ଆଜିର ଯୁଗ ଯେତେ ଅଧିକ ଆଧୁନିକତା ଆଡକୁ ଗତି କରୁଛି ସେତେ ଅଧିକ ବିଜ୍ଞାନର ଅଗ୍ରଗତି ମଧ୍ୟ ହେଉଛି l ଆଜିକାଲିର ପିଲାମାନେ ମୋବାଇଲ ବ୍ୟବହାର କରନ୍ତୁ କିମ୍ବା ଲାପଟପ ସମସ୍ତେ ପ୍ରାୟ ଇଅର ବଡ଼ ର ବ୍ୟବହାର କରୁଛନ୍ତି l ଅଧିକାଂଶ ଲୋକେ ଇଅର ବଡ଼ ର ବ୍ୟବହାର ଯାତ୍ରା କରିବା ସମୟରେ, ଭିଡିଓ ସୁଟ କରିବା ବେଳେ, ଜଂଗୀ କିମ୍ବା ଏକ୍ସରସାଇଜ ସମୟରେ କରୁ ଥିବାର ଦେଖିବାକୁ ପାଇଥାଉ l ଅଧିକାଂଶ ଇଅର ବଡ଼ ରେ ନଏଜ କ୍ୟାନସେଲେସନ ମଧ୍ୟ ଯେଉଁ କାରଣରୁ ବାହାରର ଶବ୍ଦ ଶୁଣିବାକୁ ମିଳି ନଥାଏ l କିନ୍ତୁ ଏହି ଇଅର ବଡ଼ ଆମ ଶରୀର ଉପରେ ଅନେକ ଦୁଃଷ୍ପ୍ରଭାଵ ମଧ୍ୟ ପକାଇଥାଏ l ଆସନ୍ତୁ ଜାଣିବା ଇଅର ବଡ଼ ର ସାଇଡ ଇଫେକ୍ଟ ବିଷୟରେ l
* ଗୋଟିଏ ଅଧ୍ୟୟନ ଅନୁସାରେ ଯଦି ଜଣେ ବ୍ୟକ୍ତି ଦିନସାରା ଇଅର ବଡ଼ ବ୍ୟବହାର କରିଥାଏ ତେବେ ସେ ନିଜର ଶ୍ରବଣ ଶକ୍ତି ହ୍ରାସ କରିଥାଏ l ବିଶେଷ ଭାବରେ ଦିନ ସାରା ଇଅର ବଡ଼ ବ୍ୟବହାର କରିବା ଦ୍ୱାରା କାନର ସିରା ଗୁଡିକ ପ୍ରଭାବିତ ହୋଇଥାଏ l ଭାଇବ୍ରେସନ କାରଣରୁ ହିଅରିଂ ସେଲ ନଷ୍ଟ ହୋଇ ଯାଇଥାଏ l ଏହି ଅଧ୍ୟୟନ ଅନୁସାରେ କାନର ଶୁଣିବା କ୍ଷମତା କେବଳ ୯୦ ଡେସିବଲ ରହିଥାଏ, ତେଣୁ ସବୁବେଳେ ଇଅର ବଡ଼ କଣାରେ ଲଗାଇଲେ ଶୁଣିବା ଶକ୍ତି ନଷ୍ଟ ହୋଇଥାଏ l
* ଇଅର ବଡ଼ କାନର ସଂକ୍ରମଣ ର କାରଣ ଅଟେ l ଯଦି ଆମେ ସବୁବେଳେ କାନରେ ଇଅର ବଡ଼ ଲଗାଇ ରଖିବା ତେବେ କାନରେ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଥାଏ l ଯାହାଦ୍ୱାରା କଂ କୁଣ୍ଡାଇ ହେବା କାନରୁ ପାଣି ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ l
* ଇଅର ଫୋନ ରୁ ବାହାରୁଥିବା ଇଲେକ୍ଟ୍ରୋ ମାଗ୍ନେଟିକ ୱେଭସ୍ୱ କାରଣରୁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l ଯାହାକି ନିଦ୍ରା ହୀନତାର ଶିକାର କରାଏ l ସାଧାରଣ ଭାବରେ ଦେଖିବାକୁ ଗଲେ ଆମେ ଅନେକ କଥା ଭୁଲିବାକୁ ଲାଗୁ l
* ଦିନ ସାରା ଇଅର ବଡ଼ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ l ଏହାଛଡା ମସ୍ତିଷ୍କ ର କୋଷିକା ଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ l ମାସଟିକ ଓ କାନ ମଧ୍ୟରେ ଥିବା କନେକ୍ସନ ମଧ୍ୟ ନଷ୍ଟ ହୋଇଯାଏ l