Odisha news

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଘର ଜଳିଦେଲେ ଦୁର୍ବୁତ

0
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଜଣେ କାର୍ଯ୍ୟରତ ସରପଞ୍ଚଙ୍କ ଘର ଜଳିଦିଆଯାଇଥିବା ଭଳି ସଙ୍ଗୀନ ତଥା ହୃଦୟବିଦରକ ଘଟଣା ଘଟିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ଆଳି ଥାନାରେ ଏବଂ ଉକ୍ତ ଘଟନା କୁ କେନ୍ଦ୍ରକରି ସମଗ୍ର ଆଳି ଅଂଚଳରେ ରାଜନୈତିକ ବାତାବରଣ ବେଶ ଉଷ୍ଣ ହୋଇଛି l
ଆଳି ବ୍ଲକ ଅଧିନ ବାଳକଟି ପଂଚାୟତର ସରପଞ୍ଚ ଦିବାକର ନାୟକ ଆଳି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ତାଙ୍କ ବନ୍ଧୁଙ୍କ ବିବାହ ଉସ୍ଥବରେ ଯୋଗଦେବାପାଇଁ ସେ ସପରିବାର ବନ୍ଧୁ ଘରକୁ ଯାଇଥିବାର ସୁଯୋଗ ନେଇ କିଛି ଦୁର୍ବୁର୍ତ୍ତ ରବିବାର ବିଳମ୍ୱିତ ରାତ୍ରିରେ ତାଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି l ଫଳରେ ତାଙ୍କର ସମସ୍ତ ଆସବାବପତ୍ର ସମେତ ଧାନ-ଚାଉଳ ଏବଂ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି l
ଘଟଣାକୁ କେନ୍ଦ୍ରକରି ସମଗ୍ର ଆଳି ଅଂଚଳରେ ରାଜନୈତିକ ବାତାବରଣ ବେଶ ଉଷ୍ଣ ହୋଇଥିବାବେଳେ ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ଅଭିଯୋଗ ପାଇବା ପରେ ଆଳି ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ ଜାରି ରଖିଛି l
Leave A Reply