ଆଜି ଅକ୍ଟୋବର ୧୫ ତାରିଖ ସାରା ଭାରତ ବର୍ଷରେ ଦଶହରା ପର୍ବ ପାଳନ ହେଉଛି । ଭାରତ ସହିତ ପଡୋଶୀ ଦେଶ ନେପାଳ ଓ ବଙ୍ଗଳାଦେଶ ରେ ମଧ୍ୟ ଦଶହରା ପାଳନ ହୋଇଥାଏ । ଏହିଦିନ କିଛି ଏପରି ଧାର୍ମିକ କଥା ରହିଛି , ଯାହା ଆମର ସୁଖ ସମୃଦ୍ଧି ସହିତ ଯୋଡ଼ି ହୋଇଥାଏ ।
ସେଥି ମଧ୍ୟରୁ ଗୋଟିଏ ହେଲା ଦଶହରା ଦିନ ପାନ ଖାଇବା ର ପରମ୍ପରା । ଆଜିର ଦିନରେ ପାନ ଖାଇବା କିଛି ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ଵ ଯୋଡ଼ି ହୋଇଛି । ଆସନ୍ତୁ ଜାଣିବା ଦଶହରା ଦିନ ପାନ ଖାଇବା କାହିଁକି ଶୁଭ ହୋଇଥାଏ ।
* ପାନ କୁ ପ୍ରେମ ଓ ବିଜୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ତା ସହିତ ବିଡିଆ ଶବ୍ଦର ମଧ୍ୟ ଅନେକ ମହତ୍ତ୍ଵ ରହିଛି । ଯାହାକୁ କର୍ତ୍ତବ୍ୟ କୁ ନେଇ ଅଧର୍ମ ଉପରେ ଧର୍ମର ବିଜୟ ବୋଲି କୁହାଯାଏ । ସେଥି ପାଇଁ ଦଶହରା ଦିନ ରାବଣ ଦହନ ପରେ ପାନ ଖାଇବା ଶୁଭ ଅଟେ ।
* ଦଶହରା ଦିନ ପାନ ଖାଇବା ର ଆଉ ଗୋଟିଏ କାରଣ ହେଉଛି ବର୍ଷର ଏହିଦିନ ରେ ଋତୁର ପରିବର୍ତ୍ତନ ହୋଇଥାଏ । ଯାହାଦ୍ଵାରା ବିଭିନ୍ନ ରୋଗ ସଂକ୍ରମିତ ହୋଇଥାଏ । ଏମିତିରେ ପାନ ଖାଇବା ସ୍ବାସ୍ଥ୍ୟ ପକ୍ଷରେ ହିତ କର । ଏହା ସମସ୍ତ ପ୍ରକାର ସଂକ୍ରମିତ ରୋଗରୁ ରକ୍ଷା କରିଥାଏ ।
* ମାନ୍ୟତା ଅନୁସାରେ ଦଶହରା ଦିନ ପାନ ଖାଇ ଲୋକମାନେ ଅସତ୍ୟ ଉପରେ ସତ୍ୟ ର ଜୟ ବୋଲି ଭାବି ଥାଆନ୍ତି । କିନ୍ତୁ ରାବଣ ଦହନ ପୂର୍ବରୁ ଏହି ବୀଡ଼ିଆ ପାନ କୁ ହନୁମାନ ଙ୍କୁ ଅର୍ପଣ କରାଯାଏ ।
* ଦଶହରା ଦିନ ପାନ ଖାଇବା ର ବୈଜ୍ଞାନିକ କାରଣ ହେଲା ଏହାଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ି ଥାଏ ଓ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।
Comments are closed.