Odisha news

ଯୌନ ସମ୍ବନ୍ଧ ସମୟରେ ନପଚାରି କଣ୍ଡମ୍ କାଢିବା ପଡ଼ିଲା ଭାରି : ଏହି ଦେଶରେ ଲଗୁହେଲା ଏପରି ନିୟମ

ନୂଆଦିଲ୍ଲୀ : ଦୁନିଆଁ ର ସମସ୍ତ ଦେଶରେ ସବୁବେଳେ ନୂଆ ନୂଆ ନିୟମ ଦେଖିବାକୁ ମିଳିଥାଏ । ସେହିଭଳି ଆମେରିକାର କାର୍ଲିଫର୍ଣିଆ ରାଜ୍ୟରୁ ଗୋଟିଏ ଘଟଣା ସାମ୍ନାକୁ ଆସିଛି । କର୍ଲିଫର୍ଣିଆ ରେ ଯଦି କୌଣସି ପୁରୁଷ ସେକ୍ସ୍ କରି ସାରିବା ପରେ ମହିଳାଙ୍କୁ ନପଚାରି କଣ୍ଡମ୍ କାଢ଼ିଦେବ ତେବେ ତାହା ଅପରାଧ ଅଟେ । ଏହି କାରଣରୁ ଜଣେ ବ୍ୟକ୍ତି ମକଦ୍ଦମା ର ସାମ୍ନା ମଧ୍ୟ କରିପାରେ । ଏହି ଅପରାଧ କୁ ଷ୍ଟିଲ ଥିଙ୍ଗ ନାମରେ କୁହାଯାଏ । କାର୍ଲିଫର୍ଣିଆ ର ଗଭର୍ଣ୍ଣର ଗୋବିନ୍ ନ୍ୟୁଜମ୍ ନ ପଚାରି କଣ୍ଡମ୍ ହଟାଇବାକୁ ଅପରାଧ ଘୋଷଣା କରି ବିଧେୟକ ଉପରେ ହସ୍ତାକ୍ଷର ମଧ୍ୟ କରି ଦେଇଛନ୍ତି ।
ଏହାକୁ ପାସ୍ କରିବା ପୂର୍ବରୁ କୁହା ଯାଇଛି ଯେ ଏହା ଅନୈତିକ ହୋଇ ଥିବା କାରଣରୁ ଏପରି ପଦକ୍ଷେପ ନିଆ ଯାଇଛି । କାର୍ଲିଫର୍ଣିଆ ଆମେରିକାର ପ୍ରଥମ ରାଜ୍ୟ ଯେଉଁଠି ଷ୍ଟିଲ ଥୀଙ୍ଗ କୁ ଅବୈଧ ଘୋଷଣା କରାଯାଇଛି ।
ଏହି ବିଧେୟକ ଅନୁସାରେ ଉଭୟ ସହମତି କ୍ରମେ ଜଣେ ବ୍ୟକ୍ତି କଣ୍ଡମ୍ କାଢ଼ି ପାରିବେ ନଚେତ୍ ଏହା ଗୋଟିଏ ବଡ଼ ଧର୍ତବ୍ୟ ଅପରାଧ । ମହିଳା ଙ୍କ ଇଚ୍ଛା ବିରୁଦ୍ଧରେ ଯଦି କଢ଼ିବେ ତେବେ ତାଙ୍କୁ ସେଥିପାଇଁ ଭଲ ପରିମାଣର ଜୋରିମାନା ମଧ୍ୟ ଦେବାକୁ ପଡିବ ।
ଏହି ନିୟମ ଲାଗୁ ହେବାର ବିଶେଷ କାରଣ ରହିଛି । କାରଣ ଆମେରିକାରେ ଅନେକ ଥର ଏକାଧିକ ମାମଲା ଆସିଚି ଯେ ସେକ୍ସ୍ କଲା ସମୟରେ ପ୍ରାୟ ଅଧିକାଂଶ ପୁରୁଷ କଣ୍ଡମ୍ କାଢ଼ି ଦେଇ ଥାଆନ୍ତି ଯାହାକି ଭବିଷ୍ୟତରେ ବିପଦ ସୃଷ୍ଟି କରିଥାଏ । ଏପରି କରିବା ଦ୍ବାରା ଗର୍ଭ ଧାରଣ ସହିତ ଯୌନ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ ।
Nalco

Comments are closed.