ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ଜଗତ ଜନନୀ ମା’ ଦୁର୍ଗା ପୃଥୀବୀ ପୃଷ୍ଠକୁ ଅବତରଣ କରି ଆସିଛନ୍ତି । ପ୍ରତିବର୍ଷ ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ଭସାଣି ଉସôବ ପର୍ଯ୍ୟନ୍ତ ସର୍ବତ୍ର ଲାଗି ରହିଥାଏ ଊସôବର ମାହୋଲ । ମାତ୍ର ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଉସôବର କୋଳାହଳ ପରିସ୍ଥିତି ପରିବର୍ତେ ଚାରିଆଡେ କେବଳ ଖଁ ଖାଁ ସ୍ଥିତିର ଅବସ୍ଥା ସୃଷ୍ଟି ହୋଇଛି । ସାରା ଦେଶରେ ଦୁର୍ଗା ପୂଜା ଉସôବ ଉପରେ କୋଭିଡ-୧୯ ମହାମାରୀ କଳାଛାୟର ଢାଙ୍କି ଦେଇଛି । ପ୍ରଶାସନ ଅଦାଲତ ଏବଂ କୋଭିଡ-୧୯ କଟକଣା ମଧ୍ୟରେ ପୂଜା ଉସôବ ପାଳିତ ହେଉଛି । ପୂଜା ପେଣ୍ଡାଲଗୁଡିକି ଭକ୍ତଶୂନ୍ୟ ହୋଇପଡ଼ିଛି ।
ଜାତୀୟ ରାଜଧାନୀ ଦିଲ୍ଲୀରେ ପୂଜା ଆୟୋଜକମାନେ ମଣ୍ଡପଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ସମାବଶେକୁ ବାରଣ କରିଥିବା ବେଳେ ଦେଶରେ ଦୁର୍ଗା ପୂର୍ଜୋସôବ ପାଇଁ ପ୍ରସିଦ୍ଧ କୋଲକତା ସହରରେ ପୂଜା ମଣ୍ଡପଗୁଡିକ ଉପରେ ଭକ୍ତଙ୍କ ଉପସ୍ଥିତିକୁ କୋଲକତା ହାଇକୋର୍ଟ ନିଷିଦ୍ଧ କରିଥିବା ବେଳେ ଏହାକୁ ନିଶ୍ଚିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ସହ ବ୍ୟାରିକୋଟ ନିର୍ମାଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ନିଦେ୍ର୍ଦଶର ପୁର୍ନବିଚାର ପାଇଁ କୋଲକତା ମହାନଗରୀର ୪୦୦ରୁ ଉଦ୍ଧ୍ୱର୍ ପୂଜା କମିଟିକୁ ନେଇ ଗଠିତ “ଦୁର୍ଗାସେôାବ ଫୋରମ୍” ଏକ ରିଭୁ୍ୟ ପିଟିସନ ଦାୟର କରିଛନ୍ତି । ଆମ ରାଜ୍ୟରେ ମଧ୍ୟ ଅନୁରୂପ ପରିସ୍ଥିତି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ହାଇକୋର୍ଟ ଓ କମିଶନରେଟ ପୋଲିସର କଟକଣା ଯୋଗୁଁ କୋଳାହଳ ଶୂନ୍ୟ ହୋଇପଡ଼ିଛି ମଣ୍ଡପଗୁଡିକ ।
ଏପରିକି ଚାରି ଫୁଟରୁ ଅଧିକ ମୂର୍ତୀ ନକରିବାକୁ କମିଶନ ରେଟ ପୋଲିସ କଟକଣା ଜାରି କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁରୂପ ଅବସ୍ଥା । କେବଳ କଟକ-ଭୁବନେଶ୍ୱର ମହାନଗର ନିଗମ ନୁହେଁ, ରାଜ୍ୟର ସମସ୍ତ ବଡ ବଡ ସହର ଏବଂ ଗ୍ରାମାଚଂଳରେ ମଧ୍ୟ କଟକଣା ମଧ୍ୟରେ ପୂଜୋସôବ ପାଳିତ ହେଉଛି । ବିନା ଭକ୍ତରେ ପୂଜୋସôବ ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକର କେବଳ ମା’ ଦୁର୍ଗାଙ୍କ ମୃଣୟ ମୂର୍ତି ଶୋଭାଯାଉଛନ୍ତି । ସ୍ମରଣଯୋଗ୍ୟ ଯେ, ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶପ୍ରସିଦ୍ଧ ରଥାଯାତ୍ରା କରୋନା ନିୟମ ଏବଂ ଅଦାଲତ କଟକଣା ମଧ୍ୟରେ ବିନା ଭକ୍ତରେ ପାଳିତ ହୋଇଛି ।
