩ : ବନମାଳୀପୁର ଭାକରସାହି ସ୍ଥିତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ଆଗାମୀ ଜୁନ ମାସରେ ପାଳିବ ତାର ସୁବର୍ଣ୍ଣ ଜୟନ୍ତୀ। ଆଜି ଅପରାହ୍ନରେ ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଶିକ୍ଷାବିତ୍ ତଥା ସମାଜ ସେବୀ ଲକ୍ଷ୍ମଣ କୁମାର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ପ୍ରତିଷ୍ଠାତା ସ୍ୱର୍ଗତ ଭ୍ରମରବର ଜେଠି ଙ୍କ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।ସର୍ବସମ୍ମତି କ୍ରମେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରତି ଵ୍ୟାଚରୁ ଦୁଇ ଜଣଙ୍କୁ ସେମାନଙ୍କର ଵ୍ୟାଚ ସାଥିମାନଙ୍କର ତଥ୍ଯ ପ୍ରଦାନ କରିବାକୁ ଦାୟିତ୍ୱ ପ୍ରଦାନ କରାଗଲା। ତତ୍ ସହିତ ଏକ ୩୫ ଜଣିଆ କମିଟି ଗଠନ କରାଯାଇ ଥିଲା। ସଭାପତି ଭାଗିରଥି ପାତ୍ର, ସମ୍ପାଦକ ରଘୁନାଥ ଲେଙ୍କା, ଆବାହକ ଲକ୍ଷ୍ମଣ କୁମାର ମଣ୍ଡଳ, ସଭ୍ୟ ରବିନ୍ଦ୍ର କୁମାର ସାହୁ,ପ୍ରତାପ କୁମାର ସାହୁ, ଚୈତ୍ୟନ ପାତ୍ର, ଅମୂଲ୍ୟ ସେନାପତି, ପ୍ରତାପ ଚନ୍ଦ୍ର ନାୟକ, ଜାହାଙ୍ଗୀର ହୋସେନ୍,ନାରାୟଣ ସାହୁ, ସୁଜିତ୍ କୁମାର ବିଶ୍ବାଳ ଙ୍କ ସହିତ ୩୫ ଜଣ ଙ୍କୁ ନେଇ କମିଟି ଗଠନ କରାଗଲା। ଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
