Odisha news

ଆଜି ହେଉଛି ନବରାତ୍ରୀ ର ଶେଷ ଦିନ, ଏହିଭଳି କରନ୍ତୁ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା ପୁରଣ ହୋଇଥାଏ ଜୀବନ ରେ ସମସ୍ତ ମନସ୍କାମନା

0
ଶାରଦୀୟ ନବରାତ୍ରୀ ର ୯ଦିନ ପୂଜା ବିଧି ରେ ମା ଦୁର୍ଗା ଙ୍କ ର ୯ଟି ସ୍ୱରୂପ କୁ ବିଧି ବଧ ଭାବରେ ପୂଜା କରାଯାଇ ଥାଏ । ନବରାତ୍ରୀ ର ୯ଦିନ ରେ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରାଯାଏ । ମା ସିଦ୍ଧିଦାତ୍ରୀ ମନର ସମସ୍ତ ଇଚ୍ଛା କୁ ପୁରଣ କରି ଥାଆନ୍ତି । ମା ସିଦ୍ଧିଦାତ୍ରୀ ଙ୍କ ପୂଜା ଦେବ , ଯକ୍ଷ , କିନ୍ନର , ଦାନବ , ଋଷି ମୁନି , ସାଧକ ଓ ଗୃହସ୍ଥ ଜୀବନ ଯାପନ କରୁଥିବା ବ୍ୟକ୍ତି ପୂଜା କରି ଥାଆନ୍ତି ।
ଆସନ୍ତୁ ଜାଣିବା ମା ସିଦ୍ଧିଦାତ୍ରୀ ଙ୍କ ୮ଟି ସିଦ୍ଧି ବିଷୟରେ –
ମା ସିଦ୍ଧିଦାତ୍ରୀ ଙ୍କ ନିକଟରେ ଅଣିମା , ମହିମା , ପ୍ରାପ୍ତି , ପ୍ରକମ୍ୟ, ଗରିମା , ଲଘିମା, ଇସିତ୍ଵ ଓ ବସିତ୍ଵ ଭଳି ୮ଟି ସିଦ୍ଧି ରହିଛି । ଏହି ୮ଟି ସିଦ୍ଧି ଲାଭ କରିବା ପାଇଁ ମାଙ୍କୁ ପୂଜା କରାଯାଇ ଥାଏ । ମାନ୍ୟତା ଅନୁସାରେ ଦେବା ଦେବୀ ମାନେ ମାଙ୍କ ନିକଟରୁ ଏହିସବୁ ସିଦ୍ଧି ଲାଭ କରି ଥିଲେ । ତେଣୁ ହନୁମାନ ଚାଳିଶ ରେ କୁହାଯାଇଛି ଯେ ଅଷ୍ଟଶିଧି ନବନିଧି କେ ଦାତା ଅସବର୍ ଦିନ ଜାନକୀ ମାତା ।
ଭଗବାନ୍ ଶିବ ମା ସିଦ୍ଧିଦାତ୍ରୀ ଙ୍କୁ କରିଥିଲେ ପୂଜା -:
ପୁରାଣ ଅନୁସାରେ ଭଗବାନ ଶିବ ମଧ୍ୟ ମା ସିଦ୍ଧିଦାତ୍ରୀ ଙ୍କୁ ତପସ୍ୟା କରି ମାଙ୍କ ନିକଟରୁ ୮ଟି ସିଦ୍ଧି ଲାଭ କରିଥିଲେ । ମାଙ୍କ ବରଦାନ କାରଣରୁ ମହାଦେବ ଅର୍ଦ୍ଧ ନାରିଶ୍ୱର ରୂପ ଧାରଣ କରିଥିଲେ । ନବରାତ୍ରୀ ର ୯ ମ ଦିନରେ ମା ସିଦ୍ଧିଦାତ୍ରୀ ଙ୍କ ପୂଜା ପରେ ନବରାତ୍ରି ସମାପନ ହୋଇଥାଏ । ମା ସିଦ୍ଧିଦାତ୍ରୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜିର ଦିନରେ ନଵହ୍ନ ପ୍ରସାଦ ଭାବରେ ଅର୍ପଣ କରାଯାଏ । ଏହାଛଡା ୯ ପ୍ରକାର ପୁଷ୍ପ ଓ ଫଳ ମଧ୍ୟ ଅର୍ପଣ କରାଯାଇଥାଏ ।
