Odisha news

ସକାଳୁ ଖାଲି ପେଟରେ ଖାଆନ୍ତୁ ଶୁଣ୍ଠୀଗୁଣ୍ଡ : ଏସିଡ଼ିଟି ଓ ଗ୍ୟାସ ଇତ୍ୟାଦି ସମସ୍ୟାରୁ ଦୁରେଇ ରହିବେ

0

ସୁଭେନ୍ଦ୍ର ପଟ୍ଟନାୟକ : ସାଧାରଣତଃ ଆମେମାନେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ପୁଷ୍ଟିକର ଆହାର ଓ ଫଳମୂଳ ଖାଇଥାଉ,ଯାହା ବଦଳୁ ଥିବା ଋତୁରେ ଆମକୁ ବିଭିନ୍ନ  ପ୍ରକାର ରୋଗଠାରୁ ଦୁରେଇ ରଖିଥାଏ l ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ଠିକ ରହିଥାଏ l ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଇନ୍ଫ୍ଲମେଟୋରି ଜିନିଷ ବିଷୟରେ କହୁଛୁ ଆପଣ ଶୁଣିଲେ ହୁଏତ ବିଶ୍ୱାସ କରିପାରିବେ ନାହିଁ l ପ୍ରତ୍ୱେକଟି ଓଡ଼ିଆ ଘରେ ଏହି ଜିନିଷ ରହିଥାଏ ,ତାହା ହେଲା ଶୁଣ୍ଠୀ l କଞ୍ଚାଅଦା ଶୁଖିଗଲା ପରେ ଶୁଣ୍ଠୀରେ ପରିଣତ ହୋଇଥାଏ l ଏହା ହୁଏତଃ ଆପଣମାନେ ସମସ୍ତେ ଜାଣିଥିବେ l ଆଜି ଆସନ୍ତୁ ଜାଣିବା ଶୁଣ୍ଠୀ ଦ୍ୱାରା କି ଲାଭ ମିଳିଥାଏ l

* ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ-ଋତୁ ପରିବର୍ତନ ସମୟରେ ଅଧିକାଂଶ ଲୋକ ଥଣ୍ଡା ଜ୍ୱର ଇତ୍ୟାଦି ପୀଡିତ ହୋଇଥାନ୍ତି,ଏହା କେବଳ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ହୋଇଥାଏ l ସେଥିପାଇଁ ଶୁଣ୍ଠୀଗୁଣ୍ଡ ଅତ୍ୟନ୍ତ ହିତକର l ଶୁଣ୍ଠୀଗୁଣ୍ଡ ଓ କ୍ଷୀରକୁ ମିଶାଇ ପିଇବା ଦ୍ୱାରା ଆମ ଶରୀରରେ ଥିବା ହାନିକାରକ ଜୀବାଣୁ ନଷ୍ଟ ହୋଇଯାଇଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l

* ତଣ୍ଟି ଦରଜରୁ ଆରାମ ଦେଇଥାଏ ଶୁଣ୍ଠୀ -ଋତୁ ପରିବର୍ତନ ସମୟରେ ଯଦି ଥଣ୍ଡା ଓ କାଶରେ ପୀଡିତ ହେଉଛନ୍ତି ତେବେ ଶୁଣ୍ଠୀ ଅତ୍ୟନ୍ତ ଗୁଣକାରି ଅଟେ l ପ୍ରତେକ ଦିନ ରାତିରେ ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀରରେ ଶୁଣ୍ଠୀଗୁଣ୍ଡ ମିଶାଇ ପିଇଲେ ଥଣ୍ଡାକାଶ ଓ ତଣ୍ଟି ଯନ୍ତ୍ରଣାରୁ ଆରାମ ମିଳିଥାଏ l କେବଳ ଏତିକି ନୁହେଁ ଯଦି ଗଳାରେ କିଛି ସଂକ୍ରମଣ ହୋଇଛି ତେବେ ସେଥିରୁ ମଧ୍ୟ ରକ୍ଷା କରେ l

* ଜ୍ୱରରୁ ଆରାମ ଦେଇଥାଏ- ଶୁଣ୍ଠୀଗୁଣ୍ଡ ଖାଇଲେ ଶରୀରକୁ ଗରମ ମିଳିଥାଏ ଓ ଝାଳ ମଧ୍ୟ ବାହାରି ଥାଏ l ଜ୍ୱର ସମୟରେ ଶୁଣ୍ଠୀଗୁଣ୍ଡ ଓ କ୍ଷୀରକୁ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ଜ୍ୱର କମି ଯାଇଥାଏ ଓ ଦେହ ମଧ୍ୟ ଦୁର୍ବଳ ଲାଗେ ନାହିଁ l

* ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ -ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ସହିତ ସମସ୍ତଙ୍କ ପାଖରେ ଦେଖା ଯାଉଛି l ଯଦି ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ତେବେ ଏଥିରୁ ଆପଣଙ୍କୁ ଆରାମ ଦେବା ଶୁଣ୍ଠୀ l ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଶୁଣ୍ଠୀଗୁଣ୍ଡ ମିସାଇ ପିଇଲେ କିଛି ଦିନ ଭିତରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବେ l ଯଦି ଆପଣ କ୍ଷୀର ନ ପିଉଛନ୍ତି ତେବେ ଉଷୁମୁ ପାଣିରେ ଶୁଣ୍ଠୀଗୁଣ୍ଡକୁ ଖାଇ ପାରିବେ l

* ପାଚନ ତନ୍ତ୍ରକୁ ମଝାବୁତ କରିଥାଏ -ବେଳେବେଳେ ଆମେମାନେ କୋଷ୍ଠକାଠିନ୍ୟ ,ଏସିଡ଼ିଟି ଓ ଗ୍ୟାସ ଇତ୍ୟାଦିର ସମସ୍ୟାରେ କଷ୍ଟ ପାଇଥାଉ l ଏହି ସବୁ ସମସ୍ୟା ରୁ ନୁବୃତ ରହିବ ପାଇଁ ଶୁଣ୍ଠୀଗୁଣ୍ଡ ସେବନ କରିବା ଆବଶ୍ୟକ l ଶୁଣ୍ଠୀଗୁଣ୍ଡ କୁ ଉଷୁମୁ ପାଣି ଓ ଲୁଣରେ ସକାଳର ଜଳଖିଆ ଖାଇବା ପୂର୍ବରୁ ଖାଇଲେ ଏହି ସମସ୍ୟାରୁ ଆରାମ ମିଳିବ ,ନଚେତ ଜଳଖିଆ ଖାଇଲା ପରେ କ୍ଷୀରରେ ଶୁଣ୍ଠୀଗୁଣ୍ଡ ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ର ସୁଦୃଢ ରହିବl ସହିତ ଏହି ସବୁ ସମସ୍ୟା ରୁ ଆରାମ ମିଳିଥାଏ l

Nalco
Leave A Reply