ଯେଉଁଠି ମହାପ୍ରଭୁ ଭକ୍ତଙ୍କୁ ଦର୍ଶର୍ନ ଦେବା ଲାଗି ରନô ସିଂହାସନ ଛାଡି ବଡଦାଣ୍ଡକୁ ଆସିଥିଲେ, ସେଠାରେ ଭକ୍ତ ନଥିଲେ । କହିବା ବାହୁଲ୍ୟ ଯେ, କରୋନା ମହାମରୀ ସମସ୍ତଙ୍କ ମୁହଁରୁ ପାର୍ବଣର ମହକ ଛଡାଇ ନେଇଛି । ଏହା ସତ୍ୟ ଯେ, କରୋନା ମହାମାରୀ ଯୋଗୁଁ ଭାରତ ଏବେ ଦୋଛକିରେ ଦେଶରେ ଗତ ସେପ୍ଟେମ୍ବର ମାସରେ ସଂକ୍ରମଣ ଶିଖର ପର୍ଯ୍ୟାୟରେ ପହଁଚିବା ପରେ ଏବେ ଗତ ୩ ସପ୍ତାହ ଧରି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯଦି କୋଭିଡ ନିୟମ ଓ ନିରାପତା ପ୍ରୋକ୍ଟୋକଲ ଅନୁସରଣ କରାନଯାଏ, ତେବେ ଅନ୍ୟ ଦେଶ ଏବଂ କେରଳ ପରି ଦେଶର ବିଭିନ୍ନ ଅଂଚଳରେ ପୁଣି ସଂକ୍ରମଣ ବଢିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ଉଲ୍ଳେଖଯୋଗ୍ୟ ଯେ, କେରଳର ଗଣପର୍ବ ଭାବେ ପରିଚିତ ‘ଧନମ’ ପର୍ବ କଟକଣା ଭୁଲି ଜନସାଧାରଣ ପାଳନ କରିବା ପରେ ଏବେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି । କେରଳରେ ଦୈନିକ ସଂକ୍ରମଣ ଦେଶରେ ସର୍ବାଧିକ ବୋଲି କୁହାଯାଇଛି । କହିବା ବାହୁଲ୍ୟ ଯେ, ଦଶହରା ବା ଦୁର୍ଗାପୂଜା ସଂସ୍କୃତି କେବଳ ଏକ ଧର୍ମଗତ ନୁହେଁ, ଏହା ସଂପ୍ରଦାୟକ । ପ୍ରସଦେ ଭୋଗ ବା ଖାଦ୍ୟ ନୁହେଁ, ଏହା ପଂକ୍ତି ଭୋଜନର ପ୍ରତୀକ । ଅଜ୍ଞାତ, ଅପରିଚିତ, ଆଗନ୍ତୁକୁ ଏବଂ ସ୍ୱଳ୍ପ ପରିଚିତଙ୍କ ସହ ଏକତ୍ର ପ୍ରସାଦ ସେବନ ବନ୍ଧୁ ଓ ପରିବାର ସହ ଭୋଜନ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଯେତେବେଳେ ଧର୍ମ-ଧର୍ମ, ସଂପ୍ରଦାୟ-ସଂପ୍ରଦାୟ ମଧ୍ୟରେ ବିଭେଦ, ଭେଦଭାବ ଉଭୟରୂପ ଧାରଣ କରୁଛି, ତିକ୍ତତା ବଢୁଛି ସେତେବେଳେ ପୂଜା ମହୋସôବରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ର ପ୍ରସାଦ ସେବନ ହେଉଛି, ଆମ ପୂଜା, ପାର୍ବଣର ସଂସ୍କୃତି । କରୋନା ଆଜି ଏହା ଉପରେ କଳା ବଦଲ ଢାଙ୍କି ଦେଇଛି ।
ଏହି କଳାଛାୟାକୁ ହଟାଇବା ପାଇଁ ଆମକୁ କରୋନା ଗାଇଡ ଲାଇନ୍ ଓ ପ୍ରଶାସନର କଟକଣାକୁ ମାନିବାକୁ ହେବ । ଘରେ ନିଜକୁ ଆବଦ୍ଧ ରଖିବା ସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ହେବ । ଏବେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଦୀର୍ଘ ୭ମାସ ଧରି ଠପ୍ ହୋଇଯାଇଥିବା, ଜୀବନ-ଜୀବିକା ପୁଣି ଚଳଚଂଚଳ ହେଉଛି । ପୂଜା ପାର୍ବଣ ସମୟରେ ମା’ଙ୍କ ଉପରେ ବିଶ୍ୱାସ ରଖି ମା’ଙ୍କୁ ସ୍ମରଣ କରି ନିଜ ଘରେ ନିଜକୁ ଆବଦ୍ଧ କରି ରଖିବା ଲାଗି ଆମକୁ ସଂକଳ୍ପ ନେବାକୁ ହେବ । ମା’ ନିଶ୍ଚିତ ଭାବରେ ଭକ୍ତର ଭନୋଭାବ ବୁଝିପାରିବେ, ଏହା ଆମର ବିଶ୍ୱାସ ।ସୌଭାଗ୍ୟ