ମା ସିଦ୍ଧିଦାତ୍ରୀ ଙ୍କ ସ୍ୱରୂପ ଏଭଳି ହୋଇଥାଏ -:
ଦେବୀ ଭଗବତ ପୁରାଣ ଅନୁସାରେ ମା ସିଦ୍ଧିଦାତ୍ରୀ ମଧ୍ୟ ମା ଲକ୍ଷ୍ମୀଙ୍କ ଭଳି ପଦ୍ମ ଫୁଲ ରେ ବିରାଜ ମାନ କରି ଥାଆନ୍ତି । ମା ଚତୁର୍ଭୁଜା ଅଟନ୍ତି ଓ ମାଙ୍କ ୪ଟି ହାତରେ ଶଙ୍ଖ , ଚକ୍ର , ଗଦା ଓ ପଦ୍ମ ରହିଥାଏ । ସିଦ୍ଧିଦାତ୍ରୀ ମା ସରସ୍ଵତୀ ଙ୍କ ର ମଧ୍ୟ ସ୍ୱରୂପ ଅଟନ୍ତି , ଯିଏ କି ଶ୍ୱେତବସ୍ତ୍ର ଧାରଣ କରି ନିଜର ମଧୁର ସ୍ଵରରେ ଭକ୍ତଙ୍କୁ ବିମୋହିତ କରି ଥାଆନ୍ତି ।
* ଭାଗ୍ୟ ଉଦୟ ପାଇଁ ମା ସିଦ୍ଧିଦାତ୍ରୀ ଙ୍କୁ କରନ୍ତୁ ପୁଜା -:
ଦୁର୍ଗା ସପ୍ତଶତୀ ର ନବମ ଅଧ୍ୟାୟ ଦ୍ଵାରା ମା ସିଦ୍ଧିଦାତ୍ରୀ ଙ୍କୁ ପୂଜା କରାଯାଏ। ଏହାଛଡା ମାଙ୍କ ନିକଟରେ ୯ପ୍ରକାର ଫଳ ଓ ପୁଷ୍ପ ଓ ମିଷ୍ଟାନ୍ନ ପ୍ରସାଦ ଅର୍ପଣ କରାଯାଇଥାଏ । ଆଜିର ଦିନରେ ମା ସିଦ୍ଧିଦାତ୍ରୀ ଙ୍କ ବାହନ, ଅସ୍ତ୍ର , ଯୋଗନି ଓ ଅନ୍ୟ ଦେବଦେବୀ ଙ୍କ ନାମରେ ହୋମ ଇତ୍ୟାଦି କରାଯାଇ ଥାଏ । ଏହାଦ୍ବାରା ଭାଗ୍ୟ ଉଦୟ ହୋଇଥାଏ ଓ ପ୍ରସନ୍ନ ହୋଇ ଥାଆନ୍ତି । ଆଜିର ଦିନରେ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧି ବା ଶୁଭ ଅଟେ ଓ ମା ପ୍ରସନ୍ନ ହୋଇ ଥାଆନ୍ତି । ଏହି ରଙ୍ଗ ଆଧ୍ୟାତ୍ମ୍ୟ ର ପ୍ରତୀକ ଅଟେ ।
* ଆଜିର ଦିନରେ କନ୍ୟା ପୂଜନ ର ମହତ୍ତ୍ଵ :-
ନବରାତ୍ରୀ ର ଶେଷ ଦିନ ରେ କନ୍ୟା ପୂଜନ ର ଖୁବ୍ ମହତ୍ତ୍ଵ ରହିଛି । ଆଜିର ଦିନରେ କନ୍ୟାଙ୍କୁ ପୂଜା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ । କାହିଁକି ନା ପ୍ରତ୍ୟେକ ଛୋଟ କନ୍ୟା ମା ଶକ୍ତିଙ୍କ ରୂପ ଅଟନ୍ତି ।
Leave A Reply