Odisha news

ବର୍ଦ୍ଧିତ କୋଲେଷ୍ଟ୍ରାଲ ହେଉଛି ଏହିସବୁ ଗମ୍ଭୀର ରୋଗର କାରଣ ଏହିପରି ରୁହନ୍ତୁ ସତର୍କ

0
ବର୍ତ୍ତମାନ୍ ପ୍ରାୟ ସମସ୍ତେ ଗୋଟିଏ ବ୍ୟସ୍ତ ଜୀବନ ଶୈଳୀ ଦେଇ ଗତି କରୁଛନ୍ତି । ତେଣୁ ପ୍ରାୟ ସମସ୍ତେ ଉଚ୍ଚ ରକ୍ତଚାପ, ମଧୁମେହ , ଡିପ୍ରେସନ୍, ଏଙ୍ଗଜାଇଟି ଭଳି ସମସ୍ୟା ଦେଇ ଗତି କରୁଛନ୍ତି । ଯଦି ସମୟ ଥାଉ ଥାଉ ଏହି ରୋଗ ଗୁଡ଼ିକ ର ଚିକିତ୍ସା କରାନଯିବ ତେବେ ଜୀବନ ପ୍ରତି ବିପଦ ଆସିପାରେ । କିନ୍ତୁ ଆପଣ କଣ ଜାଣିଛନ୍ତି ଶରୀରରେ ବ୍ଲଡ଼ ଭାସେଲ୍ସ ରେ ଜମା ହେଉଥିବା ଗୋଟିଏ ତତ୍ତ୍ଵ ଅନେକ ଗୁଡ଼ିଏ ରୋଗକୁ ଆମନ୍ତ୍ରଣ କରିଥାଏ । ଆଜି ଆମେ ଆପଣଙ୍କୁ କହୁଚୁ କୋଳେଷ୍ଟ୍ରାଲ ବିଷୟରେ ।
ବର୍ଦ୍ଧିତ କୋଲେଷ୍ଟ୍ରାଳ ହାର୍ଟ ଅଟାକ , ଉଚ୍ଚ ରକ୍ତଚାପ, ମଧୁମେହ ଓ ଅନେକ ଗୁଡ଼ିଏ ରୋଗର କାରଣ ହୋଇଥାଏ । NCBI ର ସୂଚନା ଅନୁସାରେ ଭାରତରେ ପାଖାପାଖି ୩୦ ପ୍ରତିଶତ ସହରୀ ଓ ୨୦ ପ୍ରତିଶତ ଗ୍ରାମୀଣ କୋଲଷ୍ଟ୍ରାଲ ଦ୍ଵାରା ପ୍ରଭାବିତ ହେଉଛନ୍ତି ।
* ଶରୀରରେ ୨ ପ୍ରକାରର କୋଲଷ୍ଟ୍ରାଲ ରହିଥାଏ । ଗୋଟିଏ ହେଲା ଗୁଡ଼ କୋଲଷ୍ଟ୍ରାଲ ଓ ଅନ୍ୟଟି ହେଲା ବ୍ୟାଡ୍ କୋଲଷ୍ଟ୍ରାଲ ଅଟେ । ବ୍ୟଡ କୋଲଷ୍ଟ୍ରାଲ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଧମନୀ କୁ ଯାଇଥାଏ ଓ ଶୀରା ପ୍ରଶିରା ଦ୍ଵାରା ଏହା ହାର୍ଟ ରେ ପହଞ୍ଚି ଥାଏ ଓ ହାର୍ଟ ତାହାକୁ ପମ୍ପ କରି ଶରୀରର ବିଭିନ୍ନ ଅଙ୍ଗକୁ ପଠାଇ ଥାଏ । ଶୀରା ପ୍ରସିରା ରେ କୋଳେଷ୍ଟ୍ରାଲ୍ ଜମି ଯିବା ଦ୍ଵାରା ହାର୍ଟ ଅଟକ ର ସମ୍ଭାବନା ପଢ଼ି ଯାଇଥାଏ ।
* ଯେତେବେଳେ କୋଲଷ୍ଟ୍ରାଲ ବ୍ଲଡ଼ ଭ୍ୟାସେଲ ରେ ଜମି ଥାଏ ସେତେବେଳେ ଶରୀରର ସମସ୍ତ ସ୍ଥାନକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରେ ନାହିଁ । ବ୍ଲଡ଼ ସପ୍ଲାଏ ଠିକ୍ ଭାବରେ ନହେବା ଦ୍ଵାରା ହାତ ଓ ଗୋଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯାହାକି ଆମେ ଠିକ୍ ଭାବରେ ଚାଲି ପାରି ନଥାଉ ।
* କୋଲଷ୍ଟ୍ରାଲ ବୃଦ୍ଧି ହେବା ଦ୍ଵାରା କେଶ ଝଡ଼ିବା, ଗୋଡ ହାତ ବଧିରା ଲାଗିବା , ଶରୀରର କ୍ଷତ ଠିକ୍ ନହେବା, ଇତ୍ୟାଦି ସମସ୍ୟା ମଧ୍ୟ ଦେଖା ଯାଇଥାଏ । ତେଣୁକରି ନିୟମିତ ଭାବରେ ପ୍ରଚୁର ମାତ୍ରାରେ ଫଳ ଓ ପନିପରିବା ସେବନ କରିବା ଉଚିତ୍ । ଏହାଛଡା ପ୍ରୋସେଷଡ ଫୁଡ୍ ଓ ପ୍ୟାକେଜ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
* କୋଲେସ୍ତ୍ରାଲ ସିଧା ସଳଖ ଭାବରେ ଆମର ମସ୍ତିଷ୍କ ଉପରେ ପ୍ରଭାବ ପକାଇ ଥାଏ । କୋଲଷ୍ଟ୍ରାଲ ବଢିବା ଦ୍ଵାରା ହାଇପର୍ ଟେନ୍ସ ସନ୍ ବୃଦ୍ଧି ହୋଇଥାଏ । ତେଣୁ କୋଲଷ୍ଟ୍ରାଲ ବୃଦ୍ଧି ହେଲେ ମାନସିକ ଚାପ ବୃଦ୍ଧି ହୋଇ ଶରୀର ରୋଗ ଗ୍ରସ୍ତ ହୋଇଥାଏ ।
* କଣ କହୁଛି ଗବେଷଣା -:
ଗୋଟିଏ ଗବେଷଣା ଅନୁସାରେ ଜଣେ ପୁରୁଷ ରାତିରେ ୬ ଘଣ୍ଟା ରୁ କମ ଶୋଇବା ଉଚିତ୍ ନୁହେଁ । ସେମାନଙ୍କ ମଧ୍ୟରେ ଏଲ ଡି ଏଲ କୋଲଷ୍ଟ୍ରାଲ ଅଧିକ ବୃଦ୍ଧି ହୋଇଥାଏ । ଏହା ଖରାପ୍ କୋଲଷ୍ଟ୍ରାଲ ଅଟେ । ଅନ୍ୟ ପକ୍ଷରେ ଦେଖିବାକୁ ମିଳିଥିଲା ଯେ ନିଦ୍ରା ସମୟରେ ଘୁଙ୍ଗୁଡ଼ି ମାରୁଥିବା ପୁରୁଷ ମାନେ ଓ ମହିଳା ମାନଙ୍କ ନିକଟରେ ଗୁଡ଼ କୋଲଷ୍ଟ୍ରାଲ ସ୍ତର କମ ରହିଥିଲା ।
Nalco
Leave A Reply