ଆଜି ହେଉଛି ବିଜୟା ଦଶମୀ ଓ ରାବଣ ଦହନ : କିନ୍ତୁ ଭାରତରେ ଏପରି ଗୋଟିଏ ସ୍ଥାନ ରହିଛି ଯେଉଁଠାରେ କରାଯାଏ ଦଶାନନ ଙ୍କୁ ପୂଜା
ଦଶହରା ବା ବିଜୟା ଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ଜୟ , ଅସତ୍ୟ ଉପରେ ସତ୍ୟର ଜୟ , ଅନ୍ଧାର ଉପରେ ଆଲୋକ ର ବିଜୟ , ଅନ୍ୟାୟ ଉପରେ ନ୍ୟାୟ ର ବିଜୟ । ଏହି ଦିନଟି ହିନ୍ଦୁ ଧର୍ମର ପରମ୍ପରା ରେ ଖୁବ୍ ମହତ୍ତ୍ଵ ରଖିଚି , ଆଜିର ଦିନରେ ମା ଦୁର୍ଗତି ନାଶିନୀ ମହିଷାସୁର କୁ ବଧ କରି ପୃଥିବୀ ରୁ ଅତ୍ୟାଚାର କୁ ବିନାଶ କରିଥିଲେ । ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣ ର ବଧ କରି ମା ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିଥିଲେ । ତେଣୁ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ଭାରତ ସମେତ ବିଶ୍ବର ଅନେକ ସ୍ଥାନରେ ରାବଣ ଦହନ କରାଯାଇ ଥାଏ ।
କିନ୍ତୁ ଭାରତର ଗୋଟିଏ ଏଭଳି ସ୍ଥାନ ରହିଛି ଯେଉଁଠି ଲୋକମାନେ ରାବଣ ଦହନ କରିବା ପରିବର୍ତ୍ତେ ରାବଣ ଙ୍କୁ ବର୍ଷ ସାରା ପୂଜା କରି ଥାଆନ୍ତି । ମଧ୍ୟପ୍ରଦେଶ ର ମନ୍ଦସୋର୍ ଜିଲ୍ଲାରେ ରାବଣ ଙ୍କ ର ୨୦୦ ବର୍ଷ ପୁରୁଣା ଗୋଟିଏ ମୂର୍ତ୍ତି ରହିଛି । ଯାହାକୁ ଲୋକମାନେ ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ପୂଜା କରି ଥାଆନ୍ତି ।
କାହିଁକି ଏଠାରେ ରାବଣ ଙ୍କୁ ପୂଜା କରାଯାଏ ? –
ମନ୍ଦ୍ ସୋର୍ ଜିଲ୍ଲାର ଖାନପୁରା କ୍ଷେତ୍ର ର ରୁଣ୍ଡି ଠାରେ ରାବଣ ଙ୍କ ର ୧୦ ଟି ମୁଣ୍ଡ ଥିବା ମୂର୍ତ୍ତି ସ୍ଥାପନା କରାଯାଇଛି । ଏହି ରୁଣ୍ଡୀ ଗ୍ରାମ ରାବଣ ର ଶ୍ଵଶୁର ଘର ଗାଁ ବୋଲି ମାନ୍ୟତା ରହିଛି । କୁହାଯାଏ ଯେ ମନ୍ଦୋଦରୀ ଙ୍କ ର ଏହା ପୈତୃକ ଗ୍ରାମ । ମାନ୍ୟତା ଅନୁସାରେ ମନ୍ଦୋ ସୋର୍ କୁ ମନ୍ଦୋଦରୀ ଙ୍କ ନାମ ସହିତ ଯୋଡ଼ା ଯାଇଥାଏ । ତେଣୁ ଉକ୍ତ ଗ୍ରାମ ଟି ରାବଣଙ୍କ ଶ୍ଵଶୁର ଘର ଗାଁ ଅଟେ ।
ବିନା ଓଢଣା ରେ ମହିଳା ଯାଆନ୍ତି ନାହିଁ ରାବଣ ଙ୍କ ପ୍ରତିମା ସମ୍ମୁଖକୁ –
ଏଠାକାର ଲୋକ ମାନେ ରାବଣ ଙ୍କୁ ଜ୍ବାଇଁ ଭାବରେ ଗ୍ରହଣ କରିଥିବା ରୁ ଏହି ଗାଁ ର ମହିଳା ମାନେ ବିନା ଓଢଣା ରେ ରାବଣର ପ୍ରତିମା ସମ୍ମୁଖକୁ ଯାଇ ନଥାଆନ୍ତି । ମାନ୍ୟତା ଅନୁସାରେ ଏଠାରେ ଥିବା ରାବଣ ମୂର୍ତ୍ତିର ଗୋଡ଼ରେ କଳା ସୂତା ବାନ୍ଧିବା ଦ୍ଵାରା ରୋଗ ବୈରାଗ ରୁ ମୁକ୍ତି ମିଳିଥାଏ । ତେଣୁ ଏଠାକାର ମହିଳା ମାନେ ଦଶହରା ଦିନ ରାବଣଙ୍କ ଗୋଡ଼ରେ କଳସୂତା ବାନ୍ଧି ଥାଆନ୍ତି ।
ନାମଦେବ ସମାଜର ଲୋକ ମାନେ ଦଶହରା ଦିନ ରାବଣ ମୂର୍ତ୍ତିର ପୂଜା କରନ୍ତି –
ଦଶହରା ଦିନ ଗାଁ ର ନାମଦେବ ସମାଜର ଲୋକମାନେ ଏକାଠି ହୋଇ ପ୍ରତିମା ସମ୍ମୁଖ ରେ ଉପସ୍ଥିତ ହୁଅନ୍ତି ଓ ପୂଜାର୍ଚ୍ଚନା କରନ୍ତି । ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏଠାରେ ରାବଣଙ୍କ ମୂର୍ତ୍ତି କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ ।